ମନୀଷ ସିସୋଦିଆ ଙ୍କ ପରେ ମୋତେ ମଧ୍ୟ ଗିରଫ କରାଯାଇ ପାରେ : କେଜ୍ରିୱାଲ
ନୂଆଦିଲ୍ଲୀ: ନୂଆ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଘରେ ରେଡ କରିଛି । ସିବିଆଇ ଏତଲାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ପାଇଁ ପ୍ରସ୍ତୁତ ହେଉଛି । ଗୁଜୁରାଟ ଗସ୍ତରେ ଯାଇ ସୋମବାର ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକ ବଡ଼ ବୟାନ ଦେଇଛନ୍ତି । ତାଙ୍କ ବୟାନ ଅନୁସାରେ ଯଦି ସିବିଆଇ […]
ନୂଆଦିଲ୍ଲୀ: ନୂଆ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଘରେ ରେଡ କରିଛି । ସିବିଆଇ ଏତଲାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ପାଇଁ ପ୍ରସ୍ତୁତ ହେଉଛି । ଗୁଜୁରାଟ ଗସ୍ତରେ ଯାଇ ସୋମବାର ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକ ବଡ଼ ବୟାନ ଦେଇଛନ୍ତି । ତାଙ୍କ ବୟାନ ଅନୁସାରେ ଯଦି ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରନ୍ତି ଏହାପରେ ବୋଧହୁଏ ମୋତେ ମଧ୍ୟ ଗିରଫ କରିପାରିବେ । ସୂଚନାନୁସାରେ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ୨ ଦିନିଆ ଗୁଜରାଟ ଗସ୍ତ ରେ ଅଛନ୍ତି I
ଏହି ସମୟରେ ସେ ଗୁଜରାଟର ଲୋକଙ୍କୁ ଅନେକ ନିର୍ବାଚନ ପ୍ରତିଶ୍ରୁତି ଦେଇଥିବାବେଳେ ସେ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଗତ ୨୭ ବର୍ଷ ଧରି ବିଜେପି କ୍ଷମତାରେ ରହିଛି ତେଣୁ ଦଳ ବହୁତ ଅହଂକାରୀ ହୋଇ ଯାଇଛି I ନିଜ ବୟାନ ରେ କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି କି ମନିଶ ସିସୋଦିଆ ସରକାରୀ ସ୍କୁଲରେ ବ୍ୟାପକ ସଂସ୍କାର ଆଣିଛନ୍ତି I ତେଣୁ ସେ ଭାରତ ରତ୍ନ ପାଇଁ ଯୋଗ୍ୟ I ଶିକ୍ଷାକ୍ଷେତ୍ରରେ ଭାରତ ରେ ଯାହା ବିଗତ ୭୦ ବର୍ଷରେ ଅନ୍ୟ ଦଳମାନେ କରିପାରି ନାହାନ୍ତି,ସିସୋଡ଼ିଆ ତାହା କରି ଦେଖାଇଛନ୍ତି I ସେଭଳି ବ୍ୟକ୍ତି ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ। ସାରା ଭାରତର ଶିକ୍ଷା ବ୍ୟବସ୍ଥା ତାଙ୍କ ହାତକୁ ଦିଆଯିବା ଉଚିତ୍। କିନ୍ତୁ ଏହା ବଦଳରେ ତାଙ୍କ ଉପରେ ସିବିଆଇ ରେଡ୍ କରାଯାଉଛି ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଘରେ ସିବିଆଇ ରେଡ କୁ ନେଇ ବର୍ତ୍ତମାନ ଆପ ଓ ବିଜେପି ମୁହାଁ ମୁହିଁ ପରିସ୍ଥିତିରେ ଅଛନ୍ତି ଆଗକୁ ଗୁଜୁରାଟ ନିର୍ବାଚନ ହେତୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ତାଙ୍କୁ ଗିରଫ କରା ଯିବାକୁ ମସୁଧା କରାଯାଉଛି I




