ବବଲୀ ପାଇଁ ଉତ୍ସାହିତ

ମୁମ୍ବାଇ: ନଟଖଟ ଡେବୁ୍ୟଟାଣ୍ଟ୍‌ ଶରୱରୀ ‘ବଣ୍ଟି ଔର୍‌ ବବଲୀ’-୨ର ଏକ ହଟ୍‌, ଇଣ୍ଟେଲିଜେଣ୍ଟ୍‌ ଟେକ୍‌ ଗର୍ଲ ଅର୍ଥାତ୍‌ ନୂଆ ବବଲୀ ହୋଇ ବଲିଉଡ୍‌ରେ ନିଜ ଭାଗ୍ୟ କରିବାକୁ ଯାଉଛନ୍ତି । ଫିଲ୍ମର ଟ୍ରେଲରୁ ହିଁ ଶରୱରୀଙ୍କ ଅଭିନୟ ଦକ୍ଷତା ଜଣା ପଡ଼ିଯାଇଛି, କାରଣ ଟ୍ରେଲରେ ଭିନ୍ନ ଭିନ୍ନ ବେଶଭୂଷାରେ ଖୁବ ସହଜରେ ଏକାଧିକ ଚରିତ୍ର ସହ ଖେଳୁଥିବା ନଜର ଆସିଛନ୍ତି । ହେଲେ ଶରୱରୀଙ୍କୁ ଯେତେବେଳେ ଜଣାପଡ଼ିଥିଲା ଯେ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଦ୍ୱାରା ଅବତୀର୍ଣ୍ଣ ହୋଇଥିବା ନୂଆ […]

Samaya Live Picture
Published On

ମୁମ୍ବାଇ: ନଟଖଟ ଡେବୁ୍ୟଟାଣ୍ଟ୍‌ ଶରୱରୀ ‘ବଣ୍ଟି ଔର୍‌ ବବଲୀ’-୨ର ଏକ ହଟ୍‌, ଇଣ୍ଟେଲିଜେଣ୍ଟ୍‌ ଟେକ୍‌ ଗର୍ଲ ଅର୍ଥାତ୍‌ ନୂଆ ବବଲୀ ହୋଇ ବଲିଉଡ୍‌ରେ ନିଜ ଭାଗ୍ୟ କରିବାକୁ ଯାଉଛନ୍ତି । ଫିଲ୍ମର ଟ୍ରେଲରୁ ହିଁ ଶରୱରୀଙ୍କ ଅଭିନୟ ଦକ୍ଷତା ଜଣା ପଡ଼ିଯାଇଛି, କାରଣ ଟ୍ରେଲରେ ଭିନ୍ନ ଭିନ୍ନ ବେଶଭୂଷାରେ ଖୁବ ସହଜରେ ଏକାଧିକ ଚରିତ୍ର ସହ ଖେଳୁଥିବା ନଜର ଆସିଛନ୍ତି । ହେଲେ ଶରୱରୀଙ୍କୁ ଯେତେବେଳେ ଜଣାପଡ଼ିଥିଲା ଯେ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଦ୍ୱାରା ଅବତୀର୍ଣ୍ଣ ହୋଇଥିବା ନୂଆ ବଣ୍ଟି ସହ ତାଙ୍କର ଠକ ଚରିତ୍ର ନିଜର ମାତୃଭାଷା ମରାଠୀରେ କଥାବାର୍ତ୍ତା କରିବ, ସେତେବେଳେ ସେ ବହୁତ ଉତ୍ସାହିତ ଏବଂ ରୋମାଞ୍ଚିତ ହୋଇଉଠିଥିଲେ ।

ବବଲୀ ପାଇଁ ଉତ୍ସାହିତ

ଶରୱରୀ ଏକ ଇଣ୍ଟରଭୁ୍ୟରେ କହିଛନ୍ତି, ବିଭିନ୍ନ କାରଣକୁ ନେଇ ବଣ୍ଟି ଔର ବବଲୀ-୨ ତାଙ୍କ ପାଇଁ ଅତ୍ୟନ୍ତ ଖାସ୍‌ ଫିଲ୍ମ । ଏହା ଜରିଆରେ ସେ ବଡ଼ ପରଦାରେ ଡେବୁ୍ୟ କରିବାକୁ ଯାଉଛନ୍ତି, ଯେଉଁଥିରେ ତାଙ୍କୁ ସର୍ବଗୁଣ ସମ୍ପନ୍ନ ହିନ୍ଦୀ ଫିଲ୍ମ ହିରୋଇନ ରୂପରେ କାମ କରିବାର ସୌଭାଗ୍ୟ ମିଳିଛି ।

ବବଲୀ ପାଇଁ ଉତ୍ସାହିତ

ଏଥିରେ ଫିଲ୍ମର ଲିଡ୍‌ ରୋଲ୍‌ରେ ଥିବା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ରାନୀ ମୂଖାର୍ଜୀଙ୍କ ସହ ସ୍କ୍ରିନ ସେୟାର କରିବାର ସୁଯୋଗ ମିଳିବା ସହ ସେମାନଙ୍କଠାରୁ ବହୁତ କିଛି ଶିଖିବାକୁ ମିଳିଛି ବୋଲି ଶରୱରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁଟିଂ ସେଟ୍‌ରେ ତାଙ୍କର ଅନୁଭବ ବହୁତ ମୂଲ୍ୟବାନ ପ୍ରମାଣିତ ହୋଇଛି । ଏହାସହ ଠକ ଭୂମିକା ନିର୍ବାହ କରୁଥିବା ବେଳେ ତାଙ୍କୁ ନିଜର ମାତୃଭାଷା ମରାଠୀରେ କହିବା ପାଇଁ ସୁଯୋଗ ମିଳିଛି ।

ବବଲୀ ପାଇଁ ଉତ୍ସାହିତ

କେବଳ ସେତିକି ନୁହେଁ କିଛି ମରାଠୀ ଡାଏଲଗ୍‌ ଥିବା ଦୃଶ୍ୟର ସୁଟିଂ ପାଇଁ ଅଧିକ ଆନନ୍ଦିତ ହୋଇଯାଇଥିଲେ ବୋଲି ଶରୱରୀ କହିଛନ୍ତି । ଏହି ଫିଲ୍ମ ନଭେମ୍ବର ୧୯ରେ ସମସ୍ତ ସିନେମାଘରେ ମୁକ୍ତିଲାଭ କରିବ । ଏଥିରେ ଓରିଜିନାଲ ବଣ୍ଟି ଏବଂ ବବଲୀ ଭାବେ ସୈଫ୍‌ ଏବଂ ରାନୀ ଅଭିନୟ କରୁଛନ୍ତି । ଏହି କମେଡି ଫିଲ୍ମରେ ଅଲଗା ଅଲଗା ପିଢିର ଦୁଇ କଳାକାର ଯୋଡ଼ି ପରସ୍ପର ବିରୋଧରେ ଛିଡ଼ା ହୋଇଛନ୍ତି, ଯେଉଁମାନେ ପ୍ରମାଣ କରିବାକୁ ଚେଷ୍ଟା କରନ୍ତି ଯେ ସେମାନଙ୍କ ମଧ୍ୟରୁ କିଏ ଅତ୍ୟଧିକ ଚାଲାକ ଠକ କପଲ୍‌ । ୟଶରାଜ ଫିଲ୍ମର ଏହା ହେଉଛି ସମ୍ପୂର୍ଣ୍ଣ ଭାବେ ଫ୍ୟାମିଲି ଏଣ୍ଟରଟେନ୍‌ମେଣ୍ଟ୍‌ ଫିଲ୍ମ ।