୨୪ ଘଣ୍ଟାରେ ଦେଶରେ ୧୦, ୯୨୯ କରୋନା ସଂକ୍ରମିତ ଓ ୧୨, ୫୦୯ ସୁସ୍ଥ

ଦିଲ୍ଲୀ: ନଭେମ୍ବର ୦୬: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୯୨୯ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୨, ୫୦୯ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୭ ଲକ୍ଷ ୩୭ ହଜାର ୪୬୮ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୪୬ ହଜାର ୯୫୦ ରହିଛି । ଅନ୍ୟପକ୍ଷେ, ଗତ ୨୪ […]

Samaya Live Picture
Published On

ଦିଲ୍ଲୀ: ନଭେମ୍ବର ୦୬: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୯୨୯ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୨, ୫୦୯ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୭ ଲକ୍ଷ ୩୭ ହଜାର ୪୬୮ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୪୬ ହଜାର ୯୫୦ ରହିଛି ।

ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୩୯୨ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ୪, ୬୦, ୨୬୫ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇସାରିଲାଣି । ଦେଶରେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧.୩୫ ପ୍ରତିଶତ ହୋଇଥିଲା ବେଳେ ସାପ୍ତାହିକ ସଂକ୍ରମଣ ସଂଖ୍ୟା ୧.୨୭ ପ୍ରତିଶତ ରହିଛି ।
ଦେଶରେ ମୋଟ୍‌ ୧୦୭ କୋଟିରୁ ଅଧିକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।