ଭାରତରେ ୨୪ ଘଂଟାରେ ୫୨ ହଜାର ୫୦୯ କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ରୁ ଅଧିକ

ଭୁବନେଶ୍ୱର: ଅଗଷ୍ଟ ୫: ଦେଶରେ ୨୪ ଘଂଟାରେ ୫୨,୫୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ୮୫୭ ଜଣ ଙ୍କର ମୃତ୍ୟୁ ହେଇଛି I ଏବେ, ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୮ ହଜାର ୨୫୪ କୁ ବୃଦ୍ଧି ପାଇଛି I ସେହିପରି, କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୯, ୭୯୫ ରେ ପହଂଚିଛି I ବର୍ତ୍ତମାନ ମୋଟ ୫ ଲକ୍ଷ ୮୬ ହଜାର ୨୪୪ ଜଣ କରୋନା ରୋଗୀ ଚିକିତ୍ସିତ […]

Samaya Live Picture
Published On

ଭୁବନେଶ୍ୱର: ଅଗଷ୍ଟ ୫: ଦେଶରେ ୨୪ ଘଂଟାରେ ୫୨,୫୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ୮୫୭ ଜଣ ଙ୍କର ମୃତ୍ୟୁ ହେଇଛି I ଏବେ, ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୮ ହଜାର ୨୫୪ କୁ ବୃଦ୍ଧି ପାଇଛି I ସେହିପରି, କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୯, ୭୯୫ ରେ ପହଂଚିଛି I
ବର୍ତ୍ତମାନ ମୋଟ ୫ ଲକ୍ଷ ୮୬ ହଜାର ୨୪୪ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି I
ଗତ ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୫୧ ହଜାର ୭୦୬ ଜଣ I ଏ ପର୍ଯ୍ୟନ୍ତ ମୋଟ ୧୨ ଲକ୍ଷ ୮୨ ହଜାର ୨୧୫ ଜଣ ସୁସ୍ଥ ହେଇସାରିଲେଣି I ଏଥିସହ ସୁସ୍ଥ ହେଇଥିବା ରୋଗୀଙ୍କ ହାର ଶତକଡା ୬୭.୧୯ କୁ ବୃଦ୍ଧି ପାଇଛି I ଅନ୍ୟ ପକ୍ଷରେ କରୋନା ଜନିତ ମୃତ୍ୟୁ ହାର ମଧ୍ୟ କମିବା ରେ ଲାଗିଛି I
ଅଗଷ୍ଟ ୪ ତାରିଖରେ କେବଳ ୬ ଲକ୍ଷ ୧୯ ହଜାର ୬୫୨ ଟି ସାମ୍ପଲ ଟେଷ୍ଟ ହେଇଛି I
ରାଜ୍ୟଗୁଡିକ ମଧ୍ୟରେ, ମହାରାଷ୍ଟ୍ର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୯୫୬ କୁ ବୃଦ୍ଧି ପାଇଥିବା ବେଳେ, ତାମିଲନାଡୁ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୨୮୫, ଆନ୍ଧ୍ର ପ୍ରଦେଶ ରେ ଏକ ଲକ୍ଷ ୭୬ ହଜାର ୩୩୩, କର୍ଣ୍ଣାଟକ ରେ ଏକ ଲକ୍ଷ ୪୫ ହଜାର ୮୩୦, ଦିଲ୍ଲୀ ରେ ଏକ ଲକ୍ଷ ୩୯ ହଜାର ୧୫୬, ଉତ୍ତର ପ୍ରଦେଶ ରେ ଏକ ଲକ୍ଷ ୩୧୦, ପଶ୍ଚିମ ବଙ୍ଗ ରେ ୮୦ ହଜାର ୯୮୪, ତେଲେଙ୍ଗାନା ରେ ୭୦ ହଜାର ୯୫୮, ଗୁଜରାଟ ରେ ୬୫ ହଜାର ୫୯୯ ଏବଂ ବିହାର ରେ ୬୧ ହଜାର ୭୮୮ ରେ ପହଂଚିଛି I