ମୋଦିଙ୍କ ‘ମେଡ ଇନ୍‌ ଇଣ୍ଡିଆ’ ଆହ୍ୱାନ

ଦିଲ୍ଲୀ : ଅକ୍‌ଟୋବର ୨୨: ଗତକାଲି ଶହେ କୋଟି ଟିକାକରଣ ଲକ୍ଷ୍ୟ ପୂରଣ ହୋଇଥିବା ସକାଶେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଏହି ସଫଳତା ଦେଶବାସୀଙ୍କ ସଫଳତା । ଭାରତର ଏହି ସଫଳତାକୁ ବିଶ୍ୱ ପ୍ରଶଂସା କରୁଛି । ଏହାସହିତ ଏଥିରୁ ପ୍ରମାଣିତ ହେଉଛି ଯେ, ନୂଆ ଭାରତ କିଭଳି କଠିନ ଲକ୍ଷ୍ୟ ପୂରଣ କରିପାରୁଛି । ଗୋଟିଏ ପଟେ ଆମକୁ ସଫଳତା ମିଳିଲା , ତାହା ସହିତ ଅସାଧାରଣ ଲକ୍ଷ୍ୟକୁ […]

Samaya Live Picture
Published On

ଦିଲ୍ଲୀ : ଅକ୍‌ଟୋବର ୨୨: ଗତକାଲି ଶହେ କୋଟି ଟିକାକରଣ ଲକ୍ଷ୍ୟ ପୂରଣ ହୋଇଥିବା ସକାଶେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଏହି ସଫଳତା ଦେଶବାସୀଙ୍କ ସଫଳତା । ଭାରତର ଏହି ସଫଳତାକୁ ବିଶ୍ୱ ପ୍ରଶଂସା କରୁଛି । ଏହାସହିତ ଏଥିରୁ ପ୍ରମାଣିତ ହେଉଛି ଯେ, ନୂଆ ଭାରତ କିଭଳି କଠିନ ଲକ୍ଷ୍ୟ ପୂରଣ କରିପାରୁଛି । ଗୋଟିଏ ପଟେ ଆମକୁ ସଫଳତା ମିଳିଲା , ତାହା ସହିତ ଅସାଧାରଣ ଲକ୍ଷ୍ୟକୁ ପୂରଣ ହୋଇଛି ।

ଏହାସହିତ ମୋଦି ସ୍ୱଦେଶୀ ସାମଗ୍ରୀ ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି, ପୂର୍ବରୁ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା । କରୋନା ଟିକାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ୧୦୦ କୋଟି ଟିକାକରଣ ସବୁ ପ୍ରଶ୍ନର ପ୍ରକୃତ ଜବାବ । କରୋନାରୁ ସୁରକ୍ଷିତ ଦେଶ ଭାବେ ଭାରତକୁ ଗଣାଯିବ । ଟିକାକରଣ ସମସ୍ତଙ୍କ ପ୍ରୟାସର ଜୀବନ୍ତ ଉଦାହରଣ । ଏଣୁ ଛୋଟରୁ ଅତି ଛୋଟ ଯାହା ଆମର ଘର ପାଇଁ ଆବଶ୍ୟକ, ସେହି ସବୁ ସ୍ୱଦେଶୀ ସାମଗ୍ରୀ କିଣିବା ଉପରେ ଗୁରତ୍ୱ ଦେବାକୁ ସେ କହିଛନ୍ତି ।

ଉଦ୍‌ବୋଧନୀ ଭାଷଣରେ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ୧୩୦ କୋଟି ଜନତାଙ୍କ ପ୍ରଚେଷ୍ଟା ବଳରେ କୋଭିଡ୍‌ ଦମନ ଅଭିଯାନରେ ଆମେ ଦେଶ ସଫଳ ହୋଇଛି । ଏହା ସେମାନଙ୍କ ସଫଳତା । ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି ।

ସୂଚନା ଯୋଗ୍ୟଯେ, କାଲି ଭାରତ ଟିକାକରଣରେ ଅନ୍ୟ ଦେଶକୁ ପଛରେ ପକାଇ ଇତିହାସ ରଚିଛି । ଦେଶରେ ୧୦୦ କୋଟି ଲୋକ କରୋନାଟିକା ନେଇସାରିଛନ୍ତି । ଭାରତ ଏହି ବିରଳ ରେକର୍ଡ କରିଥିବାରୁ ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଡାକ୍ତର, ନର୍ସ ଏବଂ ଏହି ସଫଳତା ହାସଲ କରିବା ଦିଗରେ ଉଦ୍ୟମ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।