ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌

ବର୍ତ୍ତମାନ ଯୁଗରେ ଟେକ୍‌ସଟ୍‌ ମେସେଜିଂ ଏକ ସାଧାରଣ କଥା ହୋଇଗଲାଣି । ହ୍ୱାଟସ୍‌ଆପ୍‌ରୁ ଆରମ୍ଭ କରି ଇ-ମେଲ ଜରିଆରେ ଦିନକୁ ଅଗଣିତ ଟେକ୍‌ସଟ୍‌ ମେସେଜ୍‌ ତଥା ଏସଏମଏସ୍‌ ପଠାଯାଉଛି । ହେଲେ ଆପଣ ଜାଣନ୍ତି କି ଦୁନିଆର ପ୍ରଥମ ଏସଏମଏସ୍‌ କ’ଣ ଥିଲା, ଯାହା ଏକ ହ୍ୟାଣ୍ଡସେଟରେ ପଠାଯାଇଥିଲା । ସୂଚନା ଅନୁଯାୟୀ, ୧୯୯୨ ମସିହାରେ ଅର୍ଥାତ୍‌ ୨୯ ବର୍ଷ ପୂର୍ବେ ଦୁନିଆର ପ୍ରଥମ ମେସେଜ୍‌ ପଠାଯାଇଥିଲା । ଏହି ବାର୍ତ୍ତାଟି ଆଜି ବି ସ୍ୱତନ୍ତ୍ର, ଯାହା […]

Samaya Live Picture
Published On

ବର୍ତ୍ତମାନ ଯୁଗରେ ଟେକ୍‌ସଟ୍‌ ମେସେଜିଂ ଏକ ସାଧାରଣ କଥା ହୋଇଗଲାଣି । ହ୍ୱାଟସ୍‌ଆପ୍‌ରୁ ଆରମ୍ଭ କରି ଇ-ମେଲ ଜରିଆରେ ଦିନକୁ ଅଗଣିତ ଟେକ୍‌ସଟ୍‌ ମେସେଜ୍‌ ତଥା ଏସଏମଏସ୍‌ ପଠାଯାଉଛି । ହେଲେ ଆପଣ ଜାଣନ୍ତି କି ଦୁନିଆର ପ୍ରଥମ ଏସଏମଏସ୍‌ କ’ଣ ଥିଲା, ଯାହା ଏକ ହ୍ୟାଣ୍ଡସେଟରେ ପଠାଯାଇଥିଲା ।

ସୂଚନା ଅନୁଯାୟୀ, ୧୯୯୨ ମସିହାରେ ଅର୍ଥାତ୍‌ ୨୯ ବର୍ଷ ପୂର୍ବେ ଦୁନିଆର ପ୍ରଥମ ମେସେଜ୍‌ ପଠାଯାଇଥିଲା । ଏହି ବାର୍ତ୍ତାଟି ଆଜି ବି ସ୍ୱତନ୍ତ୍ର, ଯାହା ସଂରକ୍ଷିତ କରି ରଖାଯାଇଛି ଏବଂ ଏହାର ଏବେ ନିଲାମୀ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ ଭୋଡାଫୋନ୍‌ ହେଉଛି ପ୍ରଥମ କମ୍ପାନୀ, ଯାହାର ନମ୍ବରରୁ ଦୁନିଆର ପ୍ରଥମ ଟେକ୍ସଟ୍‌ ମେସେଜ୍‌ କରାଯାଇଛି । ଏହି ମେସେଜ୍‌ର ପ୍ରେରକ ମଧ୍ୟ ଜଣେ ଭୋଡାଫୋନ୍‌ କର୍ମଚାରୀ ଥିଲେ । ଇଞ୍ଜିନିୟର୍‌ ନିଲ୍‌ ପାପୱର୍ଥ ତାଙ୍କ ସାଙ୍ଗ ରିଚାର୍ଡ ଜାର୍ଭିସ୍‌ଙ୍କ ନିକଟକୁ ପ୍ରଥମ ମେସେଜ୍‌ ପଠାଇଥିଲେ । ତାଙ୍କର ଏହି ଏସ୍‌ଏମ୍‌ଏସ୍‌ ଅର୍ବିଟାଲ ୯୦୧ ହ୍ୟାଣ୍ଡସେଟ୍‌ରେ ପଠାଇଥିଲେ । ୩ ଡିସେମ୍ବର ୧୯୯୨ରେ ଏହି ମେସେଜ୍‌ ପଠାଯାଇଥିଲା ।

ସେସମୟରେ ୨୨ ବର୍ଷର ପାପୱର୍ଥ ଭୋଡାଫୋନ୍‌ ପାଇଁ ସର୍ଟ ମେସେଜ୍‌ ସେବା ଉପରେ କାମ କରୁଥିଲେ । ପାପୱର୍ଥ ଖ୍ରୀଷ୍ଟମାସର ଶୁଭେଚ୍ଛାରୁ ହିଁ ପ୍ରଥମ ମେସେଜ୍‌ ପଠାଇଥିଲେ । ଏହିପରି ଭାବରେ ଏହା ବିଶ୍ୱର ପ୍ରଥମ ଟେକ୍ସଟ୍‌ ମେସେଜ୍‌ ହେଲା, ଯାହା ୧୪ ଅକ୍ଷରର ଥିଲା । ଏହାକୁ ନିଲାମ କରାଯିବ । ଫ୍ରାନ୍ସର ଆଗୁଟସ୍‌ ନିଲାମ ହାଉସ୍‌ ଦ୍ୱାରା ନିଲାମ କରାଯାଉଛି । ଏହି ଟେକ୍ସଟ୍‌ ମେସେଜ୍‌କୁ ପ୍ରାୟ ୧ କୋଟି ୭୧ ଲକ୍ଷ ଟଙ୍କାରେ ନିଲାମ ପାଇଁ ତାଲିକାଭୁକ୍ତ କରାଯାଇଛି ।