ଫ୍ରେଞ୍ଚ୍‌ ମୁଭି ରିମେକ୍‌ରେ ଶାହିଦ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହିଦ କପୁର ନିକଟରେ ତାଙ୍କର ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ପ୍ରସିଦ୍ଧ ନିର୍ଦ୍ଦେଶକ ଅଲୀ ଅବାସ ଜଫରଙ୍କ ନିର୍ଦ୍ଦେଶନାରେ ଫିଲ୍ମଟି ନିର୍ମିତ ହେଉଛି । ଏସମ୍ପର୍କରେ ଅଲୀ ଜଫର ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଫିଲ୍ମଟି ୨୦୧୧ରେ ମୁକ୍ତିଲାଭ କରିଥିବା ଲୋକପ୍ରିୟ ଫ୍ରେଞ୍ଚ୍‌ ଫିଲ୍ମ ‘ନୁ୍ୟଟ୍‌ ବ୍ଲାଞ୍ଚ’ର ହିନ୍ଦୀ ରିମେକ୍‌ । ତେବେ ଏହାକୁ ନେଇ ତାମିଲ ଏବଂ ତେଲୁଗୁ ଭାଷା […]

Samaya Live Picture
Published On

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହିଦ କପୁର ନିକଟରେ ତାଙ୍କର ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ପ୍ରସିଦ୍ଧ ନିର୍ଦ୍ଦେଶକ ଅଲୀ ଅବାସ ଜଫରଙ୍କ ନିର୍ଦ୍ଦେଶନାରେ ଫିଲ୍ମଟି ନିର୍ମିତ ହେଉଛି । ଏସମ୍ପର୍କରେ ଅଲୀ ଜଫର ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଫିଲ୍ମଟି ୨୦୧୧ରେ ମୁକ୍ତିଲାଭ କରିଥିବା ଲୋକପ୍ରିୟ ଫ୍ରେଞ୍ଚ୍‌ ଫିଲ୍ମ ‘ନୁ୍ୟଟ୍‌ ବ୍ଲାଞ୍ଚ’ର ହିନ୍ଦୀ ରିମେକ୍‌ । ତେବେ ଏହାକୁ ନେଇ ତାମିଲ ଏବଂ ତେଲୁଗୁ ଭାଷା ଯଥା ‘ଥୁଙ୍ଗା ବନମ’ ଓ ‘ଚିକାତି ରାଜ୍ୟମ’ ନାମରେ ଫିଲ୍ମ ନିର୍ମାଣ ହୋଇଯାଇଛି ।

ଅଲୀ ଅବାସ ଜଫର ନିଜର ଏବଂ ଶାହିଦଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ଚାଲନ୍ତୁ ଏହାକୁ ଆରମ୍ଭ କରିବା ଶାହିଦ କପୁର, କଣ ତୁମେ ବନ୍ଧୁକ ଓ ଗ୍ୟାଙ୍ଗର ପାଗଳପଣରେ ଭରପୂର ଯାତ୍ରା ପାଇଁ ପ୍ରସ୍ତୁତ ଅଛ । ଫିଲ୍ମରେ ଶାହିଦ କପୁର ଏକ ପୋଲିସ ଅଫିସର ଭୂମିକାରେ ନଜର ଆସିବେ, ଯିଏ ଡ୍ରଗସ ମାଫିଆଙ୍କ ବିରୋଧରେ ଲଢେଇ କରୁଛନ୍ତି । ତାଙ୍କ ଅଭିନୀତି ‘କବୀର ସିଂହ’ ଫିଲ୍ମ ବକ୍ସଅଫିସରେ ବ୍ଲକବଷ୍ଟର ହୋଇଥିଲା । ଯାହା ପରେ ଶାହିଦଙ୍କ ବ୍ରାଣ୍ଡ୍‌ ଭାଲୁ୍ୟ ବଢ଼ିଯାଇଛି । ସେ ଏବେ ଭାବିଚିନ୍ତୁ ଫିଲ୍ମ ଚୟନ କରୁଛନ୍ତି । ତାଙ୍କର ଅପକମିଂ ଫିଲ୍ମ ‘ଜର୍ସି’ ଖୁବଶୀଘ୍ର ମୁକ୍ତିଲାଭ କରିବ । ଏହି ଫିଲ୍ମ କ୍ରିକେଟ ଉପରେ ଆଧାରିତ ହୋଇଛି । ଏହାବ୍ୟତୀତ ଆଗକୁ ଶାହିଦ କପୁର ଏକ େୱବ୍‌ସିରିଜ୍‌ରେ ମଧ୍ୟ ନଜର ଆସିବେ । ସେପଟେ ନିକଟରେ ସେ ଆଉ ଏକ ନୂଆ ଫିଲ୍ମ ବୁଲ୍‌ ପାଇଁ ସାଇନ କରିଥିବା ଜଣାପଡ଼ିଛି ।