ଡିସେମ୍ବରରେ ହେବ କି ବିବାହ !
ଦୀର୍ଘ ସମୟ ଧରି ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍ଙ୍କ ବିବାହକୁ ନେଇ ସିନେ ଜଗତରେ ଚର୍ଚ୍ଚା ଜୋର ଧରିଛି । ଏବେ ସୂତ୍ର ଅନୁଯାୟୀ ଜଣାପଡ଼ିଛି ଯେ ଚଳିତ ବର୍ଷ ଡିସେମ୍ବର ମାସରେ ଉଭୟ ହାତକୁ ଦି ହାତ ହେବାକୁ ଯାଉଛନ୍ତି । କେତେକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବଲିଉଡ୍ର ଏହି କୁ୍ୟଟ୍ କପଲ୍ଙ୍କର ଡିସେମ୍ବର ୭ରୁ ୯ ମଧ୍ୟରେ ବିବାହ ଅନୁଷ୍ଠିତ ହେବ । ଏହା ଡେଷ୍ଟିନେସନ୍ େୱଡିଂ […]
ଦୀର୍ଘ ସମୟ ଧରି ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍ଙ୍କ ବିବାହକୁ ନେଇ ସିନେ ଜଗତରେ ଚର୍ଚ୍ଚା ଜୋର ଧରିଛି । ଏବେ ସୂତ୍ର ଅନୁଯାୟୀ ଜଣାପଡ଼ିଛି ଯେ ଚଳିତ ବର୍ଷ ଡିସେମ୍ବର ମାସରେ ଉଭୟ ହାତକୁ ଦି ହାତ ହେବାକୁ ଯାଉଛନ୍ତି । କେତେକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବଲିଉଡ୍ର ଏହି କୁ୍ୟଟ୍ କପଲ୍ଙ୍କର ଡିସେମ୍ବର ୭ରୁ ୯ ମଧ୍ୟରେ ବିବାହ ଅନୁଷ୍ଠିତ ହେବ ।
ଏହା ଡେଷ୍ଟିନେସନ୍ େୱଡିଂ ହେବ ଏବଂ କେବଳ ଦୁଇ ପରିବାରର କିଛି ବିଶେଷ ବନ୍ଧୁ ହିଁ ଏଥିରେ ସାମିଲ ହେବେ ବୋଲି ଆଲୋଚନା ହେଉଛି । ଏହାସହ ରାଜସ୍ଥାନ ଜୟପୁର ସହରରେ ମଣ୍ଡପ ଲାଗିବ । ପଞ୍ଜାବୀ ରୀତିନୀତି ଅନୁଯାୟୀ ହଲଦି, ମେହେନ୍ଦି ଏବଂ ସାତ୍ ଫେରେ ଅନୁଷ୍ଠିତ ହେବ । ତେବେ ଏହା ସାଧାରଣ ନୁହେଁ ବରଂ ରାଜକୀୟ ଢଙ୍ଗରେ ଆୟୋଜିତ ହେବ । ରାଜସ୍ଥାନର ୭୦୦ ବର୍ଷ ପୁରୁଣା ଦୁର୍ଗରେ ଏହି କାର୍ଯ୍ୟକ୍ରମ କରାଯିବ । କେବଳ ସେତିକି ନୁହେଁ ପ୍ରସିଦ୍ଧ ଡିଜାଇନର ସବ୍ୟସାଚ୍ଚୀ ମୁଖାର୍ଜୀଙ୍କଠାରୁ େୱଡିଂ ଗାଉନ୍ ପ୍ରସ୍ତୁତି କରିବାରେ କ୍ୟାଟ୍ ଲାଗିପଡ଼ିଥିବା ମଧ୍ୟ ଚର୍ଚ୍ଚା ହେଉଛି ।
ସେପଟେ ନିକଟରେ ଏକ ଇଣ୍ଟରଭୁ୍ୟରେ କ୍ୟାଟ୍ରିନା ବିବାହ ଖବରକୁ ଖଣ୍ଡନ କରି କହିଛନ୍ତି ଯେ, ତାଙ୍କୁ ନେଇ ଗତ ୧୫ ବର୍ଷ ଧରି ଏପରି ଖବର ଆସୁଛି ଏବଂ ଜାଣିବାକୁ ଚାହୁଁଛନ୍ତି କି କାହିଁକି ଏପରି ହେଉଛି । ଏହାସହ ଭିକି ଏବଂ କ୍ୟାଟ୍ ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିନଥିବା ବେଳେ କିନ୍ତୁ ଅଭିନେତା ହର୍ଷବର୍ଦ୍ଧନ କପୁର କ୍ୟାଟ୍ରିନା ଏବଂ ଭିକି ପରସ୍ପର ଡେଟ୍ କରୁଥିବା ଏକ ଇଣ୍ଟରଭୁ୍ୟରେ କହିଥିଲେ ।




