ଆନ୍ଧ୍ରପ୍ରଦେଶ :ଔଷଧ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୩ ମୃତ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ଗୌରୀପଟନମ ଔଷଧ କାରଖାନାରେ ହୋଇଛି ଭୟଙ୍କର ବିସ୍ଫୋରଣ । ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା କଲେକ୍ଟର କେ.ମାଧବୀ ଲତା ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ଘୋଷଣା କରିଛନ୍ତି। ପରିଚାଳନା ଗତ ତ୍ରୁଟି ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ନେଇ ଅନୁମାନ କରାଯାଉଛି। ତେବେ ଘଟଣାର ତଦନ୍ତ ଚାଲିଛି। ପୋଲିସ ସୂତ୍ର ଅନୁସାରେ ଦୁର୍ଘଟଣା ଗୌରପଟ୍ଟନମସ୍ଥିତ ଭିଜନ ଡ୍ରଗ୍ସ ପ୍ରାଇଭେଟ […]

Samaya Live Picture
Published On

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ଗୌରୀପଟନମ ଔଷଧ କାରଖାନାରେ ହୋଇଛି ଭୟଙ୍କର ବିସ୍ଫୋରଣ । ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା କଲେକ୍ଟର କେ.ମାଧବୀ ଲତା ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ଘୋଷଣା କରିଛନ୍ତି। ପରିଚାଳନା ଗତ ତ୍ରୁଟି ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ନେଇ ଅନୁମାନ କରାଯାଉଛି। ତେବେ ଘଟଣାର ତଦନ୍ତ ଚାଲିଛି। ପୋଲିସ ସୂତ୍ର ଅନୁସାରେ ଦୁର୍ଘଟଣା ଗୌରପଟ୍ଟନମସ୍ଥିତ ଭିଜନ ଡ୍ରଗ୍ସ ପ୍ରାଇଭେଟ ଲିମିଟେଡରେ ହୋଇଛି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଭିଜନ ଡ୍ରଗ୍ସ ପି.ଭି ଲିମିଟେଡର କର୍ମଚାରୀମାନେ କିଛି ବୈଷୟିକ ତ୍ରୁଟିକୁ ଅନୁଧ୍ୟାନ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା I ଅନୁସନ୍ଧାନରେ ସମ୍ପୃକ୍ତ ଜଣେ ପୋଲିସ ଅଧିକାରୀ କହିଛନ୍ତି, “ପାଇପ ଲାଇନରେ ଯାନ୍ତ୍ରିକ ତ୍ରୁଟି ଥିଲା। କେମିକାଲ ଓ ପାଣି ରିସାଇକ୍ଲିଂ ଲାଗି ଥିବା ପାଇପ ଲାଇନରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାରଖାନାର ଜଣେ ଉପ ପ୍ରବନ୍ଧକ,ଜଣେ ସିଫ୍ଟ ଇନଚାର୍ଜ ଓ ଜଣେ କେମିଷ୍ଟଙ୍କ ମୃତ୍ୟୁ ହୋଇଛି। ବିସ୍ପୋରଣ ଏତେ ଭୟାନକ ଥିଲା ଯେ କାଚ୍ ଓ ଟିଣ ଚଦର ଛିଟକି ୩ ଜଣଙ୍କ ଶରୀରରେ ପଶି ଯାଇଥିଲା।

ଔଷଧ କାରଖାନାର ଅନ୍ୟ କର୍ମଚାରୀମାନେ ଆହତଙ୍କୁ୩ ଜଣଙ୍କୁ ଉଦ୍ଧାର କରି ତୁରନ୍ତ କୋଭୁରୁସ୍ଥିତ ହସ୍ପିଟାଲକୁ ନେଇ ଯାଇଥିଲେ। ତେବେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ଟି. ବନିତା ହସ୍ପିଟାଲ ଗସ୍ତ କରି ଦୁର୍ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରିଛନ୍ତି। ତେବେ ଜିଲ୍ଲାପାଲ ପ୍ରତି ମୃତକଙ୍କ ପରିବାର ନିମନ୍ତେ ୨୦ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।