ଆଜି ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ,୬୮ ଆସନରେ ୪୧୨ ଆଶାୟୀ
ହିମାଚଳପ୍ରଦେଶ : ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ I ଆଜି ସକାଳ ୮ ଟାରୁ ସନ୍ଧ୍ୟା ୫ ତା ଯାଏଁ ଚାଲିବ ମତଦାନ I ଏହି ପାହାଡି ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮,୫୪,୯୪୫ ପୁରୁଷ ଏବଂ ୨୭,୩୭,୮୪୫ ଜଣ ମହିଳା ମତଦାତା ଅଛନ୍ତି I ୬୮ ଟି ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୪୧୨ ଆଶାୟୀ ପ୍ରାର୍ଥୀ I ରାଜ୍ୟରେ ମୋଟ ୭ ହଜାର ୮ଶହ ୮୪ଟି […]
ହିମାଚଳପ୍ରଦେଶ : ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ I ଆଜି ସକାଳ ୮ ଟାରୁ ସନ୍ଧ୍ୟା ୫ ତା ଯାଏଁ ଚାଲିବ ମତଦାନ I ଏହି ପାହାଡି ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮,୫୪,୯୪୫ ପୁରୁଷ ଏବଂ ୨୭,୩୭,୮୪୫ ଜଣ ମହିଳା ମତଦାତା ଅଛନ୍ତି I ୬୮ ଟି ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୪୧୨ ଆଶାୟୀ ପ୍ରାର୍ଥୀ I ରାଜ୍ୟରେ ମୋଟ ୭ ହଜାର ୮ଶହ ୮୪ଟି ବୁଥ୍ କରାଯାଇଛି । ସେଥିମଧ୍ୟରୁ ୭୮୯ ଟି ସମ୍ବେଦନଶୀଳ ଏବଂ ୩୯୭ ଟି ଅତ୍ୟନ୍ତ ସମ୍ବେଦନଶୀଳ ମତଦାନ କେନ୍ଦ୍ର ବୋଲି ଚିହ୍ନଟ କରାଯାଇଛି । ଭୋଟ ଫଳାଫଳ ଆସନ୍ତା ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ I
ଏଠାରେ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଜୋରଦାର ଟକ୍କର ହେଉଛି । ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ମତଦାନକୁ ନେଇ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ହିମାଚଳ ଓ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ସମ୍ଭାବ୍ୟ ଏକ୍ଜିଟ୍ ପୋଲ୍ ଉପରେ ରୋକ୍ ଲଗାଇଛନ୍ତି ଆୟୋଗ ।
ପ୍ରଧାନମନ୍ତ୍ରୀ ମୋଦି,ଅମିତଶାହା, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ I ବିଧାନସଭା ନିର୍ବାଚନରେ ପ୍ରତ୍ୟକଃଡଳଂକ ମଧ୍ୟରେ ଟକ୍କର ଜୋରଦାର ହେଇପାରେ I ଏହି ଟକ୍କରରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ରା ସିଂଙ୍କ ପୁଅ ବିକ୍ରମଦିତ୍ୟ ସିଂ ଏବଂ ପୂର୍ବତନ ବିଜେପି ମୁଖ୍ୟ ସତ୍ୟପାଲ ସିଂ ସତୀ ଅଛନ୍ତି। ହିମାଚଳ ପ୍ରଦେଶରେ ବିଜେପି ନିଜ ଗାଦି ବଜାୟ ରଖିବ ବୋଲି ଦୃଢ ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର। ଏଥିସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିବ ବୋଲି ବି ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ସେହିପରି ବିଜେପି ଏବଂ କଂଗ୍ରେସ ମଧ୍ୟରେ ହୋଇଥିବାବେଳେ ଏଥର ତୃତୀୟ ଦଳ ଭାବେ ଆପ୍ ଉଭା ହୋଇଛି। ହିମାଚଳରେ ଶକ୍ତି ବଜାୟ ରଖିବାକୁ ବିଜେପି କଠିନ ପରିଶ୍ରମ କରୁଥିବାବେଳେ ଦୀର୍ଘ ଦିନ ଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ଗାଦିକୁ ଫେରିବାକୁ କଠିନ ପରିଶ୍ରମ କରିଛି। ହେଲେ ପଞ୍ଚାବରେ କ୍ଷମତାକୁ ଆସିଥିବା ଆପ୍ ଏଥର ହିମାଚଳ ପ୍ରଦେଶକୁ ନେଇ ଖୁବ୍ ଉତ୍ସୁକ ଅଛି।
ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡା ବିଜୟପୁରସ୍ଥିତ ତାଙ୍କ ବୁଥରେ ପତ୍ନୀ ମଲ୍ଲିକା ନଡାଙ୍କ ସହ ଭୋଟ୍ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ମତଦାନକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ମୁଁ ଲୋକମାନଙ୍କୁ ନିବେଦନ କରୁଛି ଯେ ସେମାନଙ୍କ ଘରୁ ବାହାରି ଭୋଟ୍ ଦିଅନ୍ତୁ।
ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହିମାଚଳ ପ୍ରଦେଶର ଲୋକଙ୍କୁ ନିବେଦନ କରିଛନ୍ତି ଯେ ସେମାନେ ଭୋଟ୍ ଦେବାକୁ ପଡିବ। କେଜ୍ରିୱାଲ କହିଛନ୍ତି ଯେ ଆପଣଙ୍କ ପିଲା ଏବଂ ହିମାଚଳର ଉତ୍ତମ ଭବିଷ୍ୟତ ପାଇଁ ଭୋଟ୍ ଦିଅନ୍ତୁ I
BJP chief JP Nadda & his wife Mallika Nadda cast their votes at a polling station in Vijaypur, Bilaspur
He says, "With the kind of atmosphere I'm seeing since morning, I think people have zeal and that zeal is over something right. I request people to cast vote in large numbers" pic.twitter.com/z5IhuIJosJ
— ANI (@ANI) November 12, 2022




