ଦେଶରେ କମୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୫ ହଜାର ୧୦୨ ଜଣ ସଂକ୍ରମିତ ଏବଂ ୩୧ ହଜାରରୁ ଅଧିକ ସୁସ୍ଥ
ଦିଲ୍ଲୀ: ଫେବୃଆରୀ ୨୩ :ଦେଶରେ କରୋନା ସଂକ୍ରମଣ କମିବାରେ ଲାଗୁଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ୧୦୨ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୧ ହଜାର ୩୭୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୪୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୧ ଲକ୍ଷ ୮୯ ହଜାର […]
ଦିଲ୍ଲୀ: ଫେବୃଆରୀ ୨୩ :ଦେଶରେ କରୋନା ସଂକ୍ରମଣ କମିବାରେ ଲାଗୁଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ୧୦୨ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୧ ହଜାର ୩୭୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୪୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୧ ଲକ୍ଷ ୮୯ ହଜାର ୮୮୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୨୭୮ ଜଣଙ୍କର ମୃତୁ୍ୟ ହୋଇଛି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୬୪ ହଜାର ୫୨୨ ରହିଛି ।
ଦେଶରେ ଦୈନିକ ସଂକ୍ରମଣ ହାର ୧. ୨୮ ପ୍ରତିଶତ ରହିଥିଲାବେଳେ ସାପ୍ତାହିକ ସଂକ୍ରମଣ ହାର ୧. ୮୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୭୬. ୧୯ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।




