କଂଗ୍ରେସର କାର୍ଯ୍ୟର୍ନିବାହୀ ସଭାପତି ପଦ ଛାଡିଲେ ହାର୍ଦ୍ଦିକ
ନୂଆଦିଲ୍ଲୀ: ମଇ ୧୮: ଆଜି ଗୁଜରାଟ କଂଗ୍ରେସର କାର୍ଯ୍ୟର୍ନିବାହୀ ସଭାପତି ହାର୍ଦ୍ଦିକ ଛାଡିଲେ ଦଳ । ସେ ଟୁଇଟ କରି ଲେଖିଛନ୍ତି ଯେ ଆଜି ମୁଁ ଦୃଢ ଆତ୍ମବିଶ୍ୱାସର ସହିତ ପଦରୁ ଏବଂ କଂଗ୍ରେସ ପାର୍ଟିର ମେଳିକ ସଦସ୍ୟ ପଦରୁ ଇସ୍ଥଫା ଦେଲି । ମୋ ସିଦ୍ଧାନ୍ତକୁ ମୋର ସମସ୍ତ ସହଯୋଗୀ ଓ ଗୁଜରାଟବାସୀ ଗ୍ରହଣ କରିବେ ବୋଲି ମୁଁ ସୁନିଶ୍ଚିତ । ମୋର ମନେହୁଏ, ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଭବିଷ୍ୟତରେ ମୁଁ ଗୁଜରାଟ ପାଇଁ […]
ନୂଆଦିଲ୍ଲୀ: ମଇ ୧୮: ଆଜି ଗୁଜରାଟ କଂଗ୍ରେସର କାର୍ଯ୍ୟର୍ନିବାହୀ ସଭାପତି ହାର୍ଦ୍ଦିକ ଛାଡିଲେ ଦଳ । ସେ ଟୁଇଟ କରି ଲେଖିଛନ୍ତି ଯେ ଆଜି ମୁଁ ଦୃଢ ଆତ୍ମବିଶ୍ୱାସର ସହିତ ପଦରୁ ଏବଂ କଂଗ୍ରେସ ପାର୍ଟିର ମେଳିକ ସଦସ୍ୟ ପଦରୁ ଇସ୍ଥଫା ଦେଲି । ମୋ ସିଦ୍ଧାନ୍ତକୁ ମୋର ସମସ୍ତ ସହଯୋଗୀ ଓ ଗୁଜରାଟବାସୀ ଗ୍ରହଣ କରିବେ ବୋଲି ମୁଁ ସୁନିଶ୍ଚିତ । ମୋର ମନେହୁଏ, ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଭବିଷ୍ୟତରେ ମୁଁ ଗୁଜରାଟ ପାଇଁ ପ୍ରକୃତରେ କାର୍ଯ୍ୟ କରିପାରିବି । ରାଜ୍ୟରେ ଆଉ ଅଳ୍ପ କେତେ ମାସ ପରେ ବିଧାନସଭା ନର୍ବାଚନ ଥିବାରୁ ହାର୍ଦ୍ଦିକ ପଟେଲଙ୍କ ଇସ୍ତଫା କଂଗ୍ରେସ ପ୍ରତି ନିଶ୍ଚୟ ଗୋଟାଏ ଶକ୍ତ ଆଘାତ । ବରିଷ୍ଠ ଗୁଜରାଟ କଂଗ୍ରେସ ନେତାମାନେ ତାଙ୍କୁ ଉପେକ୍ଷା କଲେ ବୋଲି ବିଭିନ୍ନ ସୂତ୍ରରୁ ଖବର ମିଳୁଛି । ଗୁଜରାଟରେ ପଟିଦାର ଆନ୍ଦୋଳନର ପ୍ରତିନିଧିତ୍ୱ କରୁଥିବା ହାର୍ଦ୍ଦିକ ପଟେଲ୍ଙ୍କ ପ୍ରତି କଂଗ୍ରେସ ଯେଭଳି ଆଚରଣ ପ୍ରଦର୍ଶନ କଲା ସେଥିରେ ସେ ମର୍ମାହତ ବୋଲି ପୂର୍ବରୁ ତାଙ୍କର ନିକଟତମ ବ୍ୟକ୍ତିମାନେ କହୁଥିଲେ । ପ୍ରାପ୍ତ ସୂଚନା ଅନୁସାରେ, ଏପ୍ରିଲ୍ ମାସରେ ଅହମଦାବାଦ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ପଟେଲ୍ ଭେଟିଥିଲେ । ତେଣୁ, ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଉଡ଼ାଖବର ମିଳୁଥିଲା । କି;ୁ, ପଟେଲ୍ଙ୍କ ନେତୃତ୍ୱାଧୀନ ପଟିଦାର ଅନାମତ ଅନ୍ଦୋଳନ ସମିତିର ଆନ୍ଦୋଳନ ଯୋଗୁଁ ବିଜେପିର ଜଣେ ପ୍ରମୁଖ ନେତାଙ୍କ କ୍ୟାରିୟର୍ କ୍ଷତିଗ୍ରସ୍ତ ହୋଇଥିଲା । ସେ ବିରୋଧ କରୁଥିବାରୁ ବିଜେପିରେ ଯୋଗ ଦେବା ପଟେଲ୍ଙ୍କ ପକ୍ଷରେ ଏତେ ସହଜ ବ୍ୟାପାର ନୁହେଁ ।




