ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ, କଂଗ୍ରେସ ସଦସ୍ୟଙ୍କ ଗାନ୍ଧି ମୂର୍ତ୍ତି ତଳେ ଧାରଣା
ଦିଲ୍ଲୀ: ନଭେମ୍ବର ୨୯: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବରୋଧୀ ଦଳ ଗୃହରେ ହଟ୍ଟଗୋଳ କରିଛନ୍ତି । ଏହାସହିତ ସାଂସଦମାନେ ମିଳିମିଶି ସ୍ଲୋଗାନ ଦେଇଛନ୍ତି । ଫଳରେ ଦୁଇଟି ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବିରୋଧୀଙ୍କ ହଟ୍ଟଗୋଳ ଦେଖି ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ମୁଲତବି ରଖିଥିଲା ବେଳେ ଉପସଭାପତି ଭେଙ୍କୟା ନାଇଡୁ ମଧ୍ୟ ରାଜ୍ୟସଭାକୁ ଏକ ଘଣ୍ଟା ପାଇଁ ମୁଲତବି ରଖିଛଛନ୍ତି । ଅନ୍ୟପଟେ, ସମସ୍ତ ତିନୋଟି କୃଷି […]
ଦିଲ୍ଲୀ: ନଭେମ୍ବର ୨୯: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବରୋଧୀ ଦଳ ଗୃହରେ ହଟ୍ଟଗୋଳ କରିଛନ୍ତି । ଏହାସହିତ ସାଂସଦମାନେ ମିଳିମିଶି ସ୍ଲୋଗାନ ଦେଇଛନ୍ତି । ଫଳରେ ଦୁଇଟି ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବିରୋଧୀଙ୍କ ହଟ୍ଟଗୋଳ ଦେଖି ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ମୁଲତବି ରଖିଥିଲା ବେଳେ ଉପସଭାପତି ଭେଙ୍କୟା ନାଇଡୁ ମଧ୍ୟ ରାଜ୍ୟସଭାକୁ ଏକ ଘଣ୍ଟା ପାଇଁ ମୁଲତବି ରଖିଛଛନ୍ତି ।
ଅନ୍ୟପଟେ, ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଗ୍ୟାରେଣ୍ଟି ଆଇନ ଲାଗୁ କରିବା ଦାବିରେ କଂଗ୍ରେସ ସଦସ୍ୟମାନେ ସଂସଦ ବାହାରେ ଥିବା ଗାନ୍ଧି ମୂର୍ତ୍ତି ନିକଟରେ ପ୍ରଦର୍ଶନ କରିଛନ୍ତି ।

ତେବେ ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଗୃହରେ ସକରାତ୍ମକ ଆଲୋଚନା ନେଇ ସେ ଆଶାବାଦୀ ଅଛନ୍ତି । ହୋହାଲ୍ଲା ନକରି ସଂସଦ ଅଚଳ ନକରିବାକୁ ବିରୋଧୀଙ୍କୁ ସେ ଅନୁରୋଧ କରିଛନ୍ତି । ସରକାର ସମସ୍ତ ପ୍ରକାର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି । କରୋନାର ନୂଆ ଭୂତାଣୁକୁ ନେଇ ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି ।
ପ୍ରଥମ ଦିନରେ ମୋଦୀ ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ହେଲେ ଏହା ପୂର୍ବରୁ ସେହି ଚାଷୀ ପ୍ରସଙ୍ଗରେ ସରକାରଙ୍କ ଘେରାବନ୍ଦୀ ପାଇଁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ । ଏମଏସପିକୁ ଆଇନ ଆକାରରେ ଆଣିବା ପାଇଁ କଂଗ୍ରେସ ଦଳ କୃଷି ସଙ୍ଗଠନକୁ ସମର୍ଥନ କରିବା ସହିତ ଆନ୍ଦୋଳନବେଳେ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛି ।
ସୂଚନା ଅନୁସାରେ, ଏହି ଶୀତକାଳୀନ ଅଧିବେଶନରେ ବେରୋଜଗାର, ପେଗାସସ୍ ସ୍ପାଇେୱର ଗୁଇନ୍ଦାଗିରି ପ୍ରସଙ୍ଗ ଆଲୋଚନା ହେବ । ଏହାସିତ ଚୀନ୍ର ବିସ୍ତାରବାଦ ଏବଂ ଭାରତୀୟ ସୀମାରେ ଅନୁପ୍ରବେଶଙ୍କ ପ୍ରସଙ୍ଗ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି ।




