ବଢ଼ିଲାଣି ଦେଶର କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୨୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ, ୪୫ ମୃତ

ଦିଲ୍ଲୀ: ଜୁଲାଇ ୨୧ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧ ହଜାର ୫୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୮ ଲକ୍ଷ ୨୫ ହଜାର ୧୮୫ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । କେରଳରେ ସର୍ବାଧିକ ୨ , ୬୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ପଶ୍ଚିମବଙ୍ଗରେ ୨, ୪୫୫ ଓ ମହାରାଷ୍ଟ୍ରରେ ୨, ୩୨୫ଜଣ […]

Samaya Live Picture
Published On

ଦିଲ୍ଲୀ: ଜୁଲାଇ ୨୧ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧ ହଜାର ୫୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୮ ଲକ୍ଷ ୨୫ ହଜାର ୧୮୫ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି ।

କେରଳରେ ସର୍ବାଧିକ ୨ , ୬୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ପଶ୍ଚିମବଙ୍ଗରେ ୨, ୪୫୫ ଓ ମହାରାଷ୍ଟ୍ରରେ ୨, ୩୨୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ଏକ ଲକ୍ଷ ୪୮ ହଜାର ୮୮୧ ଜଣ ସକ୍ରିୟ ରୋଗୀ ରହିଛନ୍ତି ।

ଅନ୍ୟପକ୍ଷରେ, ଆଜି ୧୮ ହଜାର ୨୯୪ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୩୧ ଲକ୍ଷ ୫୦ ହଜାର ୪୩୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
୨୪ ଘଣ୍ଟାରେ ୪୫ ଜଣ କରୋନା ରୋଗୀଙ୍କର ମୃତୁ୍ୟ ହୋଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟ; ଦେଶରେ ୫ ଲକ୍ଷ ୨୫ ହଜାର ୮୭୦ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି ।