୨୪ ଘଣ୍ଟାରେ ଦେଶରେ ୬,୬୫୦ କରୋନା ସଂକ୍ରମିତ ଏବଂ ୭,୦୫୧ ସୁସ୍ଥ
ଦିଲ୍ଲୀ: ଡିସେମ୍ବର ୨୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୬୫୦ ରହିଛି । ୨୪ ଘଣ୍ଟା ମଧ୍ୟରେ ୭,୦୫୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮.୪୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୨ ଲକ୍ଷ ୧୫ ହଜାର ୯୭୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୭୭ ହଜାର ୫୧୬ ରହିଛି […]
ଦିଲ୍ଲୀ: ଡିସେମ୍ବର ୨୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୬୫୦ ରହିଛି । ୨୪ ଘଣ୍ଟା ମଧ୍ୟରେ ୭,୦୫୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮.୪୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୨ ଲକ୍ଷ ୧୫ ହଜାର ୯୭୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୭୭ ହଜାର ୫୧୬ ରହିଛି । ୨୪ ଘଣ୍ଟାରେ ଦେଶରେ ୩୭୪ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଥିଲା ବେଳେ ଏମାନଙ୍କୁ ମିଶାଇ ଏବେ ମୋଟ ୪ ଲକ୍ଷ ୭୯ ହଜାର ୧୩୩ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୦.୫୯ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୦. ୫୭ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୪୦.୩୧ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।
ଅନ୍ୟପକ୍ଷରେ, ଦେଶରେ ୩୫୮ ଜଣ ଓମିକ୍ରନ୍ରେ ସଂକ୍ରମିତ ହୋଇସାରିଲେଣି । ଏମାନଙ୍କ ମଧ୍ୟରୁ ୧୧୪ ଜଣ ସୁସ୍ଥ ହୋଇଛନ୍ତି ।




