ଦିଲ୍ଲୀରେ ପ୍ରବଳ ବର୍ଷା: ବୁଡ଼ିଲା ଆଇଜିଆଇ ଏୟାର୍ପୋର୍ଟ
ଦିଲ୍ଲୀ: ସେପ୍ଟେମ୍ବର ୧୧: ଗତକାଲି ରାତିଠାରୁ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗିରହିଛି । ଲଗାତାର ବର୍ଷା ଯୋଗୁଁ ଦିଲ୍ଲୀର କିଛି ସଡ଼କ ପାଣିରେ ବୁଡ଼ି ଯାଇଛି । ଫଳରେ ରାଜଧାନୀରେ ଯାତାୟାତ ଠପ୍ ହୋଇଯାଇଛି । ଇନ୍ଦିରା ଗାନ୍ଧୀ ଇଣଫରନ୍ୟାସନାଲ୍ ଏୟାର୍ପୋର୍ଟରେ ଆଜି ସକାଳ ସମୟରେ ପାଣି ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ଦ୍ୱାରିକା ମେଟ୍ରୋ ଷ୍ଟେସନ୍ରେ ମଧ୍ୟ ପାଣି ଭରିଯାଇଛି । ପାଣିପାଗ ବିଭାଗ ଅନୁସାରେ, ଦିଲ୍ଲୀ, ନୋଏଡା, ଗ୍ରେଟ୍ ନୋଏଡା ସମେତ […]
ଦିଲ୍ଲୀ: ସେପ୍ଟେମ୍ବର ୧୧: ଗତକାଲି ରାତିଠାରୁ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗିରହିଛି । ଲଗାତାର ବର୍ଷା ଯୋଗୁଁ ଦିଲ୍ଲୀର କିଛି ସଡ଼କ ପାଣିରେ ବୁଡ଼ି ଯାଇଛି । ଫଳରେ ରାଜଧାନୀରେ ଯାତାୟାତ ଠପ୍ ହୋଇଯାଇଛି । ଇନ୍ଦିରା ଗାନ୍ଧୀ ଇଣଫରନ୍ୟାସନାଲ୍ ଏୟାର୍ପୋର୍ଟରେ ଆଜି ସକାଳ ସମୟରେ ପାଣି ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ଦ୍ୱାରିକା ମେଟ୍ରୋ ଷ୍ଟେସନ୍ରେ ମଧ୍ୟ ପାଣି ଭରିଯାଇଛି । ପାଣିପାଗ ବିଭାଗ ଅନୁସାରେ, ଦିଲ୍ଲୀ, ନୋଏଡା, ଗ୍ରେଟ୍ ନୋଏଡା ସମେତ ଏନ୍ସିଆର୍ର କେତେକ ଅଞ୍ଚଳରେ ପ୍ରବଳ ବର୍ଷ ହେବାର ସମ୍ଭାବନା ରହିଛି । ଏହାସହିତ ଏହିସବୁ ସ୍ଥାନମାନଙ୍କରେ ପାଣିପାଗ ବିଭାଗ ୟେଲୋୱାଣିଂ ଜାରି କରିଛି । ଲଗାତାର ବର୍ଷା ଯୋଗୁଁ ଦିଲ୍ଲୀର ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲ୍ସିୟସ କମିଛି ।
ପାଣିପାଗ ବିଭାଗରେ ଆହୁରୀ ମଧ୍ୟ ପ୍ରକାଶ ପାଇଛି ଯେ, ମଧ୍ୟପ୍ରଦେଶ ଏବଂ ପୂର୍ବ ରାଜସ୍ଥାନରେ ଏକ ସାଇକ୍ଲୋନିକ୍ ସୃଷ୍ଟି ହୋଇଛି । ସେହିପରି ବିକାନୀର, କୋଟା, ଗୁନା, ସିଦ୍ଧି, ଅମ୍ବିକାପୁର, ପୁରୀ ସମେତ ଦକ୍ଷିଣ-ପୂର୍ବ ଓ ମଧ୍ୟ-ପୂର୍ବର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।




