୨୪ ଘଣ୍ଟାରେ ଦେଶରେ ୮, ୪୩୯ କରୋନା ସଂକ୍ରମିତ ଏବଂ ୧୯୫ ମୃତ

ଦିଲ୍ଲୀ: ଡିସେମ୍ବର ୦୮ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮, ୪୩୯ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୯, ୫୨୫ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି , ଯାହା ଏକ ଆଶ୍ୱସ୍ତିକର କଥା । ସେହିପରି ଦେଶରେ ସୁସ୍ଥତା ହାର ୯୮. ୩୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୦ ଲକ୍ଷ ୮୯ ହଜାର […]

Samaya Live Picture
Published On

ଦିଲ୍ଲୀ: ଡିସେମ୍ବର ୦୮ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮, ୪୩୯ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୯, ୫୨୫ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି , ଯାହା ଏକ ଆଶ୍ୱସ୍ତିକର କଥା । ସେହିପରି ଦେଶରେ ସୁସ୍ଥତା ହାର ୯୮. ୩୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୦ ଲକ୍ଷ ୮୯ ହଜାର ୧୩୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୯୩ ହଜାର ୭୩୩ ରହିଛି । ୨୪ ଘଣ୍ଟାରେ ଦେଶରେ ୧୯୫ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଥିଲା ବେଳେ ଏମାନଙ୍କୁ ମିଶାଇ ଏବେ ମୋଟ ୪ ଲକ୍ଷ ୭୩ ହଜାର ୯୫୨ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।

ଦେଶରେ ସାପ୍ତାହିକ ସଂକ୍ରମଣ ହାର ୦.୭୬ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୦. ୭୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୨୯. ୫୪ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।