ଦିଲ୍ଲୀ ପ୍ରଦୂଷଣ ବିପଦ : ରାଜ୍ୟକୁ ୨୪ ଘଣ୍ଟିଆ ଅଲ୍‌ଟିମେଟମ ଦେଲା ସୁପ୍ରିମକୋର୍ଟ

ଦିଲ୍ଲୀ: ଡିସେମ୍ବର ୦୨: ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି । ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ୨୪ ଘଣ୍ଟିଆ ଅଲ୍‌ଟିମେଟମ ଦେଇଛନ୍ତି । ଏହାସହିତ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ଉତ୍ତମ ପଦକ୍ଷେପ ନିଅ;ୁ, ନହେଲେ କୋର୍ଟ ଏକ ନିର୍ଦ୍ଦେଶ ଜାରି କରିବେ ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଛି । ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ ପ୍ରତି ପ୍ରଦୂଷଣଜନିତ ବିପଦ ଥିବା ବେଳେ ସ୍କୁଲ୍‌ […]

Samaya Live Picture
Published On

ଦିଲ୍ଲୀ: ଡିସେମ୍ବର ୦୨: ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି । ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ୨୪ ଘଣ୍ଟିଆ ଅଲ୍‌ଟିମେଟମ ଦେଇଛନ୍ତି । ଏହାସହିତ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ଉତ୍ତମ ପଦକ୍ଷେପ ନିଅ;ୁ, ନହେଲେ କୋର୍ଟ ଏକ ନିର୍ଦ୍ଦେଶ ଜାରି କରିବେ ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଛି ।

ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ ପ୍ରତି ପ୍ରଦୂଷଣଜନିତ ବିପଦ ଥିବା ବେଳେ ସ୍କୁଲ୍‌ ଖୋଲିଥିବାରୁ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟ ସମାଲୋଚନା କରିଛି । କୋର୍ଟର ପ୍ରଧାନ ବିଚାରପତି ଏନ୍‌ଭି ରମନା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, ପ୍ରବଳ ପ୍ରଦୂଷଣ ବଢ଼ୁଥିବାରୁ ରାଜ୍ୟର ବୟସ୍କମାନେ ଘରେ ଥାଇ କାମ କରିବେ ଆଉ ପିଲା ସକାଳ ୬ଟାରୁ ଉଠି ସ୍କୁଲ୍‌ ଯିବେ? ସତରେ ଆମେ ଅଦାଲତରେ ଆପଣଙ୍କ ବିବୃତି ସବୁକୁ ଗୁରୁତର ସହ ଗ୍ରହଣ କରୁଛୁ । ଆପଣ କହିଥିବା ଗୋଟାଏ କଥା ହେଉଛି , ସ୍କୁଲ୍‌ ସବୁ ବନ୍ଦ ରହିଛି । ବାସ୍ତବରେ, ସ୍କୁଲ୍‌ ସବୁ ବନ୍ଦ ହୋଇନାହିଁ । ଧୂଆଁମିଶା କୁହୁଡ଼ି ବାତାବରଣରେ ପିଲାମାନଙ୍କୁ ସକାଳୁ ସ୍କୁଲ୍‌ ଯିବାକୁ ପଡୁଛି । କଥା ପ୍ରତି ଖାତର ନାହିଁ? ଆଜିର ସମ୍ବାଦପତ୍ର ଦେଖ । ମୁଁ ଜାଣେ ପିଲାଏ ସ୍କୁଲ୍‌ ଯାଉଛନ୍ତି । ଆଦେଶକୁ ଅପେକ୍ଷା କର;ୁ ନାହିଁ । ଆମେ ଆପଣଙ୍କୁ ସବୁ କଥା କହିବା ଅନାବଶ୍ୟକ । ଆମେ ଆପଣଙ୍କୁ ସମ୍ମାନ ଦେଉ । ସେଇଥି ପାଇଁ ବୟସ୍କମାନେ ଘରେ ଥାଇ କାମ କରିବେ ଏବଂ ପିଲାଙ୍କୁ ସ୍କୁଲ୍‌ ଯିବାକୁ ପଡ଼ିବ?

ସୂଚନା ଥାଉଯେ, ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଶୀର୍ଷସ୍ତରରେ ପହଞ୍ଚିବାରୁ ଦିଲ୍ଲୀ ସରକାର ସ୍କୁଲରେ ପ୍ରତ୍ୟକ୍ଷ କ୍ଲାସ୍‌ ବାତିଲ କରିଥିଲେ । କି;ୁ, ପରୀକ୍ଷା କରାଇବା ପାଇଁ ଅନେକ ସ୍କୁଲ ନଭେମ୍ବର ୨୯ ତାରିଖରୁ ପ୍ରତ୍ୟକ୍ଷ କ୍ଲାସ୍‌ ଆରମ୍ଭ କରିଛନ୍ତି । ପିଲାମାନେ ସକାଳ ୬ଟାରୁ ସ୍କୁଲକୁ ଯାଉଛନ୍ତି । ପ୍ରଦୂଷଣ ମିଶା କୁହୁଡ଼ି ଯୋଗୁଁ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ସିଧାସଳଖ ପ୍ରଭାବ ପଡ଼ୁଛି ।