ସପା ନେତାଙ୍କ ଘରେ ଆୟକର ବିଭାଗର ରେଡ୍: ନିର୍ବାଚନ ପୂର୍ବରୁ କେନ୍ଦ୍ରସରକାର ଜାଣିଶୁଣି ଏହିପରି କରୁଛନ୍ତି ବୋଲି କହିଲେ ମୁଖିଆ ଅଖିଳେଶ
ଲକ୍ଷ୍ନୌ: ଡିସେମ୍ବର ୧୮: ବିଧାନସଭା ନିର୍ବାଚନା ବୂର୍ବରୁ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ରାଜୀବ ରାୟ ଏବଂ ପାର୍ଟି ମୁଖିଆ ଅଖିଲେଶ ଯାଦବଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ ହୋଇଛି । ସେମାନେ ହେଲେ ଆରସିଏଲ୍ ଗ୍ରୁପର ମାଲିକ ମନୋଜ ଯାଦବ ଓ ଜେତେନ୍ଦ୍ର ଯାଦବ । ଅନ୍ୟପକ୍ଷରେ, ନିର୍ବାଚନ ପୂର୍ବରୁ ସରକାର ଏହାକୁ ଜାଣିଶୁଣି କରୁଛନ୍ତି ବୋଲି ଅଖିଲେଶ ଯାଦବ ଅଭିଯୋଗ କରିଛନ୍ତି । ରେଡ୍ ସମ୍ପର୍କରେ ଖବର ମିଳିବା […]
ଲକ୍ଷ୍ନୌ: ଡିସେମ୍ବର ୧୮: ବିଧାନସଭା ନିର୍ବାଚନା ବୂର୍ବରୁ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ରାଜୀବ ରାୟ ଏବଂ ପାର୍ଟି ମୁଖିଆ ଅଖିଲେଶ ଯାଦବଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ ହୋଇଛି । ସେମାନେ ହେଲେ ଆରସିଏଲ୍ ଗ୍ରୁପର ମାଲିକ ମନୋଜ ଯାଦବ ଓ ଜେତେନ୍ଦ୍ର ଯାଦବ ।
ଅନ୍ୟପକ୍ଷରେ, ନିର୍ବାଚନ ପୂର୍ବରୁ ସରକାର ଏହାକୁ ଜାଣିଶୁଣି କରୁଛନ୍ତି ବୋଲି ଅଖିଲେଶ ଯାଦବ ଅଭିଯୋଗ କରିଛନ୍ତି । ରେଡ୍ ସମ୍ପର୍କରେ ଖବର ମିଳିବା ପରେ ସମାଜବାଦୀ ପାର୍ଟିର ଅନେକ ନେତା ଓ କର୍ମୀ ରାଜୀବଙ୍କ ଘର ବାହାରେ ଏକାଠି ହୋଇଛନ୍ତି । ସେମାନେ କେନ୍ଦ୍ର ସରକାର ବିରୋଧରେ ନାରା ଲଗାଇଛନ୍ତି । ସୁରକ୍ଷାକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସୂଚନା ଅନୁସାରେ, ଆଜି ସକାଳୁ ବାରାଣସୀ ଆୟକର ବିଭାଗର ଗୋଟିଏ ଟିମ୍ ପ୍ରଥମେ ମାଉରେ ପହଞ୍ଚିଥିଲା । ଏହାପରେ ସାହାଦତପୁର ଅଞ୍ଚଳରେ ଥିବା ରାଜୀବଙ୍କ ବାସଭବନରେ ସକାଳ ୭ଟାରୁ ରେଡ୍ ଆରମ୍ଭ ହେଇଥିଲା । ଏହି ରେଡ୍ ଏବେ ବି ଜାରି ରହିଛି । ରାଜୀବଙ୍କ ପରିବାର ଲୋକ ବାସଭବନ ମଧ୍ୟରେ ରହିଛନ୍ତି । ବାହାର ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ସେମାନଙ୍କୁ କୌଣସି ଅନୁମତି ମିଳିନାହିଁ । ତେବେ ରାଜୀବ ରାୟଙ୍କ ଘରେ ଆୟକର ବିଭାଗ କାହିଁକି ରେଡ୍ କଲା ତାହାର ସ୍ପଷ୍ଟ ଖବର ମିଳିନାହିଁ । ଅନ୍ୟପକ୍ଷରେ ଟିକସ ଫାଙ୍କିବା ଅଭିଯୋଗରେ ଏପରି ଯାଞ୍ଚ ହେଉଥିବା କଥା କୁହାଯାଉଛି ।
ମନୋଜ ଯାଦବ ଓ ଜେତେନ୍ଦ୍ର ଯାଦବଙ୍କ ବାସଭବନରେ ମଧ୍ୟ ଆୟକର ବିଭାଗ ରେଡ୍ କରିଛି । ମୈନପୁରରେ ମନୋଜ ଯାବଦଙ୍କ ଘର ରହିଛି । ଆଜି ସକାଳୁ ଆୟକର ଅଧିକାରୀମାନେ ୧୨ଟି ଗାଡ଼ିରେ ଆସି ମନୋଜଙ୍କ ଘରକୁ ରୋଡ୍ କରିଥିଲେ । ସେହିପରି ଲକ୍ଷ୍ନୌର ଆମ୍ବେଦକର ପାର୍କ ଅଞ୍ଚଳରେ ଥିବା ଜିତେନ୍ଦ୍ର ଯାଦବଙ୍କ ଘରେ ମଧ୍ୟ ରେଡ୍ ଚାଲିଛି ।




