ମୁଖ୍ୟମନ୍ତ୍ରୀ ହେଲେ ସିନ୍ଦେ
ମୁମ୍ବାଇ: ଜୁଲାଇ ୦୧: ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହିପରି ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ ଘୋଷଣା କରି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେବେ ବୋଲି କହିଥିଲେ । ଏହାସହ ସେ ନିଜେ ସରକାର ବାହାରେ ରହିବେ ବୋଲି […]
ମୁମ୍ବାଇ: ଜୁଲାଇ ୦୧: ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହିପରି ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ ଘୋଷଣା କରି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେବେ ବୋଲି କହିଥିଲେ । ଏହାସହ ସେ ନିଜେ ସରକାର ବାହାରେ ରହିବେ ବୋଲି ମଧ୍ୟ ଘୋଷଣା କରିଥିଲେ । କି;ୁ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନzା ନିଜେ ଟ୍ୱିଟ୍ କରି ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ହୁଅ;ୁ ବୋଲି ଦଳ ଚାହୁଁଥିବା କହିଥିଲେ । ପାଞ୍ଚ ବର୍ଷ ଯାଏଁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଅନ୍ୟପଟେ ସିନ୍ଦେଙ୍କ ସମର୍ଥକ ମଧ୍ୟ ନାରାବାଜି କରିଥିଲେ । ଶପଥ ଗ୍ରହଣ ସମୟରେ ଏକନାଥ ସିନ୍ଦେଙ୍କ ପୁରା ପରିବାର ରାଜଭବନରେ ଉପସ୍ଥିତ ଥିଲା । ତେବେ ଶପଥ ଗ୍ରହଣ ସମାରୋହରେ ଶିବସେନାର ବିଦ୍ରୋହୀ ବିଧାୟକ ଉପସ୍ଥିତ ନଥିଲେ । ଉଲ୍ଲେଖଯୋଗ୍ୟ ଯେ, ବିଦ୍ରୋହୀ ବିଧାୟକମାନେ ବର୍ତ୍ତମାନ ଗୋଆର ହୋଟେଲରେ ଅଛନ୍ତି । ତେବେ ଶପଥ ଗ୍ରହଣ ସମୟରେ ହୋଟେଲରେ ଉତ୍ସବ ମନାଇଥିଲେ ସେମାନେ ।




