‘ଟିନ୍ ଭୋଗ୍’ରେ କଭର ପେଜ୍ରେ ସ୍ଥାନ ପାଇଲେ ଦ୍ୱିତୀୟ ଦକ୍ଷିଣ ଏସୀୟ ଅଭିନେତ୍ରୀ ମୈତ୍ରେୟୀ
ଭୁବନେଶ୍ୱର: ଅଗଷ୍ଟ ୧୦: ନେଟ୍ଫ୍ଲିକ୍ସରେ ପ୍ରସାରିତ ହେଉଥିବା ‘ନେଭର ହାଭ୍ ଆଇ ଏଭର’ େୱବ ସିରିଜରେ ନିଜ ଅଭିନୟର ନିପୁଣତା ପ୍ରଦର୍ଶନ କରାଇ ଭାରତୀୟ ସିନେପ୍ରେମୀ ଓ ବିଦେଶୀ ସିନେପ୍ରେମୀଙ୍କ ମନ ଜିଣିଥିବା ଦକ୍ଷିଣ ଅଭିନେତ୍ରୀ ମୈତ୍ରେୟୀ ରାମକ୍ରିଷ୍ଣାନଙ୍କ ଫଟୋ ଏବେ ଆମେରିକାର ଲୋକପ୍ରିୟ ‘ଟିନ୍ ଭୋଗ୍’ ପତ୍ରିକାରେ କଭର ପେଜ୍ରେ ପ୍ରକାଶ ପାଇଛି । ସେ ଦ୍ୱିତୀୟ ଦକ୍ଷିଣ ଏସିୟ ଅଭିନେତ୍ରୀ ଭାବେ ଇତିହାସ ସୃଷ୍ଟି କରିଛନ୍ତି । ଯାହାଙ୍କର ସୋଲୋ ଫଟୋ ପତ୍ରିକାର ମୁଖ୍ୟ […]
ଭୁବନେଶ୍ୱର: ଅଗଷ୍ଟ ୧୦: ନେଟ୍ଫ୍ଲିକ୍ସରେ ପ୍ରସାରିତ ହେଉଥିବା ‘ନେଭର ହାଭ୍ ଆଇ ଏଭର’ େୱବ ସିରିଜରେ ନିଜ ଅଭିନୟର ନିପୁଣତା ପ୍ରଦର୍ଶନ କରାଇ ଭାରତୀୟ ସିନେପ୍ରେମୀ ଓ ବିଦେଶୀ ସିନେପ୍ରେମୀଙ୍କ ମନ ଜିଣିଥିବା ଦକ୍ଷିଣ ଅଭିନେତ୍ରୀ ମୈତ୍ରେୟୀ ରାମକ୍ରିଷ୍ଣାନଙ୍କ ଫଟୋ ଏବେ ଆମେରିକାର ଲୋକପ୍ରିୟ ‘ଟିନ୍ ଭୋଗ୍’ ପତ୍ରିକାରେ କଭର ପେଜ୍ରେ ପ୍ରକାଶ ପାଇଛି । ସେ ଦ୍ୱିତୀୟ ଦକ୍ଷିଣ ଏସିୟ ଅଭିନେତ୍ରୀ ଭାବେ ଇତିହାସ ସୃଷ୍ଟି କରିଛନ୍ତି । ଯାହାଙ୍କର ସୋଲୋ ଫଟୋ ପତ୍ରିକାର ମୁଖ୍ୟ ପୃଷ୍ଠାରେ ରହିଛି । ଅନ୍ତର୍ଜାତୀୟ ପତ୍ରିକାରେ ଜଣେ ୧୯ ବର୍ଷୀୟ ଶ୍ୟାମଳ ବର୍ଣ୍ଣର ଅଭିନେତ୍ରୀଙ୍କର ଫଟୋ ପ୍ରକାଶ ପାଇବା ଏକ ଗୌରବର କଥା । ଏଥିରୁ ତାଙ୍କର ଅଭିନୟ ଜୀବନ କେତେ ସଂଘର୍ଷମୟ ତାହା ଚିତ୍ରିତ ହେଉଛି ବୋଲି ‘ଟିନ୍ ଭୋଗ୍’ର ପ୍ରଥମ ଦକ୍ଷିଣ ଏସିୟ ଆମେରିକୀୟ ପ୍ରଧାନ ସମ୍ପାଦକ ବର୍ଷା ଶର୍ମା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି । ନୁ୍ୟୟର୍କ ମିଡିଆ ପୋର୍ଟାଲ ‘ଯୁଗେରନଉଟ୍’ ମୈତ୍ରେଇଙ୍କ ଫଟୋ ପ୍ରକାଶ କରି କମ୍ ବୟସରୁ ଇତିହାସ ସୃଷ୍ଟି କରିଥିବାରୁ ତାଙ୍କୁ ଉତ୍ସାହିତ କରିଛି ।




