ମଣିପୁରରେ ସରକାର ଗଠନ ନେଇ ବରିଷ୍ଠ ବିଜେପି ନେତାଙ୍କ ବୈଠକ

ମଣିପୁରରେ ସରକାର ଗଠନ ନେଇ ବରିଷ୍ଠ ବିଜେପି ନେତାଙ୍କ ବୈଠକ
Samaya Live Desk Picture
Published On

ଇମ୍ଫାଲ: ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିଏଲ୍‌ ସନ୍ତୋଷ ଏବଂ ବିଜେପି ଉତ୍ତରପୂର୍ବ ପ୍ରଭାରୀ ସମ୍ବିତ ପାତ୍ର ଏବେ  ମଣିପୁର ଗସ୍ତରେ ଅଛନ୍ତି। ମଣିପୁରର ରାଜନୈତିକ ଏବଂ ସାଂଗଠନିକ ସ୍ଥିତି ସମୀକ୍ଷା କରିବାପାଇଁ ଏବଂ ରାଷ୍ଟ୍ରପତି ଶାସନ ସମୟ ପରିବର୍ଦ୍ଧିତ ହେବା ପୂର୍ବରୁ ସରକାର ଗଠନର ସମ୍ଭାବନା ସଂକ୍ରାନ୍ତରେ ଏହି ଗସ୍ତ କରାଯାଇଛି। ଗସ୍ତ ଅବସରରେ ନେତାମାନେ ଦଳର ବିଧାୟକ ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ସହ ସିରିଜ୍‌ ବୈଠକ କରିଛନ୍ତି।

ରାଜନୈତିକ ପ୍ରସ୍ତୁତି ଏବଂ ସାଂଗଠନିକ ରଣନୀତି ସଂକ୍ରାନ୍ତରେ ଆଲୋଚନା କରିବାପାଇଁ ଏହି ବୈଠକ କରାଯାଇଛି। ପୁଣିଥରେ ମଣିପୁରରେ ସରକାର ଗଠନ ହେବା ନେଇ ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ବିଜେପି ବିଧାୟକ ବିଏଲ୍‌ ସନ୍ତୋଷ କହିଛନ୍ତି, ସବୁ କିଛି ଖୁବ୍‌ଶୀଘ୍ର ସ୍ପଷ୍ଟ କରାଯିବ। ବିଜେପି ମୁଖପାତ୍ର ଏବଂ ବିଧାୟକ କେଏଚ୍‌ ଇବୋମଚା ସିଂହ କହିଛନ୍ତି, ସ୍ବାଭାବିକ ସ୍ଥିତି ଫେରାଇବା ଉପରେ ଏବଂ ଦଳର ଢାଞ୍ଚା ସୁଦୃଢ଼ କରିବା ଉପରେ କେନ୍ଦ୍ରୀୟ ନେତୃବୃନ୍ଦ ଫୋକସ୍‌ କରିଛନ୍ତି। ସରକାର ଗଠନ ଉପରେ ମଧ୍ୟ ଆଲୋଚନା ହୋଇଛି।