କାର୍ଯ୍ୟକ୍ରମ ସମୟରେ ବିଗିଡ଼ିଲା ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟାବସ୍ଥା
ସିଲିଗୁଡି : ମଂଚ ଉପରେ ବିଗିଡ଼ିଲା କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟ I ଗୁରୁବାର ଦିନ ପଶ୍ଚିମବଙ୍ଗର ସିଲିଗୁଡି ସ୍ଥିତ ଦାଗପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାବେଳେମଂଚ ଉପରେ ହଠାତ୍ହ ଅସୁସ୍ଥ ହୋଇପଡିଥିଲେ I ଏହା ପରେ ପାଖ ହସ୍ପିଟାଲରୁ ଏକ ଡାକ୍ତରୀ ଟିମ୍ ପହଞ୍ଚି ତାଙ୍କର ପ୍ରାଥମିକ ଚିକିତ୍ସା ପହଞ୍ଚିଥିଲା। କୁହାଯାଉଛି କି, ସୁଗାର ଲେବଲ କମ୍ ହେବା କାରଣରୁ ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। । ସୂଚନାନୁସାରେ ପଶ୍ଚିମବଙ୍ଗ ସିଲିଗୁଡି […]
ସିଲିଗୁଡି : ମଂଚ ଉପରେ ବିଗିଡ଼ିଲା କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟ I ଗୁରୁବାର ଦିନ ପଶ୍ଚିମବଙ୍ଗର ସିଲିଗୁଡି ସ୍ଥିତ ଦାଗପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାବେଳେମଂଚ ଉପରେ ହଠାତ୍ହ ଅସୁସ୍ଥ ହୋଇପଡିଥିଲେ I ଏହା ପରେ ପାଖ ହସ୍ପିଟାଲରୁ ଏକ ଡାକ୍ତରୀ ଟିମ୍ ପହଞ୍ଚି ତାଙ୍କର ପ୍ରାଥମିକ ଚିକିତ୍ସା ପହଞ୍ଚିଥିଲା। କୁହାଯାଉଛି କି, ସୁଗାର ଲେବଲ କମ୍ ହେବା କାରଣରୁ ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ।
ସୂଚନାନୁସାରେ ପଶ୍ଚିମବଙ୍ଗ ସିଲିଗୁଡି ଠାରେ ୧୨୦୬ କୋଟି ଟଙ୍କା ବଜେଟ୍ରେଏନ.ଏଚ. ୧୦ ସହିତ ପ୍ରସ୍ତାବିତ ୧୩ କିଲୋମିଟର ମଧ୍ୟରେ ଚାରି ଲେନ ବିଶିଷ୍ଟ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସଡକ ପରିବହନ ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I ନିତିନ ଗଡକରୀ ସିଲିଗୁରିର ଶିବ ମନ୍ଦିର ଠାରୁ ସେଭାକର କ୍ୟାଣ୍ଟନମେଣ୍ଟ ପର୍ଯ୍ୟନ୍ତ ଏକ ଦୀର୍ଘ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ I ଦାର୍ଜିଲିଂ ଜଙ୍କସନ ନିକଟ ଦାଗପୁର ଗ୍ରାଉଣ୍ଡରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I
ଏହି ସମୟରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ଖବର ପାଇ ନିକଟସ୍ଥ ସୁକନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଟିମ୍ ପହଞ୍ଚିଥିଲା ଏବଂ ତାଙ୍କର ପ୍ରାଥମିକ ଉପଚାର କରିଥିଲା। ଏବେ ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କୁହାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ବାବଦରେ ଜାଣିବା ପରେ ତୁରନ୍ତ ସମସ୍ତ ବ୍ୟବସ୍ଥା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Inaugurated and laid the foundation stone of 3 NH projects worth Rs. 1206 Crore in Siliguri today in the presence of MPs Shri @RajuBistaBJP Ji, Shri @JayantaRoyJPG Ji and Central & State Officials.#PragatiKaHighway #GatiShakti pic.twitter.com/E30PAaxNUf
— Nitin Gadkari (@nitin_gadkari) November 17, 2022




