ଓସ୍କାର ଦୌଡ଼ରେ ‘ଜୟ ଭୀମ’ ଏବଂ ‘ମାରକ୍ର’
ଦିଲ୍ଲୀ: ସାଉଥ୍ ସୁପରଷ୍ଟାର ସୂର୍ଯ୍ୟାଙ୍କ ବହୁଚର୍ଚ୍ଚିତ ତାମିଲ ଫିଲ୍ମ ‘ଜୟ ଭୀମ’ ଏବଂ ମହାନ ଅଭିନେତା ମୋହନଲାଲଙ୍କ ମଲୟାଲମ ଆକ୍ସନ ‘ମାରକ୍ର’ ଫିଲ୍ମ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି । ନିକଟରେ ଏକାଡେମୀ ତଥା ଓସ୍କାର ୨୭୬ଟି ଫିଲ୍ମର ତାଲିକ ଜାରି କରିଛି । ସେଥିମଧ୍ୟରେ ଭାରତର ଦୁଇଟି ଫିଲ୍ମର ନାମ ସ୍ଥାନ ପାଇଛି । ତେବେ ୯୪ତମ ଏକାଡେମୀ ପୁରସ୍କାର ପାଇଁ ଭୋଟିଂ ୨୭ ଜାନୁଆରୀରୁ ଆରମ୍ଭ ହୋଇ ୧ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ […]
ଦିଲ୍ଲୀ: ସାଉଥ୍ ସୁପରଷ୍ଟାର ସୂର୍ଯ୍ୟାଙ୍କ ବହୁଚର୍ଚ୍ଚିତ ତାମିଲ ଫିଲ୍ମ ‘ଜୟ ଭୀମ’ ଏବଂ ମହାନ ଅଭିନେତା ମୋହନଲାଲଙ୍କ ମଲୟାଲମ ଆକ୍ସନ ‘ମାରକ୍ର’ ଫିଲ୍ମ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି । ନିକଟରେ ଏକାଡେମୀ ତଥା ଓସ୍କାର ୨୭୬ଟି ଫିଲ୍ମର ତାଲିକ ଜାରି କରିଛି । ସେଥିମଧ୍ୟରେ ଭାରତର ଦୁଇଟି ଫିଲ୍ମର ନାମ ସ୍ଥାନ ପାଇଛି । ତେବେ ୯୪ତମ ଏକାଡେମୀ ପୁରସ୍କାର ପାଇଁ ଭୋଟିଂ ୨୭ ଜାନୁଆରୀରୁ ଆରମ୍ଭ ହୋଇ ୧ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ।
ଏହାପରେ ଓସ୍କାର ପୁରସ୍କାରର ଘୋଷଣା ୮ ଫେବୃଆରୀରେ ହେବ । ରିପୋର୍ଟ ଅନୁଯାୟୀ ଓସ୍କାର ପୁରସ୍କାର ୨୭ ମାର୍ଚ୍ଚରେ ଲସ୍ ଏଞ୍ଜେଲସ୍ରେ ଆୟୋଜିତ ହେବ । ସେପଟେ ‘ଜୟ ଭୀମ’ର ନିର୍ମାତା ଫିଲ୍ମର ଓସ୍କାର ସର୍ଟଲିଷ୍ଟର ସୂଚନା ଦେଇ ଟ୍ୱିଟ୍ କରି ଖୁସି ପ୍ରକାଶ କରିଛନ୍ତି । ‘ଜୟ ଭୀମ’ ୧୯୯୩ର ସତ୍ୟ ଘଟଣା ଉପରେ ଆଧାରିତ ଏକ କୋର୍ଟରୁମ୍ ଡ୍ରାମା ଫିଲ୍ମ । ଏଥିରେ ଜଷ୍ଟିସ ଚନ୍ଦ୍ରୁଙ୍କ ଏକ ଆଦିବାସୀ ଜନଜାତି ମାମଲାକୁ ଦର୍ଶାଯାଇଛି । ଫିଲ୍ମଟି ୨୦୨୧ରେ ଖୁବ ପ୍ରଶଂସିତ ଫିଲ୍ମ ମଧ୍ୟରେ ଏକ ଥିଲା । ସେପଟେ ମଲୟାଲମ ଫିଲ୍ମ ‘ମାରMର’ ଗତ ବର୍ଷ ୬୭ତମ ରାଷ୍ଟ୍ରୀୟ ପୁରସ୍କାରରେ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ସହିତ ତିନୋଟି ପୁରସ୍କାର ଜିତିଛି । ପ୍ରିୟଦର୍ଶନ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରସିଦ୍ଧ ନୌସେନା ପ୍ରମୁଖ କୁଞ୍ଜଲି ମରMରଙ୍କ ଜୀବନ ଏବଂ ଯୁଦ୍ଧ ଉପରେ ପର୍ଯ୍ୟବେସିତ ହୋଇଛି ।




