ଯୁଦ୍ଧବିରତି ଅଦଳବଦଳ ନେଇ ରୁ୍‌ଷ୍‌‌ -ୟୁକ୍ରେନ ଆଲୋଚନା

ଯୁଦ୍ଧବିରତି ଅଦଳବଦଳ ନେଇ ରୁ୍‌ଷ୍‌‌ -ୟୁକ୍ରେନ ଆଲୋଚନା
Samaya Live Desk Picture
Published On

କିବ୍: ରୁଷ୍ ସହ ଯୁଦ୍ଧବିରତି  ନେଇ ଆଲୋଚନା ଚାଲିଛି ବୋଲି ୟୁକ୍ରେନ ରା‌ଷ୍ଟ୍ରପତି ବୋଲଡିମିର୍ ଜେଲେନସ୍କି କହିଛନ୍ତି। ରବିବାର ‘ଏକ୍ସ’ରେ ଏକ ପୋଷ୍ଟରେ ସେ କହିଛନ୍ତି, ଯୁଦ୍ଧବନ୍ଦୀ ଅଦଳବଦଳ ପାଇଁ ଆଲୋଚନା ଜାରି ରହିଛି। ଏହାଦ୍ବାରା ୧୨୦୦ ୟୁକ୍ରେନ ବାସିନ୍ଦା ସେମାନଙ୍କ ଘରକୁ ଫେରିପାରିବେ। ରୁଷ୍‌ କର୍ତ୍ତୃପକ୍ଷଙ୍କ ସହିତ ଜାତୀୟ ସୁରକ୍ଷା ମୁଖ୍ୟଙ୍କ ଆଲୋଚନା ପରେ ଜେଲେନସ୍କି ଏହା କହିଛନ୍ତି। ଯୁଦ୍ଧବନ୍ଦୀ ଅଦଳ ବଦଳ ନେଇ ତୁର୍କୀ ଏବଂ ୟୁଏଇର ମଧ୍ୟସ୍ଥତାରେ ଆଲୋଚନା ଚାଲିଥିବା ୟୁକ୍ରେନ୍‌ ଜାତୀୟ ସୁରକ୍ଷା ସଚିବ ରୁସ୍ତମ ଉମରଭ ଶନିବାର କହିଥିଲେ। ଇସ୍ତାନବୁଲରେ ହୋଇଥିବା ଏହି ଆଲୋଚନା ଅନୁଯାୟୀ ୧୨୦୦ ଯୁଦ୍ଧ ବନ୍ଦୀଙ୍କୁ ସ୍ବଦେଶ ଫେରାଇ ଅଣାଯିବ। ତେଣୁ ସେମାନେ ନିଜ ପରିବାର ସହିତ ନୂଆବର୍ଷ ଓ ଖ୍ରୀଷ୍ଟମାସ ପାଳନ କରିପାରିବେ ବୋଲି ଉମ୍‌ରଭ କହିଛନ୍ତି। ତେବେ ରୁଷ୍‌ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ।