ମୋଦିଙ୍କ ଉପରେ ସଙ୍ଗିନ୍‌ ଅଭିଯୋଗ ଆଣିଲେ ମାନ୍‌

ଚଣ୍ଡିଗଡ: ମାର୍ଚ୍ଚ ୦୨: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ। ପଠାନକୋଟ ଆକ୍ରମଣ ସମୟରେ ସେନା ପଠାଇବା ବଦଳରେ କେନ୍ଦ୍ର ସରକାର ପଞ୍ଜାବ ସରକାରଙ୍କଠୁ ୭.୫ କୋଟି ଟଙ୍କା ମାଗିଥିଲେ ବୋଲି ବିଧାନସଭାରେ ଅଭିଯୋଗ ଆଣିଲେ ମାନ। ସେ କହିଛନ୍ତି, ମୁଁ ଏବଂ ଆମ୍ ଆଦମୀ ପାର୍ଟିର ନେତା ସାଧୁ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ଯାଇଥିଲୁ। ପଠାନକୋଟ୍ ଆକ୍ରମଣ ପରେ ସେନା ପଠାଇବାକୁ କହିଥିଲୁ। […]

Samaya Live Picture
Published On

ଚଣ୍ଡିଗଡ: ମାର୍ଚ୍ଚ ୦୨: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ। ପଠାନକୋଟ ଆକ୍ରମଣ ସମୟରେ ସେନା ପଠାଇବା ବଦଳରେ କେନ୍ଦ୍ର ସରକାର ପଞ୍ଜାବ ସରକାରଙ୍କଠୁ ୭.୫ କୋଟି ଟଙ୍କା ମାଗିଥିଲେ ବୋଲି ବିଧାନସଭାରେ ଅଭିଯୋଗ ଆଣିଲେ ମାନ। ସେ କହିଛନ୍ତି, ମୁଁ ଏବଂ ଆମ୍ ଆଦମୀ ପାର୍ଟିର ନେତା ସାଧୁ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ଯାଇଥିଲୁ। ପଠାନକୋଟ୍ ଆକ୍ରମଣ ପରେ ସେନା ପଠାଇବାକୁ କହିଥିଲୁ। ଆମକୁ ମିଳୁଥିବା ସଂସଦୀୟ ଆଞ୍ଚଳିକ ବିକାଶ ଯୋଜନା ଫଣ୍ଡରୁ ଟଙ୍କା କାଟି ନିଅନ୍ତୁ ଏବଂ ତାରି ବଦଳରେ ଆମକୁ ଲେଖିକି ଦିଅନ୍ତୁ ଯେ, ପଞ୍ଜାବ ଭାରତର ଅଂଶ ନୁହେଁ ଏବଂ ଆମେ ସେନାକୁ ଭଡାରେ ନେଉଛୁ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କୁ କହିଥିଲୁ। ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ କହିଛନ୍ତି, ପଠାନକୋଟ ଏୟାରବେସ ଉପରେ ଆକ୍ରମଣ ପରେ ହିଁ ସେନା ପହଞ୍ଚିଥିଲେ। କିନ୍ତୁ ଏହା ପୂର୍ବରୁ ସରକାରଙ୍କ ତରଫରୁ ଚିଠି ଆସିଥିଲା ଯେ, ପଞ୍ଜାବକୁ ସେନା ପଠାଇବାକୁ ହେଲେ ପ୍ରଥମେ ୭.୫ କୋଟି ଟଙ୍କା ଦେବାକୁ ପଡିବ । ତେବେ ଏପରି ଅଭିଯୋଗ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ।