ଗୁଜରାଟ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୩ଟି ଆସନ ପାଇଁ ଚାଲିଛି ମତଦାନ,ଭୋଟ ଦେବେ ପ୍ରଧାନ ମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଗୁଜରାଟ ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୧୪ଟି ଜିଲ୍ଲାର ୯୩ଟି ଆସନ ପାଇଁ ମତଦାନ ଜାରି ରହିଛି । ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୫ଟା ଯାଏଁ ଚାଲିବ ମତଦାନ । ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୨.୫୪ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ମୈଦାନରେ ମୋଟ୍ ୮୩୩ ପ୍ରାର୍ଥୀ ରହିଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ : ଆଜି ଗୁଜରାଟ ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୧୪ଟି ଜିଲ୍ଲାର ୯୩ଟି ଆସନ ପାଇଁ ମତଦାନ ଜାରି ରହିଛି । ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୫ଟା ଯାଏଁ ଚାଲିବ ମତଦାନ ।

ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୨.୫୪ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ମୈଦାନରେ ମୋଟ୍ ୮୩୩ ପ୍ରାର୍ଥୀ ରହିଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ ତାଙ୍କର ଆଠ ମନ୍ତ୍ରୀ ରହିଛନ୍ତି। ଗୁଜରାଟର ବନାସକାଣ୍ଠା, ପାଟନ, ମେହସାଣା, ସାବରକାଣ୍ଠା, ଅରାବଲୀ, ଗାନ୍ଧିନଗର, ଅହମ୍ମଦାବାଦ, ଆନନ୍ଦ, ଖେଡା, ମହିସାଗର, ପଞ୍ଚ ମହଲ, ଦାହୋଦ, ବଡ଼ଦୋରା ଏବଂ ଛୋଟା ଉଦୟପୁରରେ ନିର୍ବାଚନ କରାଯାଉଛି । ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ମତଦାନ କରିବେ ।


ଘାଟଲୋଡିୟା ହେଉଛି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ । ପାଟିଦାର ନେତା ହାର୍ଦ୍ଦିକ ପଟେଲ ବିରମଗାମରୁ ବିଜେପି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଡିସେମ୍ବର ୧ତାରିଖରେ ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା । ଡିସେମ୍ବର ୫ ତାରିଖ ଅର୍ଥାତ୍ ସୋମବାର ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ସେହିପରି ଏହି ନିର୍ବାଚନରେ ବହୁ ବଡ଼ ବଡ଼ ନେତା ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । କଂଗ୍ରେସର ବିରୋଧୀଦଳ ନେତା ସୁଖରାମ ରାଠୱା ଛୋଟ ଉଦୟପୁରରୁ ନିର୍ବାଚନ ଲଢ଼ୁଛନ୍ତି । ସେହିପରି କଂଗ୍ରେସର ଅନେକ ବରିଷ୍ଠ ନେତା ଏହି ନିର୍ବାଚନରେ ମୈଦାନକୁ ଓହ୍ଲାଇଛନ୍ତି । ଗୁଜରାଟ ନିର୍ବାଚନକୁ ନେଇ ବେଶ ଅଶାବାଦୀ ରହିଛି ଆପ୍‌ । ଆମ୍‌ ଆଦମୀ ପାର୍ଟି ପକ୍ଷରୁ ମଧ୍ୟ ବଡ଼ ବଡ଼ ନେତା ନିର୍ବାଚନ ଲଢ଼ୁଥିବା ନଜିର ରହିଛି ।

୨୦୧୭ ବିଧାନସଭା ନିର୍ବାଚନରେ ୯୩ଟି ବିଧାନସଭା ଆସନରୁ ବିଜେପି ୫୧ଟି ବିଜୟୀ ହୋଇଥିଲା । ସେହିପରି କଂଗ୍ରେସ ହାତକୁ ଯାଇଥିଲା ୩୯ଟି ଆସନ । ୩ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଗତ ୨୭ ବର୍ଷ ଧରି ରାଜ୍ୟରେ ବିଜେପି କ୍ଷମତାରେ ଅଛି।