କୁପୱାଡ଼ାରେ ଆତଙ୍କୀ ଆଡ଼ା ସ୍ଥଳ ଉପରେ ଚଢ଼ଉ : ରାଇଫଲ୍, ଗ୍ରେନେଡ୍ ଓ ଗୁଳି ଜବତ

କୁପୱାଡ଼ାରେ ଆତଙ୍କୀ ଆଡ଼ା ସ୍ଥଳ ଉପରେ ଚଢ଼ଉ : ରାଇଫଲ୍, ଗ୍ରେନେଡ୍ ଓ ଗୁଳି ଜବତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାଡ଼ା ଜିଲ୍ଲାର ହଣ୍ଡୱାଡ଼ା-ନୌଗାମ ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ସୁରକ୍ଷାକର୍ମୀମାନେ ଏକ ଆତଙ୍କୀ  ଆଡ଼ାସ୍ଥଳର ପର୍ଦ୍ଦାଫାସ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଗୁଇନ୍ଦା ତଥ୍ୟ ଆଧାରରେ ହଣ୍ଡୱାଡ଼ା ପୁଲିସ ଓ ସେନାର ନୌଗାମ ବ୍ରିଗେଡ୍ ମିଳିତ ସର୍ଚ୍ଚ ଅପରେସନ କରିଥିଲେ। ସୁରକ୍ଷାକର୍ମୀ ନିରିୟାନ୍‌ ଜଙ୍ଗଲ ଅଞ୍ଚଳରେ ଅପରେସନ ବେ‌ଳେ ଆତଙ୍କବାଦୀଙ୍କ ଗୁପ୍ତ ଆଡ଼ା ପାଇଥିବାବେଳେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ଅସ୍ତ୍ରଶସ୍ତ୍ର ମଧ୍ୟରେ ଦୁଇଟି ଏମ୍‌ ସିରିଜ ଆସଲ୍ଟ ରାଇଫଲ୍ (ଆମେରିକା ପ୍ରସ୍ତୁତ ଏମ୍‌୪) ୪ଟି ମାଗାଜିନ , ଦୁଇଟି ଚୀନ୍ ନିର୍ମିତ ପିସ୍ତଲ ସହିତ ତିନିଟି ମାଗାଜିନ, ଦୁଇଟି ହ୍ୟାଣ୍ଡ୍ ଗ୍ରେନେଡ୍ ଓ ଅନେକ ରାଉଣ୍ଡ ଗୁଳି ଜବତ ହୋଇଛି। ଆଗକୁ ବଡ଼ଧରଣ ଆକ୍ରମଣ କରିବା ଲକ୍ଷ୍ୟରେ ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରଶସ୍ତ୍ର ଠୁଳ କରିଥିବା ପୁଲିସ ସୂଚନା ଦେଇଛି। 

ସମ୍ବନ୍ଧିତ ଖବର କରୁର ଦଳାଚକଟା ମାମଲା

Related Posts