ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ,କୋଲକାତା
ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ସହରର ପ୍ରଦୂଷଣ ମାତ୍ରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ର ବାୟୁ ପ୍ରଦୂଷଣ ଗାଇଡଲାଇନରଠାରୁ ଯଥେଷ୍ଟ ଅଧିକଛ ଏହାଦ୍ୱାରା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛିଛ ଭାରତର ଦୁଇ ପ୍ରମୁଖ ସହର ଦିଲ୍ଲୀ ଓ କୋଲକାତା ପ୍ରଦୂଷଣ ତାଲିକାର ୧ନଂ ଏବଂ ୨ନଂ ସ୍ଥାନରେ ରହିଛନ୍ତିଛ ବିପଦପୂର୍ଣ୍ଣ ପାର୍ଟିକ୍ୟୁଲେଟ ମ୍ୟାଟର (ପିଏମ୨.୫) ଏଠାରେ ଯଥେଷ୍ଟ ଅଧିକଛ ପିଏମ ୨.୫ ଅଧିକ ରହୁଥିବା ବିଶ୍ୱର ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ ୧ନଂ ଓ କୋଲକାତା ୨ନଂ […]
ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ସହରର ପ୍ରଦୂଷଣ ମାତ୍ରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ର ବାୟୁ ପ୍ରଦୂଷଣ ଗାଇଡଲାଇନରଠାରୁ ଯଥେଷ୍ଟ ଅଧିକଛ ଏହାଦ୍ୱାରା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛିଛ ଭାରତର ଦୁଇ ପ୍ରମୁଖ ସହର ଦିଲ୍ଲୀ ଓ କୋଲକାତା ପ୍ରଦୂଷଣ ତାଲିକାର ୧ନଂ ଏବଂ ୨ନଂ ସ୍ଥାନରେ ରହିଛନ୍ତିଛ ବିପଦପୂର୍ଣ୍ଣ ପାର୍ଟିକ୍ୟୁଲେଟ ମ୍ୟାଟର (ପିଏମ୨.୫) ଏଠାରେ ଯଥେଷ୍ଟ ଅଧିକଛ ପିଏମ ୨.୫ ଅଧିକ ରହୁଥିବା ବିଶ୍ୱର ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ ୧ନଂ ଓ କୋଲକାତା ୨ନଂ ସ୍ଥାନରେ ରହିଛନ୍ତି ।

ସେହିପରି ବାୟୁମଣ୍ଡଳକୁ ନାଇଟ୍ରୋଜେନ ଡାଇଅକ୍ସାଇଡ୍ (ଏନଓ୨) ର୍ନିଗତ କରୁଥିବା ସହର ତାଲିକାରେ ଚାଇନାର ଶାଙ୍ଘାଇ ୧ନଂ ଓ ରୁଷର ମସ୍କୋ ୨ନଂ ସ୍ଥାନରେ ରହିଛନ୍ତିଛ ବୁଧବାର ଆମେରିକା ଭିତ୍ତିକ ହେଲ‘ ଇଫେକଫସ ଇନଷ୍ଟିଚ୍ୟୁଟର ଷ୍ଟେଟ ଅଫ ଗ୍ଲୋବାଲ ଏୟାର ଇନିସିଏଟିଭ ପକ୍ଷରୁ ଏପରି ତାଲିକା ଜାରି କରାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ ୨୦୧୦ରୁ ୨୦୧୯ ମଧ୍ୟରେ ସହରଗୁଡ଼ିକର ବାୟୁର ଗୁଣବତ୍ତା ଓ ସ୍ୱାସ୍ଥ୍ୟ ଜନିତ ତଥ୍ୟକୁ ଆଧାର କରି ତାଲିକା ପ୍ରସ୍ତୁତ କରାଯାଇଛିଛ ତଥ୍ୟରୁ ଜଣାପଡ଼ିଛି ଯେ ଦୁଇ ପ୍ରକାରର ପ୍ରଦୂଷଣ ବାୟୁମଣ୍ଡଳରେ ବିବାରେ ଲାଗିଛିଛ ସ୍ୱଳ୍ପ ଓ ମଧ୍ୟମ ଆୟ କରୁଥିବା ଦେଶଗୁଡ଼ିକର ସହରରେ ପିଏମ ୨.