ଆସନ୍ତା ନିର୍ବାଚନକୁ ନଜରରେ ରଖି ପାର-ତାପି-ନର୍ମଦା ସଂଯୋଗୀକରଣ ଯୋଜନାକୁ ବନ୍ଦ କରିବେ ମୋଦି

ଅହମଦାବାଦ: ମାର୍ଚ୍ଚ ୩୧: ଆଗକୁ ଆସୁଛି ଗୁଜରାଟ ନିର୍ବାଚନ । ଭୋଟରମାନଙ୍କୁ ସନ୍ତୁଷ୍ଟ କରାଇବା ସକାଶେ ୨୦୧୦ରେ ପ୍ରସ୍ତାବ ଦିଆଯିବା ପାର-ତାପି-ନର୍ମଦା ସଂଯୋଗୀକରଣ ଯୋଜନାକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉକ୍ତ ଯୋଜନାକୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ ବିରୋଧ କରି ଆସୁଥିଲେ । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ନିଜ ସାତ ଅମଳର ଭିଟାମାଟିରୁ ଛାଡ଼ି ସ୍ଥାନାନ୍ତରିତ ହେବାକୁ ପଡ଼ିଥାଆନ୍ତା । ଏଣୁ ଗୁଜରାଟ ସରକାର […]

Samaya Live Picture
Published On

ଅହମଦାବାଦ: ମାର୍ଚ୍ଚ ୩୧: ଆଗକୁ ଆସୁଛି ଗୁଜରାଟ ନିର୍ବାଚନ । ଭୋଟରମାନଙ୍କୁ ସନ୍ତୁଷ୍ଟ କରାଇବା ସକାଶେ ୨୦୧୦ରେ ପ୍ରସ୍ତାବ ଦିଆଯିବା ପାର-ତାପି-ନର୍ମଦା ସଂଯୋଗୀକରଣ ଯୋଜନାକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉକ୍ତ ଯୋଜନାକୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ ବିରୋଧ କରି ଆସୁଥିଲେ । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ନିଜ ସାତ ଅମଳର ଭିଟାମାଟିରୁ ଛାଡ଼ି ସ୍ଥାନାନ୍ତରିତ ହେବାକୁ ପଡ଼ିଥାଆନ୍ତା ।

ଏଣୁ ଗୁଜରାଟ ସରକାର ଆଗକୁ ଆସୁଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟରମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉକ୍ତ ଯୋଜନାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ଏନେଇ ରାଜ୍ୟ ଜଳସେଚନ ମନ୍ତ୍ରୀ ହୃଷୀକେଶ ପଟେଲ ମଙ୍ଗଳବାର ବିଧାନସଭାରେ ଏକ ଉପସ୍ଥାପନା ରଖିଥିଲେ । ଏହାପରେ ମୋଦି ଏହି ଯୋଜନାକୁ ବନ୍ଦ କରିବାକୁ ନିଷ୍ପତି ନେଇଥିଲେ ।

ସୂଚନା ଥାଉଯେ, ଗତ ଫେବ୍ରୁଆରି ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାର-ତାପି-ନର୍ମଦା ନଦୀ ସଂଯୋଗୀକରଣ ଯୋଜନା ବିଷୟରେ ଘୋଷଣା କରିଥିଲେ । ଏହାପରଠାରୁ ସେଠାରେ ରହୁଥିବା ଜନଜାତି ଲୋକମାନେ ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହି ଯୋଜନା ଯୋଗୁଁ ସେମାନଙ୍କୁ ନିଜ ଭିଟାମାଟି ଛାଡ଼ି ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରଣ ହେବା ସହିତ ନିଜ ଚାଷ ଜମିକୁ ମଧ୍ୟ ହରାଇବାକୁ ପଡ଼ିଥାନ୍ତା ।