ନାସିକରେ ୬୦୦ ଫୁଟ୍‌ ଗଭୀର ଖାଇକୁ କାର୍‌ ଖସି ୬ ଜଣଙ୍କ ମୃତ୍ୟୁ 

ନାସିକରେ ୬୦୦ ଫୁଟ୍‌ ଗଭୀର ଖାଇକୁ କାର୍‌ ଖସି ୬ ଜଣଙ୍କ ମୃତ୍ୟୁ 
Samaya Live Desk Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ନାସିକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ରବିବାର ଦିନ ନାସିକର କାଲୱାନ ତାଲୁକାର ସପ୍ତଶୃଙ୍ଗି ଘାଟରେ ଏକ କାର ୬୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣାଟି ଅପରାହ୍ନ ୪ଟାରେ ଘଟିଥିଲା ​​ଏବଂ ମୃତକମାନେ ନିଫାଡ ତାଲୁକାର ପିମ୍ପଲଗାଓଁ ବସନ୍ତ ଅଞ୍ଚଳର। ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ୭ ଜଣ ଯାତ୍ରୀ ଥିବା ଟୟୋଟା ଇନୋଭା ଗାଡ଼ିଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ମୃତକମାନେ କୀର୍ତ୍ତି ପଟେଲ (୫୦), ରସୀଲା ପଟେଲ (୫୦), ବିଠଲ ପଟେଲ (୬୫), ଲତା ପଟେଲ (୬୦), ବଚନ ପଟେଲ (୬୦) ଏବଂ ମଣିବେନ ପଟେଲ (୭୦) ବୋଲି ଚିହ୍ନଟ କରାଯାଇଛି। ପୋଲିସ ଅଧୀକ୍ଷକ ବାଲାସାହେବ ପାଟିଲ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।  ଦୁର୍ଘଟଣାରେ ମୃତ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ରର ନାସିକରେ ଏକ ଦୁର୍ଘଟଣାରେ ପ୍ରାଣହାନି ଯୋଗୁଁ ଗଭୀର ମର୍ମାହତ। ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା। ଆହତମାନେ ଶୀଘ୍ର ଆରୋଗ୍ୟ ହୁଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ଘଟଣାକୁ ‘ଅତ୍ୟନ୍ତ ଦୁଃଖଦ’ ବୋଲି କହିଛନ୍ତି ଏବଂ  ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ।