୩୦ରେ ସର୍ବଦଳୀୟ ବୈଠକ ଡାକିଲେ ରିଜିଜୁ
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତା ମାସ ୧ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଚଳିତମାସ ୩୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ପଡ଼ି ରହିଥିବା ବିଲ୍ ସଂପର୍କରେ ବିରୋଧୀ ଦଳଗୁଡ଼ିକୁ ବୈଠକରେ ଅବଗତ କରାଯିବାର ସୁଯୋଗ ମିଳିବ। ସେମାନଙ୍କଠାରୁ ମତାମତ ସଂଗ୍ରହ କରାଯିବ। ଶୀତ ଅଧିବେଶନ ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ। ସେଥିରେ ୧୫ଟି କାର୍ଯ୍ୟଦିବସ ରହିବ।




