ଆଫଗାନିସ୍ତାନକୁ ପାକିସ୍ତାନର ଆକ୍ରମଣ ଧମକ

ଆଫଗାନିସ୍ତାନକୁ ପାକିସ୍ତାନର ଆକ୍ରମଣ ଧମକ
Samaya Live Desk Picture
Published On

ନୂଆଦିଲ୍ଲୀ: ଇସଲାମାବାଦ ଏବଂ ଦକ୍ଷିଣ ୱାଜିରିସ୍ତାନ‌ରେ ନିକଟରେ ଆତଙ୍କବାଦୀ ଆକ୍ରମଣ ହେବାପରେ ପାକିସ୍ତାନ ଏନେଇ ଆଫଗାନିସ୍ତାନକୁ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଅସିଫ ଆଫଗାନିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ ଆଫଗାନିସ୍ତାନରେ ଖୁବ୍‌ଶୀଘ୍ର ଆକ୍ରମଣ ହେବ। ଖ୍ବାଜା ଅସିଫ ଅଭିଯୋଗ କରିଛନ୍ତି ଯେ ହିଂସା ପାଇଁ ଦାୟୀ ଆତଙ୍କବାଦୀମାନେ ଆଫଗାନ ତାଲିବାନ ଶାସନ ଦ୍ବାରା ପରିଚାଳିତ ଆତଙ୍କବାଦୀଙ୍କ କାମ। କୌଣସି ପ୍ରକାର ଦୁଃସାହସ ବିରୋଧରେ ଅସିଫ ଭାରତ ଏବଂ ଆଫଗାନିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ଏହି ଆକ୍ରମଣର ଉଚିତ ଜବାବ ଦେବ। ଏକ ସାକ୍ଷାତକାରରେ ଅସିଫ ସ୍ପଷ୍ଟ କରିଛନ୍ତି ଯେ ଆମେ ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛୁ ଏବଂ ଆତଙ୍କୀ ଆକ୍ରମଣର କଡ଼ା ଜବାବ ଦେବୁ। ଉଲ୍ଲେଖଯୋଗ୍ୟ, ଗତ ୨ ଦିନ ହେବ ପାକିସ୍ତାନରେ ୨ଟି ବିସ୍ଫୋରଣ ହୋଇଛି। ଦକ୍ଷିଣ ୱଜିରିସ୍ତାନର ଏକ ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରି ଗୋଟିଏ ଆକ୍ରମଣ ହୋଇଥିବା ବେଳେ ଇସଲାମାବାଦ କୋର୍ଟ ବାହାରେ ଅନ୍ୟ ଏକ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି।