ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ବିଭି ନାଗରଥନା
ଭୁବନେଶ୍ୱର: ଅଗଷ୍ଟ ୧୮: ଜଷ୍ଟିସ୍ ବିଭି ନାଗରଥନା ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ପ୍ରଧାନ ବିଚାରପତି ଏନ୍ଭି ରମଣଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମର ୯ଜଣ ବିଚାରପତିଙ୍କ ନାମକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସୁପାରିଶ ହୋଇଛି । ଏଥିରେ ବିଚାରପତି ନାଗରଥନାଙ୍କ ନାମ ପ୍ରଥମରେ ରହିଛି । ସେ ସୁପ୍ରିମକୋର୍ଟର ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ୍ ଇଏମ୍ ଭେଙ୍କଟରମେୟାଙ୍କ କନ୍ୟା । ଜଷ୍ଟିସ୍ ଇଏମ୍ ଭେଙ୍କଟରମେୟା ଜୁନ୍ ୧୯୮୯ରୁ ଡିସେମ୍ବର ୧୯୮୯ ମଧ୍ୟରେ ଭାରତର […]
ଭୁବନେଶ୍ୱର: ଅଗଷ୍ଟ ୧୮: ଜଷ୍ଟିସ୍ ବିଭି ନାଗରଥନା ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ପ୍ରଧାନ ବିଚାରପତି ଏନ୍ଭି ରମଣଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମର ୯ଜଣ ବିଚାରପତିଙ୍କ ନାମକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସୁପାରିଶ ହୋଇଛି । ଏଥିରେ ବିଚାରପତି ନାଗରଥନାଙ୍କ ନାମ ପ୍ରଥମରେ ରହିଛି । ସେ ସୁପ୍ରିମକୋର୍ଟର ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ୍ ଇଏମ୍ ଭେଙ୍କଟରମେୟାଙ୍କ କନ୍ୟା । ଜଷ୍ଟିସ୍ ଇଏମ୍ ଭେଙ୍କଟରମେୟା ଜୁନ୍ ୧୯୮୯ରୁ ଡିସେମ୍ବର ୧୯୮୯ ମଧ୍ୟରେ ଭାରତର ପ୍ରଧାନ ବିଚାରପତି ଥିଲେ । ଜଷ୍ଟିସ୍ ନାଗରଥନାଙ୍କ ବ୍ୟତୀତ କଲେଜିୟମର ୯ଜଣ ବିଚାରପତି ତାଲିକାରେ ମହିଳା ଜଷ୍ଟିସ୍ ହିମା କୋଲି ଏବଂ ଜଷ୍ଟିସ୍ ବେଲା ତ୍ରିବେଦୀଙ୍କ ନାମ ମଧ୍ୟ ରହିଛି ।
ବର୍ତ୍ତମାନ ଜଷ୍ଟିସ୍ ନାଗରଥନା କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ । ସେ ୨୦୦୮ରେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବରେ ରହିଥିବା ବେଳେ ପ୍ରାୟ ଦୁଇ ବର୍ଷ ପରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ । ତାଙ୍କ ନୂତନ ନିଯୁକ୍ତିରେ ଦେଶର ନ୍ୟାୟପାଳିକା ପାଇଁ ଏକ ଐତିହାସିକ ମୂହୂର୍ତ୍ତ ହେବ ।
ଜଷ୍ଟିସ୍ ନାଗରଥନାଙ୍କ ପ୍ରଧାନ ବିଚାରପତି ନିଯୁକ୍ତି ନେଇ ବର୍ତ୍ତମାନ ଥିବା ପ୍ରଧାନ ବିଚାରପତି ଏନ୍ଭି ରମଣ କହିଛନ୍ତି, ଏବେ ନ୍ୟାୟପାଳିକାରେ ମହିଳା ମୁଖ୍ୟ ହେବାର ସମୟ ଆସିଛି । ଏହାସହ ବରିଷ୍ଠ ଆଡ୍ଭୋକେଟ୍ ତଥା ପୂର୍ବତନ ଅତିରିକ୍ତ ସଲିସିଟର୍ ଜେନେରାଲ ପିଏସ ନରସିଂହା ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ହେବେ ।




