ଇଡିରେ ହାଜର ହେବାକୁ ସମୟ ମାଗିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଜୁନ ୨: ନ୍ୟାସନାଲ୍ ହେରାଲଡ୍ ଖବରକାଗଜ ସଂକ୍ରାନ୍ତ ମନି ଲଣ୍ଡରିଙ୍ଗ୍ ମାମଲାରେ ଜେରା ପାଇଁ ସମନ୍ ନେଇ ରାହୁଲ୍ ଗାନ୍ଧୀ ଇଡିରେ ହାଜର ହେବାକୁ ସମୟ ମାଗିଛନ୍ତି । ଗତକାଲି ଉପରୋକ୍ତ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ୍ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ସମନ୍ ପାଇଥିଲେ । ସମ୍ପ୍ରତି ରାହୁଲ୍ ଗାନ୍ଧୀ ବିଦେଶ ଗସ୍ତରେ ଅଛନ୍ତି ଏବଂ ଜୁନ୍ ୫ ତାରିଖରେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ସେ ସେଠାରୁ […]
ନୂଆଦିଲ୍ଲୀ: ଜୁନ ୨: ନ୍ୟାସନାଲ୍ ହେରାଲଡ୍ ଖବରକାଗଜ ସଂକ୍ରାନ୍ତ ମନି ଲଣ୍ଡରିଙ୍ଗ୍ ମାମଲାରେ ଜେରା ପାଇଁ ସମନ୍ ନେଇ ରାହୁଲ୍ ଗାନ୍ଧୀ ଇଡିରେ ହାଜର ହେବାକୁ ସମୟ ମାଗିଛନ୍ତି । ଗତକାଲି ଉପରୋକ୍ତ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ୍ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ସମନ୍ ପାଇଥିଲେ । ସମ୍ପ୍ରତି ରାହୁଲ୍ ଗାନ୍ଧୀ ବିଦେଶ ଗସ୍ତରେ ଅଛନ୍ତି ଏବଂ ଜୁନ୍ ୫ ତାରିଖରେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ସେ ସେଠାରୁ ଫେରିବା ପରେ ମନି ଲଣ୍ଡରିଙ୍ଗ୍ ମାମଲାରେ ଜେରା ପାଇଁ ସାନି ତାରିଖ ଦେବା ଲାଗି ସେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଅନୁରୋଧ କରିବେ । ବୁଧବାର ଦିନ ମିଳିଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ସମନ୍ ଅନୁସାରେ, ଜେରା ପାଇଁ ରାହୁଲ୍ ଗାନ୍ଧୀ ଜୁନ୍ ୨ ତାରିଖ ଏବଂ ସୋନିଆ ଗାନ୍ଧୀ ଜୁନ୍ ୮ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା କଥା । କି;ୁ, ବିଦେଶରେ ଥିବାରୁ ରାହୁଲ୍ ଜୁନ୍ ୫ ତାରିଖ ପରେ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟଠାରୁ ସମୟ ଲୋଡ଼ିଛନ୍ତି ।




