ସୁପର ମାର୍କେଟ ଯିବା ପାଇଁ ଆମ୍ବୁଲାନ୍ସ
ତାଇୱାନ : ସୁପର ମାର୍କେଟ୍ ଯିବା ପାଇଁ ଆମ୍ବୁଲାନ୍ସର ବ୍ୟବହାର । ଘଟଣାଟି ଅଜବ ଲାଗୁଥିଲେ ମଧ୍ୟ ସତ । ଏଭଳି ଘଟଣା ଘଟିଛି ପୂର୍ବ ଏସିଆରେ ଥିବା ଦେଶ ତାଇୱାନ । ସେଠିକାର ଜଣେ ବ୍ୟକ୍ତି ବର୍ଷେ ମଧ୍ୟରେ ପ୍ରାୟ ୩୯ଥର ଆମ୍ବୁଲାନ୍ସ ଡାକିଛନ୍ତି । ତେବେ ଏହି ଆମ୍ବୁଲାନ୍ସ ସେ ଡାକ୍ତରଖାନା ଯିବାକୁ ନୁହେଁ ବରଂ ସୁପର ମାର୍କେଟ ଯିବାକୁ ଡାକିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ଜାଣିବା ପରେ ତାଙ୍କୁ […]
ତାଇୱାନ : ସୁପର ମାର୍କେଟ୍ ଯିବା ପାଇଁ ଆମ୍ବୁଲାନ୍ସର ବ୍ୟବହାର । ଘଟଣାଟି ଅଜବ ଲାଗୁଥିଲେ ମଧ୍ୟ ସତ । ଏଭଳି ଘଟଣା ଘଟିଛି ପୂର୍ବ ଏସିଆରେ ଥିବା ଦେଶ ତାଇୱାନ । ସେଠିକାର ଜଣେ ବ୍ୟକ୍ତି ବର୍ଷେ ମଧ୍ୟରେ ପ୍ରାୟ ୩୯ଥର ଆମ୍ବୁଲାନ୍ସ ଡାକିଛନ୍ତି । ତେବେ ଏହି ଆମ୍ବୁଲାନ୍ସ ସେ ଡାକ୍ତରଖାନା ଯିବାକୁ ନୁହେଁ ବରଂ ସୁପର ମାର୍କେଟ ଯିବାକୁ ଡାକିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ଜାଣିବା ପରେ ତାଙ୍କୁ ଚେତାବନୀ ଦିଆଯାଇଛି ।
ଡାକ୍ତରଖାନା ପାଖରେ ରହୁଥିବା ଏହି ବ୍ୟକ୍ତି ଜଣଙ୍କ ସର୍ବଦା ଆମ୍ବଲାନ୍ସକୁ ଟ୍ୟାକ୍ସି ଭଳି ବ୍ୟବହାର କରୁଥିଲେ । ସୁପରମାର୍କେଟଟି ତାଙ୍କ ଘର ପାଖରୁ ମାତ୍ର ୨୦୦ ମିଟର ଦୂରରେ ରହିଛି । ସେ ନିଜର ଦେହ ଖରାପ ଅଛି ବୋଲି ବାହାନା କରି ଆମ୍ବୁଲାନ୍ସକୁ ଡାକିଥାଆନ୍ତି, ହେଲେ ହସପିଟାଲ୍ ପାଖରେ ଓହ୍ଲାଇବା ପରେ ହସପିଟାଲ ନଯାଇ ବାହାରକୁ ଯାଇଥାନ୍ତି । ଘଟଣା ସମ୍ବନ୍ଧରେ ହସପିଟାଲ କର୍ତ୍ତୃପକ୍ଷ ଜାଣିବା ପରେ ଏନେଇ ତଦନ୍ତ କରାଯାଇଥିଲା । ତଦନ୍ତ ପରେ ପୂରା ଘଟଣା ବିଷୟରେ ସେମାନେ ଜାଣିପାରିଥିଲେ । ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏ ନେଇ ଚେତାବନୀ ଦିଆଯାଇଥିଲା । ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି ।




