୨ ଜଣ ଆତଙ୍କବାଦୀଙ୍କୁ ନିହତ କଲେ ଶ୍ରୀନଗର ନିରାପତ୍ତାବଳ

ଶ୍ରୀନଗର: ଡିସେମ୍ବର ୧୩: ଗତକାଲି ପୁଲ୍‌ୱାମା ଜିଲ୍ଲାରେ ନିରାପତ୍ତା ବଳ ଜଣେ ଆତଙ୍କବାଦଙ୍କୁ ନିହତ କରିଥିଲା ବେଳେ ଆଜି ଶ୍ରୀନଗର ସ୍ଥିତ ରଙ୍ଗରେଠ୍‌ ଅଞ୍ଚଳର ନିରାପତ୍ତା ବଳ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ନିରାପତ୍ତା ବଳ ସହ ଗୁଳି ବିନିମୟ କରି ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି ଜମ୍ମୁ ଓ କଶ୍ମୀର ପୋଲିସ ଟୁଇଟ୍‌ ଜରିଆରେ ସୂଚନା ଦେଇଛି । ୨ଜଣ ଅଚିହ୍ନା ଆତଙ୍କବାଦୀ ନିହତ ପରେ ଏବେ ସ୍ଥାନୀୟ ଅଞ୍ଚଳରେ ତଲାସି ଅପରେସନ […]

Samaya Live Picture
Published On

ଶ୍ରୀନଗର: ଡିସେମ୍ବର ୧୩: ଗତକାଲି ପୁଲ୍‌ୱାମା ଜିଲ୍ଲାରେ ନିରାପତ୍ତା ବଳ ଜଣେ ଆତଙ୍କବାଦଙ୍କୁ ନିହତ କରିଥିଲା ବେଳେ ଆଜି ଶ୍ରୀନଗର ସ୍ଥିତ ରଙ୍ଗରେଠ୍‌ ଅଞ୍ଚଳର ନିରାପତ୍ତା ବଳ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ନିରାପତ୍ତା ବଳ ସହ ଗୁଳି ବିନିମୟ କରି ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି ଜମ୍ମୁ ଓ କଶ୍ମୀର ପୋଲିସ ଟୁଇଟ୍‌ ଜରିଆରେ ସୂଚନା ଦେଇଛି ।

୨ଜଣ ଅଚିହ୍ନା ଆତଙ୍କବାଦୀ ନିହତ ପରେ ଏବେ ସ୍ଥାନୀୟ ଅଞ୍ଚଳରେ ତଲାସି ଅପରେସନ ଆରମ୍ଭ କରାଯାଇଛି । ନିହତ ଆତଙ୍କବାଦୀଙ୍କ ସାଥୀ ସ୍ଥାନୀୟ ଅଞ୍ଚଳରେ ଲୁଚିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛିି । ତେବେ ତଲାସ ପରେ ପୂର୍ଣ୍ଣ ବିବରଣୀ ଦିଆଯିବ ବୋଲି ପୋଲିସ କହିଛି ।

ସୂଚନାଥାଉଯେ, ଗତ ରବିବାର ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ନିରାପତ୍ତା ବଳ ଜଣେ ସ୍ଥାନୀୟ ଜେଶ୍‌-ଏ-ମହମ୍‌ଦର ଜଣେ ଆତଙ୍କବାଦୀକୁ ଏନ୍‌କାଉଣ୍ଟ କରି ନିପାତ କରିଥିଲେ । ଏହି ସୂଚନା ପାଇବା ପରେ ଭାରତୀୟ ସେନାର ୪୨-ରାଷ୍ଟ୍ରୀୟ ରାଇଫଲ୍‌ ଏବଂ ସିଆର୍‌ପିଏଫ୍‌ର ୧୩୦ ବାଟାଲିୟନ୍‌ ବଡ଼ଗାମ ଅଞ୍ଚଳକୁ କର୍ଡନ୍‌ ଅଫ୍‌ କରିଥିଲେ ।