ଡିସେମ୍ବର ସୁଦ୍ଧା ଆର୍ବିଆଇ ଲଞ୍ଚ କରିପାରେ ‘ଡିଜିଟାଲ କରେନ୍ସି’
ଦିଲ୍ଲୀ: ଅଗଷ୍ଟ ୨୮: କାଗଜ ମୁଦ୍ରା ଉପରେ ନିର୍ଭରଶୀଳତାକୁ ଦୂର କରିବା ଓ ଏହାର କାରବାରକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଆର୍ବିଆଇ(ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ) ଡିଜିଟାଲ କରେନ୍ସିର ପ୍ରଚଳନ ଆରମ୍ଭ କରିବା ପାଇଁ ଯାଉଛିି । ଆସନ୍ତା ମାସ ଡିସେମ୍ବରରେ ଡିଜିଟାଲ କରେନ୍ସି ଲଞ୍ଚ ହୋଇପାରେ ବୋଲି ଆର୍ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ କହିଛିନ୍ତି । ଡିସେମ୍ବରରେ ଏହି ଡିଜିଟାଲ କରେନ୍ସି ପରୀକ୍ଷାମୂଳକ ଭାବରେ ଲଞ୍ଚ କରାଯିବ । ଯଦି ଏହି ପରୀକ୍ଷଣ ସଫଳ ହୁଏ, […]
ଦିଲ୍ଲୀ: ଅଗଷ୍ଟ ୨୮: କାଗଜ ମୁଦ୍ରା ଉପରେ ନିର୍ଭରଶୀଳତାକୁ ଦୂର କରିବା ଓ ଏହାର କାରବାରକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଆର୍ବିଆଇ(ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ) ଡିଜିଟାଲ କରେନ୍ସିର ପ୍ରଚଳନ ଆରମ୍ଭ କରିବା ପାଇଁ ଯାଉଛିି । ଆସନ୍ତା ମାସ ଡିସେମ୍ବରରେ ଡିଜିଟାଲ କରେନ୍ସି ଲଞ୍ଚ ହୋଇପାରେ ବୋଲି ଆର୍ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ କହିଛିନ୍ତି । ଡିସେମ୍ବରରେ ଏହି ଡିଜିଟାଲ କରେନ୍ସି ପରୀକ୍ଷାମୂଳକ ଭାବରେ ଲଞ୍ଚ କରାଯିବ । ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ଏହାକୁ ଏକ ବଡ଼ ସ୍ତରରେ ବ୍ୟବହାର କରାଯିବ । ବିଦେଶରେ ବଢ଼ୁଥିବା କ୍ରିପେଫା କରେନ୍ସିର ଲୋକ୍ରିୟତା ମଧ୍ୟରେ ଆର୍ବିଆଇର ଏହି ଖବର ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ସୂଚନା ଥାଉକି, ୨୦୧୮ରେ ଆର୍ବିଆଇ ଆଣିଥିବା ଏକ ସର୍କୁଲାରକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ସେହି ସର୍କୁଲାରରେ ଆର୍ବିଆଇ କ୍ରିପେଫା କରେନ୍ସି ଓ ବିଟ୍ କରେନ୍ସି ମାଧ୍ୟମରେ କୌଣସି ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ବିଶେଷ ସୁବିଧା ଯୋଗାଉଥିବା ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବାର ବ୍ୟବସ୍ଥା ହୋଇଥିଲା ।




