ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ମିନି ଲକଡାଉନ

ନୂଆଦିଲ୍ଲୀ : ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ଅବସ୍ଥା ଅସମ୍ଭାଳ ହୋଇପଡିଛି। ରାଜଧାନୀ ଦିଲ୍ଲୀରେ ଏବେ ମିନି ଲକଡାଉନ ଘୋଷଣା କରାଯାଇଛି I ରାଜଧାନୀରେ ହୋଇଥିବା ପଲ୍ୟୁସନ ଯୋଗୁ ଲୋକଙ୍କ ନିଶ୍ୱାସ ନେବା କଷ୍ଟକର ହୋଇ ପଡ଼ୁଥିବା ବେଳେ ନିକଟ ଭବିଷ୍ୟତରେ ଏହାର କୌଣସି ସଲ୍ୟୁସନ ବାହାରିବା ପରି ଲାଗୁ ନାହିଁ। ଏହି ସମୟରେ ସେଠାରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ପରେ କେଜ୍ରିୱାଲ ସରକାର ଅଫିସରେ ୱାର୍କ ଫ୍ରମ ହୋମ ଘୋଷଣା କରିଛନ୍ତି। ଏହା ସହିତ […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ଅବସ୍ଥା ଅସମ୍ଭାଳ ହୋଇପଡିଛି। ରାଜଧାନୀ ଦିଲ୍ଲୀରେ ଏବେ ମିନି ଲକଡାଉନ ଘୋଷଣା କରାଯାଇଛି I ରାଜଧାନୀରେ ହୋଇଥିବା ପଲ୍ୟୁସନ ଯୋଗୁ ଲୋକଙ୍କ ନିଶ୍ୱାସ ନେବା କଷ୍ଟକର ହୋଇ ପଡ଼ୁଥିବା ବେଳେ ନିକଟ ଭବିଷ୍ୟତରେ ଏହାର କୌଣସି ସଲ୍ୟୁସନ ବାହାରିବା ପରି ଲାଗୁ ନାହିଁ। ଏହି ସମୟରେ ସେଠାରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ପରେ କେଜ୍ରିୱାଲ ସରକାର ଅଫିସରେ ୱାର୍କ ଫ୍ରମ ହୋମ ଘୋଷଣା କରିଛନ୍ତି। ଏହା ସହିତ ରାଜଧାନୀରେ ଟ୍ରକ୍ ଏବଂ କଳା ଧୂଆଁ ଛାଡୁଥିବା ଗାଡି ଗୁଡିକ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାବଦ ବିଭିନ୍ନ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଳଗାଯାଇଛି। ସେହିପରି ଦିଲ୍ଲୀରେ କେବଳ ସିଏନ୍ଜି ଏବଂ ଇଲେକ୍ଟ୍ରିକ୍ ଟ୍ରକ୍ ଗୁଡିକ ପ୍ରବେଶ କରିବେ I

ସୂଚନାଯୋଗ୍ୟ ଯେ ଶୂନରୁ ୫୦ ମଧ୍ୟରେ AQI ‘ଭଲ’, ୫୧ ରୁ ୧୦୦ ‘ସନ୍ତୋଷଜନକ’, ୧୦୧ ରୁ ୨୦୦ ‘ମଧ୍ୟମ’, ୨୦୧ରୁ ୩୦୦’ଖରାପ’, ୩୦୧ ରୁ ୪୦୦’ଅଧିକ ଖରାପ’ ଭାବରେ ବିବେଚନା କରାଯାଏ। ଏହାବାଦ ୪୦୧ରୁ ୫୦୦କୁ ‘ଗମ୍ଭୀର’ ପରିସର ମଧ୍ୟରେ ବିବେଚନା କରାଯାଏ। ବାୟୁର ଗୁଣବତ୍ତା ଗମ୍ଭୀର ଶ୍ରେଣୀରେ ପହଞ୍ଚିଲେ ଏହା ସୁସ୍ଥ ଲୋକଙ୍କୁ ପ୍ରଭାବିତ କରିଥାଏ ଏବଂ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ |

ଦିଲ୍ଲୀର ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ଅଧା କର୍ମଚାରୀ ଅଫିସରୁ କାମ କରୁଥିବାବେଳେ ଅଧା କର୍ମଚାରୀ ଅଫିସକୁ ଆସିବେ। ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ଏହି ନିୟମ ଲାଗୁ କରିବାକୁ ସେ ଅନୁରୋଧ କରିଛନ୍ତି।