ଆଜି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ଶପଥ ଗ୍ରହଣ କରିବେ ୧୨ଜଣ ମନ୍ତ୍ରୀ
ମୁମ୍ବାଇ: ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ବି ନିଜ କ୍ୟାବିନେଟ ସମ୍ପ୍ରସାରଣ କରିପାରିନାହାନ୍ତି ଏକନାଥ ସିନ୍ଦେ । ଗତ କିଛି ଦିନ ହେଲାଣି ଏନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷରେ ଆସନ୍ତାକାଲି ସିନ୍ଦେ ନିଜ କ୍ୟାବିନେଟର ସମ୍ପ୍ରସାରଣ କରିବେ ବୋଲି ଜଣାପଡ଼ିଛି । ଆଜି ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ହେବ ଏବଂ ପ୍ରାୟ ୧୨ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଥିବା ସାମ୍ନାକୁ ଆସିଛି । ବିଜେପିର ବରିଷ୍ଠ ନେତା ସୁଧୀର ମୁଙ୍ଗନ୍ତୀୱର, […]
ମୁମ୍ବାଇ: ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ବି ନିଜ କ୍ୟାବିନେଟ ସମ୍ପ୍ରସାରଣ କରିପାରିନାହାନ୍ତି ଏକନାଥ ସିନ୍ଦେ । ଗତ କିଛି ଦିନ ହେଲାଣି ଏନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷରେ ଆସନ୍ତାକାଲି ସିନ୍ଦେ ନିଜ କ୍ୟାବିନେଟର ସମ୍ପ୍ରସାରଣ କରିବେ ବୋଲି ଜଣାପଡ଼ିଛି । ଆଜି ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ହେବ ଏବଂ ପ୍ରାୟ ୧୨ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଥିବା ସାମ୍ନାକୁ ଆସିଛି । ବିଜେପିର ବରିଷ୍ଠ ନେତା ସୁଧୀର ମୁଙ୍ଗନ୍ତୀୱର, ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନଙ୍କୁ ନୂତନ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଥିବା ବେଳେ ସିନ୍ଦେ ଦଳରୁ ଗୁଲାବ ରଘୁନାଥ ପାଟିଲ, ସାଦା ସରବନକର ଏବଂ ଦୀପକ ବସନ୍ତ କେସରକର ଆସନ୍ତାକାଲି ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ।
ଉଲ୍ଲେଖଯୋଗ୍ୟ, ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଶିବସେନା ବିଧାୟକ ଦଳର ନେତା ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଜୁନ୍ ୩୦ରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେବେଠାରୁ ସିନ୍ଦେ ନିଜ କ୍ୟାବିନେଟରେ କାହାକୁ ସାମିଲ କରିବେ ସେନେଇ ନିଷ୍ପତ୍ତି ନେଇ ପାରିନଥିବାରୁ ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିଲେ । ଅନେକ ଥର କ୍ୟାବିନେଟ ସମ୍ପ୍ରସାରଣ କରାଯିବା ନେଇ ଚର୍ଚ୍ଚା ହୋଇଥିଲେ ବି ଏପର୍ଯ୍ୟନ୍ତ ତାହା ହୋଇପାରିନଥିଲା । କ୍ୟାବିନେଟ ସମ୍ପ୍ରସାରଣ ପ୍ରସଙ୍ଗରେ ଫଡନାଭିସ୍ ଏବଂ ସିନ୍ଦେ ଅତୀତରେ ଅନେକ ଥର ଦିଲ୍ଲୀ ଗସ୍ତ ମଧ୍ୟ କରିଥିଲେ ।