୫ ପ୍ରଦୂଷଣ ଅଧିକ ରହୁଛିଛ ସେହିପରି ବିକଶିତ ରାଷ୍ଟ୍ରଗୁଡ଼ିକରେ ଥିବା ସହରଗୁଡ଼ିରେ ନାଇଟ୍ରୋଜେନ ଡାଇଅକ୍ସାଇଡ୍(ଏନଓ୨) ଜନିତ ପ୍ରଦୂଷଣ ଅଧିକ ଦେଖିବାକୁ ମିଳୁଛିଛ କିଛି ସ୍ୱଳ୍ପ ଓ ମଧ୍ୟମ ଧରଣର ଆୟକାରୀ ଦେଶର ସହରଗୁଡ଼ିକରେ ମଧ୍ୟ ନାଇଟ୍ରୋଜେନ ଡାଇଅକ୍ସାଇଡ୍ ଜନିତ ପ୍ରଦୂଷଣ ବୃଦ୍ଧି ପାଉଛି ।

ବୋଷ୍ଟନରେ ରିଲିଜ କରାଯାଇଥିବା ଏହି ରିପୋର୍ଟ ପ୍ରସ୍ତୁତ କରାଯିବା ପୂର୍ବରୁ ବଶ୍ୱର ୭୦୦ରୁ ଅଧିକ ସହରର ବାୟୁ ପ୍ରଦୂଷଣ ଓ ସ୍ୱାସ୍ଥ୍ୟଗତ ପ୍ରଭାବ ସମ୍ପର୍କିତ ତଥ୍ୟକୁ ବିସ୍ତୃତ ଭାବେ ତର୍ଜମା କରାଯାଇଥିଲାଛ ଜୀବଜଗତ ପାଇଁ ଘାତକ ସାଜୁଥିବା ପିଏମ ୨.୫ ଓ ଏନ୍ଓ୨ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲାଛ ୨୦୧୯ରେ ୧.୭ ନିୟୁତ ଲୋକ ପିଏମ ୨.୫ ଜନିତ ପ୍ରଦୂଷଣ ଯୋଗୁ ପ୍ରାଣ ହରାଇଥିଲେ ।
୭,୨୩୯ଟି ସହରରେ ଏତେ ସଂଖ୍ୟକ ଲୋକ ବାୟୁରେ ଥିବା ପିଏମ ୨.୫ ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡ଼ିଛନ୍ତିଛ ଏସିଆ, ଆଫ୍ରିକା, ପୂର୍ବ ଓ କେନ୍ଦ୍ରୀୟ ୟୁରୋପରେ ପ୍ରଦୂଷଣର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଛିଛ ଏହାପୂର୍ବରୁ ଏଚ୍ଇଆଇ କହିଥିଲା ଯେ ୨୦୧୯ରେ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ୬.୭ ମିଲିନୟ ଲୋକଙ୍କ ଜୀବନ ନେଇଥିଲାଛ ବାୟୁ ପ୍ରଦୂଷଣର ସବୁଠାରୁ ଅଧିକ ପ୍ରଭାବ ଯୁବବର୍ଗ, ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ଉପରେ ପଡ଼ୁଛି ।
ରିପୋର୍ଟରେ କୁହାଯାଇଛି ଯେ ପିଏମ ୨.୫ ଯୋଗୁ ପ୍ରଦୂଷିତ ହୋଇଥିବା ବିଶ୍ୱର ଟପ୍ ୧୦ ସହରର ମଧ୍ୟରେ ଦିଲ୍ଲୀ, କୋଲକାତା, କାନୋ(ନାଇଜେରିଆ), ଲିଆମ(ପେରୁ), ଢାକା(ବାଂଲାଦେଶ), ଜାକର୍ତ୍ତା(ଇଣ୍ଡୋନେସିଆ), ଲାଗୋସ( ନାଇଜେରିଆ), କରାଚି (ପାକିସ୍ତାନ), ବେଜିଂ(ଚାଇନା) ଓ ଆଙ୍କାରା(ଘାନା) ରହିଛନ୍ତି । ସେହିପରି ଶାଙ୍ଘାଇ, ମସ୍କୋ, ତେହରାନ(ଇରାନ), ସେଣ୍ଟ ପିଟର୍ସବର୍ଗ(ରୁଷ), ବେଜିଂ(ଚାଇନା), କାଇରୋ(ଇଜିପଫ), ଅଶଗାବଟ(ତୁର୍କିମେନିସ୍ତାନ), ମିନସ୍କ(ବେଲାରୁଷ), ଇସ୍ତାନବୁଲ(ତୁର୍କୀ) ଓ ହୋ ଚି ମିନ ସିଟି (ଭିଏତନାମ) ନାଇଟ୍ରୋଜେନ ଡାଇଅକ୍ସାଇଡ୍ ଜନିତ ପ୍ରଦୂଷିତ ହେଉଥିବା ଟପ୍ ୧୦ ସହର ।




