ଅଗ୍ନିବୀରମାନଙ୍କୁ ଦିଆଯାଇଛି ବିଶେଷ ଅଫର
ନୂଆଦିଲ୍ଲୀ: ଜୁନ ୨୦: ଆଜି ଯାଏଁ ଥମୁନି ଅଗ୍ନିପଥ ନିଆଁ । ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ତାରି ଭିତରେ ଅଗ୍ନିବୀରଙ୍କ ପାଇଁ ଦିଆଯାଉ ମଲଫି ଅଫର୍ । ପ୍ରଥମେ ବୟସ ସୀମା ବୃଦ୍ଧି କରାଯାଇଥିବା ବେଳେ ଏହାପରେ ଅଗ୍ନିବୀରଙ୍କ ପାଇଁ ବେତନ, ୟୁନିଫର୍ମ ଓ ଛୁଟି ନେଇ ବାୟୁସେନା ବିସ୍ତୃତ ତଥ୍ୟ ଜାରି କରିଛି । ୧ କୋଟି ଟଙ୍କାର ବୀମା ସହ କ୍ୟାଣ୍ଟିନ […]
ନୂଆଦିଲ୍ଲୀ: ଜୁନ ୨୦: ଆଜି ଯାଏଁ ଥମୁନି ଅଗ୍ନିପଥ ନିଆଁ । ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ତାରି ଭିତରେ ଅଗ୍ନିବୀରଙ୍କ ପାଇଁ ଦିଆଯାଉ ମଲଫି ଅଫର୍ । ପ୍ରଥମେ ବୟସ ସୀମା ବୃଦ୍ଧି କରାଯାଇଥିବା ବେଳେ ଏହାପରେ ଅଗ୍ନିବୀରଙ୍କ ପାଇଁ ବେତନ, ୟୁନିଫର୍ମ ଓ ଛୁଟି ନେଇ ବାୟୁସେନା ବିସ୍ତୃତ ତଥ୍ୟ ଜାରି କରିଛି । ୧ କୋଟି ଟଙ୍କାର ବୀମା ସହ କ୍ୟାଣ୍ଟିନ ସୁବିଧା ଚାକିରିରେ ପ୍ରାଣ ହରାଇଲେ ପରିବାରକୁ ମିଳିବ ୧ କୋଟି ଟଙ୍କା । ବର୍ଷକୁ ୩୦ ଦିନର ଛୁଟି, ଏହାବାଦ୍ ସ୍ୱତନ୍ତ୍ର ମେଡିକାଲ ଛୁଟି ସହ ଅନେକ ସୁବିଧା ଅଗ୍ନିବୀରଙ୍କ ପାଇଁ ଘୋଷଣା କରାଯାଇଛି । ଏସବୁ ଘୋଷଣା ସେ‰ ମଧ୍ୟ ଅଗ୍ନିପଥ ଯୋଜନାକୁ ବିରୋଧ କରାଯାଉଛି । ଏପରିକି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ମଧ୍ୟ ଦିଆଯାଇଛି । ବିରୋଧ ପ୍ରଦର୍ଶନକୁ ନେଇ ମହିନ୍ଦ୍ରା ଗୃପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ ବଡ଼ ଘୋଷଣା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ତାଲିମପ୍ରାପ୍ତ ଯବାନଙ୍କୁ ଚାକିରି ଦେବା ପାଇଁ ସେ ଅଫର ପ୍ରଦାନ କରିଛନ୍ତି । ଆଜି ସକାଳେ ଟ୍ୱିଟ୍ କରି ଆନନ୍ଦ ମହିନ୍ଦ୍ରା କହିଛନ୍ତି, ଅଗ୍ନିପଥ ଯୋଜନାକୁ ବିରୋଧ କରି ଜାରି ରହିଥିବା ବିରୋଧ ପ୍ରଦର୍ଶନକୁ ନେଇ ଦୁଃଖ ପ୍ରକାଶ କରୁଛି । ଗତବର୍ଷ ଯେତେବେଳେ ଏହି ଯୋଜନାକୁ ନେଇ ବିଚାର ବିମର୍ଷ ଚାଲିଥିଲା, ସେତେବେଳେ ବି ମୁଁ କହିଥିଲି ଓ ଏବେ ମଧ୍ୟ ସମାନ କଥାକୁ ଦୋହରାଉଛି ଯେ, ଏହି ଯୋଜନା ଅନ୍ତର୍ଗତ ତାଲିମପ୍ରାପ୍ତ ଅଗ୍ନିବୀରଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ମହିନ୍ଦ୍ରା ଗ୍ରୁପ୍ ଏପରି ତାଲିମପ୍ରାପ୍ତ, ଦକ୍ଷ ଯୁବକମାନଙ୍କ ନିଯୁକ୍ତିକୁ ସ୍ୱାଗତ କରୁଛି । ଅଗ୍ନିବୀରଙ୍କ ପାଇଁ ଆନନ୍ଦ ମହିନ୍ଦ୍ରାଙ୍କ ଏହି ଘୋଷଣାକୁ ଅନେକ ସ୍ୱାଗତ କରିଛନ୍ତି । ଏନେଇ ଜଣେ ୟୁଜର ପ୍ରଶ୍ନ କରିଥିଲେ, ମହିନ୍ଦ୍ରା ଗୃପରେ ଅଗ୍ନିବୀରଙ୍କୁ କେଉଁ ପୋଷ୍ଟରେ ନିଯୁକ୍ତି ଦିଆଯିବ ? ଏହାର ଉତ୍ତରରେ ଆନନ୍ଦ ମହିନ୍ଦ୍ରା କହିଥିଲେ, କର୍ପୋରେଟ୍ ସେକଫରରେ ଅଗ୍ନିବୀରଙ୍କ ପାଇଁ ଅନେକ ସୁଯୋଗ ରହିଛି । ଯେପିରିକି ଲିଡରସିପ୍, ଟିମ୍ୱାର୍କ ଓ ଫିଜିକାଲ୍ ଟ୍ରେନିଂ ଇତ୍ୟାଦି । ଅନ୍ୟପକ୍ଷେ, ଅଗ୍ନିବୀରଙ୍କ ପାଇଁ ଆନନ୍ଦ ମହିନ୍ଦ୍ରାଙ୍କ ଏହି ଘୋଷଣାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସ୍ୱାଗତ କରିଛନ୍ତି ।




