ଜୟଲଳିତା ମୃତୁ୍ୟ ରହସ୍ୟ: ବିଧାନସଭାରେ ରିପୋର୍ଟ ଉପସ୍ଥାପନ ପରେ ଅଡିଓ କ୍ଲିପ୍‌ ଲିକ୍‌

ଚେନ୍ନାଇ: ତାମିଲନାଡ଼ୁ ବିଧାନସଭାରେ ଚଳିତ ସପ୍ତାହ ପ୍ରାରମ୍ଭରେ ଅରୁମୁଗାସ୍ୱାମୀ କମିଶନଙ୍କ ରିପୋର୍ଟ ଉପସ୍ଥାପିତ ହେବା ପରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବୋଲି କୁହାଯାଉଥିବା ଏକ ଲିକ୍‌ ହୋଇଥିବା ଅଡିଓ କ୍ଲିପ୍‌ ଏବେ ଭାଇରାଲ୍‌ ହୋଇଛି । ଏହି ଘଟଣା ପରେ ପୁଣି ଥରେ ଜୟଲଳିତାଙ୍କ ମୃତୁ୍ୟ ରହସ୍ୟ ଏକ ନୂଆ ମୋଡ଼ ନେବା ସହ ବିବାଦୀୟ ହୋଇପଡ଼ିଛି । ଏହି ରିପୋର୍ଟରେ ଜୟଲଳିତାଙ୍କ ମୃତ୍ୟୁ ପାଇଁ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା, ତାଙ୍କ ସମ୍ପର୍କୀୟ ଡାକ୍ତର […]

Samaya Live Picture
Published On

ଚେନ୍ନାଇ: ତାମିଲନାଡ଼ୁ ବିଧାନସଭାରେ ଚଳିତ ସପ୍ତାହ ପ୍ରାରମ୍ଭରେ ଅରୁମୁଗାସ୍ୱାମୀ କମିଶନଙ୍କ ରିପୋର୍ଟ ଉପସ୍ଥାପିତ ହେବା ପରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବୋଲି କୁହାଯାଉଥିବା ଏକ ଲିକ୍‌ ହୋଇଥିବା ଅଡିଓ କ୍ଲିପ୍‌ ଏବେ ଭାଇରାଲ୍‌ ହୋଇଛି । ଏହି ଘଟଣା ପରେ ପୁଣି ଥରେ ଜୟଲଳିତାଙ୍କ ମୃତୁ୍ୟ ରହସ୍ୟ ଏକ ନୂଆ ମୋଡ଼ ନେବା ସହ ବିବାଦୀୟ ହୋଇପଡ଼ିଛି । ଏହି ରିପୋର୍ଟରେ ଜୟଲଳିତାଙ୍କ ମୃତ୍ୟୁ ପାଇଁ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା, ତାଙ୍କ ସମ୍ପର୍କୀୟ ଡାକ୍ତର ଅଶିବ କୁମାର, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସି ବିଜୟଭାସ୍କର ଏବଂ ପୂର୍ବତନ ସ୍ୱାସ୍ଥ୍ୟ ସଚିବ ରାଧାକ୍ରିଷ୍ଣନଙ୍କ ଦୋଷ ରହିଥିବା ଉଲ୍ଲେଖ ରହିଥିଲା ।

ଶଶିକଳା ଏହି ରିପୋର୍ଟକୁ ଅନୁମାନ ଉପରେ ଆଧାରିତ ବୋଲି କହି ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ଜୟଲଳିତାଙ୍କ ମୃତ୍ୟୁକୁ ରାଜନୀତିକରଣ କରାଯାଉଛି ବୋଲି ଅଭିଯୋଗ କରିଥିଲେ ।
ଏହା ମଧ୍ୟରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଜୟଲଳିତାଙ୍କ ବୋଲି କୁହାଯାଉଥିବା ଏକ ଅଡିଓ କ୍ଲିପ୍‌ ଏବେ ଭାଇରାଲ୍‌ ହୋଇଛି । ଅଡିଓରେ, ଜୟଲଳିତା ବିରକ୍ତ ହେଉଥିବା, କ୍ରମାଗତ କାଶୁଥିବା ଏବଂ ଅଭିଯୋଗ କରୁଥିବାର ଶୁଣିବାକୁ ମଳୁଛି, ଯେତେବେଳେ ହସ୍ପିଟାଲର ଜଣେ କର୍ମଚାରୀ ତାଙ୍କ ସ୍ୱାସ୍ଥ୍ୟ ସଂପର୍କିତ ତଥ୍ୟ ରେକର୍ଡ କରିବାକୁ ଚେଷ୍ଟା କରୁଛନ୍ତି ।

ସେହିପରି ଚେନ୍ନାଇରେ ତାଙ୍କର ପ୍ରେସ୍‌ ବୈଠକ ପରେ ଡାକ୍ତର ରିଚାର୍ଡ ବେଲେଙ୍କ ୨୦୧୭ର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଭିଡିଓରେ ରିଚାର୍ଡ ବେଲ୍‌ କହୁଥିବା ଶୁଣିବାକୁ ମିଳୁଛି ଯେ ଆରମ୍ଭରେ ସ୍ଥିତି ବଡ଼ ଗମ୍ଭୀର ଥିଲା । ଶଶିକଳା ପଚାରିଥିଲେ ଯେ ଜୟଲଳିତାଙ୍କ ବିଦେଶ ଯିବା ଆବଶ୍ୟକ କି? ଡାକ୍ତର କହୁଛନ୍ତି ଯେ ସେ ନିହାତି ଯିବା ଆବଶ୍ୟକ ଏବଂ ସେମାନେ ଜୟଲଳିତାଙ୍କୁ ବିଦେଶ ନେବାକୁ ରାଜି ହୋଇଥିଲେ । କି;ୁ, ପରେ, ଜୟଲଳିତା ନିଜେ ଚିକିତ୍ସା ପାଇଁ ବିଦେଶ ଯିବାକୁ ଚାହିଁ ନଥିଲେ । ଅରୁମୁଗାସ୍ୱାମୀ କମିଶନଙ୍କ ରିପୋର୍ଟ ଜୟଲଳିତାଙ୍କ ମୃତ୍ୟୁ ସମୟକୁ ନେଇ ଏକ ଘଣ୍ଟା ବିଳମ୍ବ, ଆଞ୍ଜିଓଗ୍ରାଫି କରାଯାଇ ନଥିବା ଏବଂ ଶଶିକଳା ଚିକିତ୍ସାରେ ହସ୍ତକ୍ଷେପ କରୁଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ।