ପୁଣି ସଫଳତା ହାସଲ ପାଇଁ କରୁଛନ୍ତି ସଂଘର୍ଷ

ପ୍ରାୟ ୪ ବର୍ଷର ଲମ୍ବା ପ୍ରତୀକ୍ଷା ପରେ ବଲିଉଡ୍‌ କିଙ୍ଗ୍‌ ଶାହାରୁଖ ଖାନ ପରିଶେଷରେ ନିଜ ରୁପେଲି ପରଦାର ପ୍ରତ୍ୟାବର୍ତ୍ତନ ତାରିଖକୁ ଘୋଷଣା କରିଛନ୍ତି । ସେ ଆଗାମୀ ବର୍ଷ ସାଧାରଣତନ୍ତ୍ର ଦିବସରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ପଠାନ’ରେ ଗୁପ୍ତଚର ଫିରୋଜ ପଠାନଙ୍କ ରୋଲ୍‌ରେ ପ୍ରେକ୍ଷାଳୟକୁ ଫେରିବେ । ନିଜ କ୍ୟାରିଅରର ପ୍ରାରମ୍ଭରେ ନକାରାତ୍ମକ ଚରିତ୍ରରେ ‘ଡର୍‌’ ପରି ସୁପରହିଟ୍‌ ଫିଲ୍ମ ଦେଇଥିବା ଶାହାରୁଖ ‘ଡିଡିଏଲଜି’, ‘କୁଛ୍‌ କୁଛ୍‌ ହୋତା ହୈ’, ‘କଭି ଖୁସି କଭି […]

Samaya Live Picture
Published On

ପ୍ରାୟ ୪ ବର୍ଷର ଲମ୍ବା ପ୍ରତୀକ୍ଷା ପରେ ବଲିଉଡ୍‌ କିଙ୍ଗ୍‌ ଶାହାରୁଖ ଖାନ ପରିଶେଷରେ ନିଜ ରୁପେଲି ପରଦାର ପ୍ରତ୍ୟାବର୍ତ୍ତନ ତାରିଖକୁ ଘୋଷଣା କରିଛନ୍ତି । ସେ ଆଗାମୀ ବର୍ଷ ସାଧାରଣତନ୍ତ୍ର ଦିବସରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ପଠାନ’ରେ ଗୁପ୍ତଚର ଫିରୋଜ ପଠାନଙ୍କ ରୋଲ୍‌ରେ ପ୍ରେକ୍ଷାଳୟକୁ ଫେରିବେ ।

ପୁଣି ସଫଳତା ହାସଲ ପାଇଁ କରୁଛନ୍ତି ସଂଘର୍ଷ

ନିଜ କ୍ୟାରିଅରର ପ୍ରାରମ୍ଭରେ ନକାରାତ୍ମକ ଚରିତ୍ରରେ ‘ଡର୍‌’ ପରି ସୁପରହିଟ୍‌ ଫିଲ୍ମ ଦେଇଥିବା ଶାହାରୁଖ ‘ଡିଡିଏଲଜି’, ‘କୁଛ୍‌ କୁଛ୍‌ ହୋତା ହୈ’, ‘କଭି ଖୁସି କଭି ଗମ୍‌’ ପରି ଅଲ୍‌ ଟାଇମ୍‌ ହିଟ୍‌ ଫିଲ୍ମରେ ରୋମାଣ୍ଟିକ୍‌ ହିରୋର ପ୍ରତିଛବିକୁ ବଜାୟ ରଖି ନିଜର ରୋମାଣ୍ଟିକ୍‌ ଫିଲ୍ମର ଯାତ୍ରା ‘ଚେନ୍ନାଇ ଏକ୍ସପ୍ରେସ୍‌’ ପର୍ଯ୍ୟନ୍ତ ନେଇଥିଲେ । ହେଲେ ତା’ପରେ ଶାହାରୁଖଙ୍କ ସୁପରହିଟ୍‌ କ୍ୟାରିଅରକୁ ଯେମିତି ଗ୍ରହଣ ଲାଗିଗଲା ।

ପୁଣି ସଫଳତା ହାସଲ ପାଇଁ କରୁଛନ୍ତି ସଂଘର୍ଷ

ପ୍ରାୟ ଏକ ଦଶକ ପୂର୍ବରୁ ବକ୍ସ ଅଫିସରେ ‘ହ୍ୟାପି ନୁ୍ୟ ଇୟର’ ପରି ହିଟ୍‌ ଫିଲ୍ମ ଦେବା ପରେ କ୍ରମାଗତ ବିଫଳତାର ସ୍ୱାଦ ଚାଖିବାକୁ ଲାଗିଲେ । ଏହାପରେ ‘ଦିଲ୍‌ୱାଲେ’, ‘ରଈସ୍‌’ ଏବଂ ’ଜବ୍‌ ହାରୀ ମେଟ୍‌ ସୈଜଲ୍‌’ ଫିଲ୍ମଗୁଡ଼ିକୁ ଟMର ଦେଇଥିଲା ‘ବାଜିରାୱ ମସ୍ତାନୀ’, ‘କାବିଲ୍‌’ ଏବଂ ‘ଟଏଲେଟ୍‌ ଏକ୍‌ ପ୍ରେମକଥା’ । ତେଣୁ ଲଗାତାର ଫିଲ୍ମ ସବୁ ପ୍ଲଫ୍‌ ହୋଇଥିବା ଦେଖି ଶାହାରୁଖ ଅନେକ ପରୀକ୍ଷଣ କରିଥିଲେ, କିନ୍ତୁ ତା ବି ସଫଳ ହୋଇପାରିନଥିଲା ।

ଏହି କ୍ରମରେ ୨୦୧୮ର ତାଙ୍କର ଶେଷ ଫିଲ୍ମ ‘ଜିରୋ’ ବକ୍ସଅଫିସରେ ସମ୍ପୂର୍ଣ୍ଣ ଭାବେ ଫେଲ୍‌ ମାରିଥିଲା । ତେବେ ଏହି ପ୍ଲଫ୍‌ ଶାହାରୁଖଙ୍କୁ ଜୋରଦାର ଝଟକା ଦେଇଥିଲା, ଯାହାଦ୍ୱାରା ସେ କିଛି ବର୍ଷ ପରଦାରୁ ନିଜକୁ ଦୂରେଇ ନେଇଥିଲେ । ଏହାପରେ କରୋନା ମହାମାରୀର ପ୍ରଭାବ ଯୋଗୁଁ ବଡ଼ ବଡ଼ ଷ୍ଟାର ଓଟିଟି ମୁହାଁ ହୋଇ ନିଜ ସ୍ୱତନ୍ତ୍ର ପରିଚୟ କରିବାରେ ସକ୍ଷମ ହୋଇଛନ୍ତି ।
ପୁଣି ସଫଳତା ହାସଲ ପାଇଁ କରୁଛନ୍ତି ସଂଘର୍ଷ

ଏପରି ପରିସ୍ଥିତିରେ କେବଳ ଓଟିଟି ନୁହେଁ ବଢୁଥିବା ବୟସ ସହ ଟ୍ରୋଲର୍‌ ଏବଂ ଅନେକ ଚ୍ୟାଲେଞ୍ଜ ଶାହାରୁଖଙ୍କ ସାମ୍ନାରେ ରହିଛି । ତେଣୁ ସବୁଆଡକୁ ଦେଖି ୪ ବର୍ଷ ପରେ କମ୍‌ବ୍ୟାକ୍‌ ପାଇଁ ଦେଶଭକ୍ତିକୁ ଚୟନ କରିଛନ୍ତି । କାରଣ ଭାରତରେ ଦେଶଭକ୍ତିର ଫିଲ୍ମ ବକ୍ସ ଅଫିସରେ ସଫଳତାର ଗ୍ୟାରେଣ୍ଟି ନେଇ ଆସୁଛି ।

ପୂର୍ବରୁ ମଧ୍ୟ ‘ଜବ୍‌ ତକ୍‌ ହୈ ଜାନ୍‌’ ଫିଲ୍ମରେ ସେନା ପୋଷାକ ପିନ୍ଧିସାରିଥିବା ଶାହାରୁଖ କିନ୍ତୁ ଏବେ ଦେଶ ପାଇଁ ନିଜ ଜୀବନକୁ ବାଜିରେ ରଖି ଗୁପ୍ତଚର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଚର୍ଚ୍ଚା, ଆଲୋଚନା ଏବଂ ସୂତ୍ରରୁ ଜଣାପଡ଼ିଛି ଯେ, ଚଳିତ ଥର ଶାହାରୁଖ ଖାନ ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ଗୁପ୍ତଚର ଫିଲ୍ମ ସିରିଜ୍‌ରେ ସାମିଲ ହୋଇ ନିଜ ପାଇଁ ସୁରକ୍ଷିତ ରାସ୍ତା ଚୟନ କରିଛନ୍ତି । ଏହାପୂର୍ବରୁ ସଲମାନ ଖାନଙ୍କ ‘ଟାଇଗର’ ଓ ‘ଟାଇଗର ଜିନ୍ଦା ହୈ’ ଏବଂ ହ୍ରିତିକ ରୋଶନଙ୍କ ‘ୱାର୍‌’ ଏହି ସୁପରହିଟ୍‌ ଜାସୁସ ଫିଲ୍ମର ସିରିଜ୍‌ରେ କାମ କରିସାରିଛନ୍ତି । ଆଉ ଏବେ କିଙ୍ଗ୍‌ ଖାନ ଏହା ସାହାଯ୍ୟରେ ନିଜ ବିଫଳତାକୁ ସଫଳତାରେ ପରିଣତ କରିବାକୁ ଚାହୁଁଛନ୍ତି ।

ପୁଣି ସଫଳତା ହାସଲ ପାଇଁ କରୁଛନ୍ତି ସଂଘର୍ଷ

ସେପଟେ ଶାହାରୁଖ ଖାନ ତାଙ୍କ ପରୀକ୍ଷଣର ଅବଧିକୁ ବନ୍ଦ କରିବେ ନାହିଁ ବୋଲି ଜଣାପଡ଼ିଛି । ଆଗାମୀ ଦିନରେ ସେ ଆର୍‌ ମାଧବାନଙ୍କ ‘ରକେଟ୍‌’, ଆମିର ଖାନଙ୍କ ‘ଲାଲ୍‌ ସିଂହ ଚzା’ ଏବଂ ରଣବୀର କପୁରଙ୍କ ‘ବ୍ରାହ୍ମାସ୍ତ୍ର’ରେ କେମିଓ କରୁଥିବା ନଜର ଆସିବେ । ଏହା ବ୍ୟତୀତ ଆଗାମୀ ବର୍ଷର ଶେଷ ଆଡ଼କୁ ସେ ସାଉଥ୍‌ ନିର୍ଦ୍ଦେଶକ ଏଟଲିଙ୍କ ଆକ୍ସନ ଫିଲ୍ମରେ ମଧ୍ୟ କାମ କରିବେ । ତେବେ କେବଳ ଦେଖିବାକୁ ବାକି ରହିଲା ଶାହାରୁଖ ପ୍ଲଫ୍‌ ଫିଲ୍ମ ‘ଜିରୋ’ ପରେ କିପରି ସୁପରହିଟ୍‌ ହିରୋ ବକ୍ସ ଅଫିସରେ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇପାରିବେ ।