ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାରେ ଦୁଇଟି ପ୍ରକଳ୍ପ ପାଇଁ ୧୪୮ କୋଟି ମଞ୍ଜୁର

ବରଗଡ : ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୧୪୮ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ସେହି ଅର୍ଥ ମଧ୍ୟରୁ ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ପାଇଁ ୭୬.୮୩ ଓ ରାଇସଲପଦର ପାଇଁ ୭୧ .୨୦ ଟଙ୍କା ରହିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲା ର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ଘୋଷଣା କରିଥିବା […]

Samaya Live Picture
Published On

ବରଗଡ : ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୧୪୮ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ସେହି ଅର୍ଥ ମଧ୍ୟରୁ ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ପାଇଁ ୭୬.୮୩ ଓ ରାଇସଲପଦର ପାଇଁ ୭୧ .୨୦ ଟଙ୍କା ରହିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲା ର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ଘୋଷଣା କରିଥିବା ବେଳେ ବରଗଡ଼ ଜିଲ୍ଲା ଚିର ମରୁଡି ପ୍ରପୀଡ଼ିତ ଗାଇସିଲେଟ ଅଂଚଳରେ ଅଙ୍ଗ ନଦୀରେ ବୁରୋମୁଣ୍ଡା ଓ ରାଇସଲପଦର ଦୁଇଟି ପ୍ରକଳ୍ପ ପାଇଁ ୧୪୮ କୋଟି ଟଙ୍କା ର ଆର୍ଥିକ ଅନୁଦାନ ଘୋଷଣା କରିବା ଫଳରେ ବରଗଡ଼ ଜିଲ୍ଲା ର ବିକାଶ ପ୍ରକ୍ରିୟାରେ ଆଉ ଏକ ଫର୍ଦ ଯୋଡି ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିବା ଫଳରେ ବରଗଡ଼ ଜିଲ୍ଲାର ଚାଷୀଙ୍କ ମହଲରେ ଆନନ୍ଦ ଖେଳିଯାଇଛି । ଶୁକ୍ରବାର ବରଗଡ଼ ସ୍ଥାନୀୟ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳ ରାଜ୍ୟ ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ,ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ବରଗଡ଼ ନଗରପାଳ କଳ୍ପନା ମାଝୀ ,ଟାଉନ ବିଜେଡି ସଭାପତି କିଶୋର ମିଶ୍ର ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ବରଗଡ଼ ଜିଲ୍ଲା ପକ୍ଷରୁ କୃତଜ୍ଞତା ଜ୍ଞାପନ କରିବା ସହ ଉଭୟ ପ୍ରକଳ୍ପ ଦ୍ୱାରା ଏ ଅଂଚଳର ହଜାର ହଜାର ଚାଷୀ ଉପକୃତ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ କରିଥିଲେ ।