ଆଜି ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣର ୩ୟ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ସହିଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳୀ

ଦିଲ୍ଲୀ: ଫେବୃଆରୀ ୧୪: ପୁଲ୍‌ୱାମାରେ ହେଇଥିବା ଆକ୍ରମଣକୁ ଆଜିକୁ ୩ ବର୍ଷ ପୂରିଲା । ୧୪ ଫେବୃଆରୀ ୨୦୧୯ରେ ପାକିସ୍ତାନର ଆତଙ୍କବାଦୀ ଭାରତୀୟ ସୁରକ୍ଷା ବଳୟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ଆମ ଦେଶର ୪୦ ଜଣ ଯବାନ ସହିଦ ହୋଇଥିଲେ । ଆଜି ୩ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଏବଂ ଆମ ଦେଶ ପ୍ରତି ସେମାନଙ୍କର ଉଲ୍ଲେଖନୀୟ ସେବାକୁ ମନେ ପକାଉଛନ୍ତି । I […]

Samaya Live Picture
Published On

ଦିଲ୍ଲୀ: ଫେବୃଆରୀ ୧୪: ପୁଲ୍‌ୱାମାରେ ହେଇଥିବା ଆକ୍ରମଣକୁ ଆଜିକୁ ୩ ବର୍ଷ ପୂରିଲା । ୧୪ ଫେବୃଆରୀ ୨୦୧୯ରେ ପାକିସ୍ତାନର ଆତଙ୍କବାଦୀ ଭାରତୀୟ ସୁରକ୍ଷା ବଳୟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ଆମ ଦେଶର ୪୦ ଜଣ ଯବାନ ସହିଦ ହୋଇଥିଲେ । ଆଜି ୩ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଏବଂ ଆମ ଦେଶ ପ୍ରତି ସେମାନଙ୍କର ଉଲ୍ଲେଖନୀୟ ସେବାକୁ ମନେ ପକାଉଛନ୍ତି ।

ସେ ଟୁଇଟ୍‌ କରି କହିଛନ୍ତି, ୨୦୧୯ ରେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ସମସ୍ତଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଆମ ଦେଶ ପାଇଁ ସେମାନଙ୍କର ଉଲ୍ଲେଖନୀୟ ସେବାକୁ ମନେ ପକାଉଛି । ସେମାନଙ୍କର ସାହସିକତା ଏବଂ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କୁ ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଦେଶ ଗଠନ ଦିଗରେ କାର୍ଯ୍ୟ କରିବାକୁ ପ୍ରେରିତ କରିଥାଏ ।

ଅନ୍ୟପକ୍ଷରେ, ଭାରତୀୟ ସେନା ଏବଂ ଅନ୍ୟ ନିରାପତ୍ତା ବଳ ‘ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ’ର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ସ୍ମରଣଯୋଗ୍ୟ, ୨୦୧୯ ଫେବୃଆରୀ ୧୪ ତାରିଖ ଦିନ ସିଆପିଏଫ୍‌ ଯବାନମାନେ ବସରେ ଯାତ୍ରା କରୁଥିବା ବସ୍‌ ସହିତ ‘ଜେଶ୍‌-ଏ-ମହମ୍ମଦ୍‌’ର ଜଣେ ଆତଙ୍କବାଦୀ ଗୋଟାଏ ବିସ୍ପୋରକ ଭର୍ତ୍ତି ଗାଡ଼ି ଆଣି ଧକା ଦେବାରୁ ପ୍ରାୟ ୪୦ଜଣ ଯବାନ ସହିଦ ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ସାହସୀ ଯବାନମାନଙ୍କର ଆତ୍ମବଳି ସମାଜ ପ୍ରତି ଋଣ । ତାହା ଆତଙ୍କବାଦ ବିରୋଧରେ ଆମ୍ଭମାନଙ୍କୁ ଏକଜୁଟ କରୁଛି ।
ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍‌ ମଧ୍ୟ ଟୁଇଟ୍‌ କରି କହିଛନ୍ତି: ସହିଦ ପୁଲ୍‌ୱାମା ବୀରମାନେ ପାରମ୍ପରିକ ଶୋକ ସମବେଦନାଠାରୁ ଅଧିକ କିଛି ପାଇବାକୁ ହକ୍‌ଦାର । ସେମାନେ ଜାଣିବାକୁ ଚାହାଁନ୍ତି , କଣ ତ୍ରୁଟି ହେଲା ଏବଂ କାହିଁକି ସେଭଳି ତ୍ରୁଟି ହେଲା? ଏଭଳି ଦୁଃଖଦ ଘଟଣା ଘଟାଇଥିବା ତ୍ରୁଟି ପାଇଁ କିଏ ଦାୟୀ? ଆଉ ଏଭଳି ନ ହେବା ପାଇଁ ସୁନିଶ୍ଚିତ ହେବାକୁ ଆମେ କଣ କରିଛନ୍ତି? ତାଙ୍କର ସ୍ମୃତି ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ସମୁଚିତ ଉପାୟ କଣ?