ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ
ଦିଲ୍ଳୀ: ମେ ୧୯: ପଞ୍ଜାବ ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ତଥା ପୂର୍ବତନ କ୍ରିକେଟ୍ ଖେଳାଳୀ ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ୍ କୋର୍ଟ । ରୋଡ୍ ରେଜ୍ (ସଡ଼କ ଉପରେ ହିଂସାତ୍ମକ କାର୍ଯ୍ୟକଳାପ)ମାମଲାରେ ସେ ଏବେ ବର୍ଷେ ଜେଲରେ ରହିବେ । ତେବେ ସୁପ୍ରିମ୍କୋର୍ଟଙ୍କ ଏହି ଆଦେଶ ପରେ ତାଙ୍କୁ ପଞ୍ଜାବ ପୋଲିସ ପଟିଆଲା ଜେଲ୍ଠାରେ ରଖିବେ ବୋଲି ସୂଚନା ମିଳିଛି । ୧୯୮୮ ମସିହା ଡିସେମ୍ବର ମାସରେ ପଟିଆଲାର ଏକ […]
ଦିଲ୍ଳୀ: ମେ ୧୯: ପଞ୍ଜାବ ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ତଥା ପୂର୍ବତନ କ୍ରିକେଟ୍ ଖେଳାଳୀ ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ୍ କୋର୍ଟ । ରୋଡ୍ ରେଜ୍ (ସଡ଼କ ଉପରେ ହିଂସାତ୍ମକ କାର୍ଯ୍ୟକଳାପ)ମାମଲାରେ ସେ ଏବେ ବର୍ଷେ ଜେଲରେ ରହିବେ । ତେବେ ସୁପ୍ରିମ୍କୋର୍ଟଙ୍କ ଏହି ଆଦେଶ ପରେ ତାଙ୍କୁ ପଞ୍ଜାବ ପୋଲିସ ପଟିଆଲା ଜେଲ୍ଠାରେ ରଖିବେ ବୋଲି ସୂଚନା ମିଳିଛି ।
୧୯୮୮ ମସିହା ଡିସେମ୍ବର ମାସରେ ପଟିଆଲାର ଏକ ସ୍ଥାନରେ ପାର୍କିଂକୁ ନେଇ ସିଦ୍ଧୁ ଗୁରୁନାମ ସିଂହ ନାମକ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି ସହିତ ଝଗଡ଼ା କରିଥିଲେ । ଏହି ଝଗଡ଼ାରେ ସିଦ୍ଧୁ ଓ ତାଙ୍କ ବନ୍ଧୁ ପୁରିନ୍ଦର ସିଂ ସିଦ୍ଧୁ, ଗୁରୁନାମଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଏଥିରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହି ମାମଲାରେ ନବଜୋତ ସିଂ ସିଦ୍ଧୁ ଏବଂ ପୁରିନ୍ଦର ସିଂ ସିଦ୍ଧୁଙ୍କ ବିରୋଧରେ ଏକ ଅଭିଯୋଗ ଦାୟର କରାଯାଇଥିଲା । କିନ୍ତୁ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ୧୯୯୯ରେ ନିର୍ଦ୍ଦୋଷରେ ଖଲାସ କରିଥିଲା । ତେବେ ପୁଣି ୨୦୦୬ରେ ହାଇକୋର୍ଟ ସିଦ୍ଧୁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ଏହି ମାମଲାରେ ସିଦ୍ଧୁ ଏକ ଲକ୍ଷ ଟଙ୍କା ଜୋରିମାନ ଦେଇଥିଲେ ।




