କରୋନା ଟିକା ନେବା ପରେ ସୁସ୍ଥ ହେଲେ ଶଯ୍ୟାଶାୟୀ ବ୍ୟକ୍ତି
ବୋକାରୋ : ଜାନୁଆରୀ ୧୫: କରୋନା ଟିକା ନେବା ପରେ ଜଣେ ଶଯ୍ୟାଶାୟୀ ବ୍ୟକ୍ତି ସୁସ୍ଥ ହେବା ଘଟଣା ଏବେ ସାରା ଦେଶକୁ ଆଚମ୍ବିତ କରିଦେଇଛି । ଏହି ଚମତ୍କାର ଘଟଣାଟି ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଘଟିଛି । ୪ବର୍ଷ ଧରି ପାରାଲିସ୍ ବା ପକ୍ଷାଘାତ ରୋଗରେ ଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତି ସୁସ୍ଥ ହୋଇ ଚଳପ୍ରଚଳ କରିପାରିବା ସହିତ ନିଜ ଗୋଡ଼ରେ ଠିଆ ହୋଇପାରୁଛନ୍ତି । ୪ ବର୍ଷ ତଳେ ବୋକାରୋ ଅନ୍ତର୍ଗତ ପେତରୱର୍ […]
ବୋକାରୋ : ଜାନୁଆରୀ ୧୫: କରୋନା ଟିକା ନେବା ପରେ ଜଣେ ଶଯ୍ୟାଶାୟୀ ବ୍ୟକ୍ତି ସୁସ୍ଥ ହେବା ଘଟଣା ଏବେ ସାରା ଦେଶକୁ ଆଚମ୍ବିତ କରିଦେଇଛି । ଏହି ଚମତ୍କାର ଘଟଣାଟି ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଘଟିଛି । ୪ବର୍ଷ ଧରି ପାରାଲିସ୍ ବା ପକ୍ଷାଘାତ ରୋଗରେ ଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତି ସୁସ୍ଥ ହୋଇ ଚଳପ୍ରଚଳ କରିପାରିବା ସହିତ ନିଜ ଗୋଡ଼ରେ ଠିଆ ହୋଇପାରୁଛନ୍ତି ।
୪ ବର୍ଷ ତଳେ ବୋକାରୋ ଅନ୍ତର୍ଗତ ପେତରୱର୍ ଗ୍ରାମର ଦୁଲାରଚନ୍ଦ ମୁଣ୍ଡା ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏହିଘଟଣା ପରଠାରୁ ସେ ବାକ୍ଶକ୍ତି ହରାଇବା ସହ ଚଳପ୍ରଚଳ କରିପାରିନଥିଲେ । ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ ।
ତେବେ ଜାନୁଆରୀ ୪ ତାରିଖରେ ଦୁଲାରଚନ୍ଦ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେଲେ । ପେତୱର୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ୍ ଇନ୍ ଚାର୍ଜଙ୍କ ଅନୁସାରେ, କରୋନା ଟିକା ନେବାର ଦିନକ ପରେ ଦୁଲାରଚନ୍ଦ୍ର ସୁସ୍ଥ ଅନୁଭବ କରିଥିଲେ । ଗୋଡ ଓ ହାତ ଚଳପ୍ରଚଳ କରିଥିଲେ । ଏହାସହିତ ଧୀରେ ଧୀରେ କଥାର କହିଲେ ।
ଆଉ କିଛି ଦିନ ବିତିଯିବା ପରେ ସେ ନିଜେ ନିଜ ଗୋଡରେ ଠିଆ ହେବେ ବୋଲି କହିଲେ ଏବଂ ସେ ଅନ୍ୟ କାହାର ସାହାଯ୍ୟ ବିନା ଠିଆ ମଧ୍ୟ ହେଲେ । ତାଙ୍କର ଉନ୍ନତ ଅବସ୍ଥା ଦେଖି ପରିବାର ଲୋକ ଏବଂ ଗ୍ରାମ ଲୋକ ଖୁସ ହୋଯାଇଥିଲେ । ଚମତ୍କାର ଘଟଣାକୁ ଦେଖିବା ପାଇଁ ଗ୍ରାମବାସୀ ଓ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦୁଲାରଚନ୍ଦ୍ରଙ୍କ ଘରକୁ ଆସିଥିଲେ ।




