ମୋଦିଙ୍କ ଗସ୍ତ ନେଇ ଭାବୁକ ହେଲେ ଗୁରୁ ରବିଦାସ ଆଶ୍ରମ ପୁରୋହିତ
ପଞ୍ଜାବ: ଫେବୃଆରୀ ୧୭: ପ୍ରଧାନମନ୍ତ୍ରୀ ମୋଦୀ ଗୁରୁ ରବିଦାସ ଜୟନ୍ତୀ ଅବସରରେ ଦିଲ୍ଲୀର କରୋଲବାଗରେ ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମଣ୍ଡପ ପରିଦର୍ଶନ କରିଛନ୍ତି। ସେ ପ୍ରାର୍ଥନା କରିବା ପରେ ଅନ୍ୟ ଭକ୍ତଙ୍କ ସହ ମନ୍ଦିର ଭିତରେ ମଞ୍ଜିରା ବଜାଉଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପରିଦର୍ଶକଙ୍କ ବହିରେ ଏକ ନୋଟ୍ ଲେଖିଛନ୍ତି। ଏହା ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏଠାକୁ ଆସିନଥିଲେ ସେଥିପାଇଁ ମନ୍ଦିର ପରିଚାଳକ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ମନ୍ଦିରର […]
ପଞ୍ଜାବ: ଫେବୃଆରୀ ୧୭: ପ୍ରଧାନମନ୍ତ୍ରୀ ମୋଦୀ ଗୁରୁ ରବିଦାସ ଜୟନ୍ତୀ ଅବସରରେ ଦିଲ୍ଲୀର କରୋଲବାଗରେ ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମଣ୍ଡପ ପରିଦର୍ଶନ କରିଛନ୍ତି। ସେ ପ୍ରାର୍ଥନା କରିବା ପରେ ଅନ୍ୟ ଭକ୍ତଙ୍କ ସହ ମନ୍ଦିର ଭିତରେ ମଞ୍ଜିରା ବଜାଉଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପରିଦର୍ଶକଙ୍କ ବହିରେ ଏକ ନୋଟ୍ ଲେଖିଛନ୍ତି। ଏହା ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏଠାକୁ ଆସିନଥିଲେ ସେଥିପାଇଁ ମନ୍ଦିର ପରିଚାଳକ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ମନ୍ଦିରର ପୁରୋହିତ ରାମ ସାହା ଶୁକ୍ଲା କହିଛନ୍ତି, ମୁଁ ବିଶ୍ୱାସ କରିପାରୁନି ଯେ ପ୍ରଧାନମନ୍ତ୍ରୀ ଆମ ସହିତ ସମୟ ଅତିବାହିତ କରିବେ । ସେ କେବଳ ପ୍ରାର୍ଥନା କରିନାହାଁନ୍ତି, ଏହା ସହ ତାଙ୍କ ବ୍ୟକ୍ତିଗତ ଜୀବନର ଭଲ ମନ୍ଦ ମଧ୍ୟ ପଚାରି ବୁଝିଥିଲେ ବୋଲି ସେ କହିଛନ୍ତି ।
ମୋଦୀଙ୍କ ବ୍ୟତୀତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପଞ୍ଜାବର ସିଏମ ଚରଣଜିତ ସିଂ ଚନ୍ନିଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ଏହି ଦିନ ଗୁରୁ ରବିଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।




