ନିଆରା ଚରିତ୍ର ପସନ୍ଦ
ମୁମ୍ବାଇ: ଅଭିନେତ୍ରୀ ସୟାନୀ ଗୁପ୍ତାତାଙ୍କର ଭିନ୍ନ ଏବଂ ବୋଲï ଚରିତ୍ର ପଇଁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣାଶୁଣା । ଚମତ୍କାର ଏବଂ ବଳିଷ୍ଠ ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ଏବଂ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି । ଗତ ଶୁକ୍ରବାର ସୟାନୀ ତାଙ୍କର ୩୬ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । କୋଲକତାରେ ଜନ୍ମିତା ସୟାନୀ ପାଠପଢ଼ା ସାରିବା ପରେ ୨୦୧୨ରେ ବଲିଉଡ୍ରେ ପାଦ ରଖିଥିଲେ । ସେ ତାଙ୍କ କ୍ୟାରିଅରର ଆରମ୍ଭ ଫିଲ୍ମ […]
ମୁମ୍ବାଇ: ଅଭିନେତ୍ରୀ ସୟାନୀ ଗୁପ୍ତାତାଙ୍କର ଭିନ୍ନ ଏବଂ ବୋଲï ଚରିତ୍ର ପଇଁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣାଶୁଣା । ଚମତ୍କାର ଏବଂ ବଳିଷ୍ଠ ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ଏବଂ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି ।

ଗତ ଶୁକ୍ରବାର ସୟାନୀ ତାଙ୍କର ୩୬ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । କୋଲକତାରେ ଜନ୍ମିତା ସୟାନୀ ପାଠପଢ଼ା ସାରିବା ପରେ ୨୦୧୨ରେ ବଲିଉଡ୍ରେ ପାଦ ରଖିଥିଲେ । ସେ ତାଙ୍କ କ୍ୟାରିଅରର ଆରମ୍ଭ ଫିଲ୍ମ ‘ସେକେଣ୍ଡ୍ ମ୍ୟାରେଜ ଡଟ୍ କମ୍’ ଜରିଆରେ କରିଥିଲେ । ହେଲେ ‘ମାର୍ଗରିଟା ୱିଥ୍ ଏ ଷ୍ଟ୍ର’ ଫିଲ୍ମରେ ପାକିସ୍ତାନୀ-ବାଙ୍ଗଲାଦେଶୀ ଯୁବତୀ ଭୂମିକାରେ ଅଭିନୟ କରିଥିଲେ । ଯାହା ତାଙ୍କ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା ।

ଏହାପରେ ‘ଜଲି ଏଲଏଲବି-୨’, ‘ଫ୍ୟାନ୍’ ଏବଂ ‘ଆର୍ଟିକଲ୍-୧୫’ ପରି ଫିଲ୍ମରେ କାମ କରି ନିଜ ଅଭିନୟର ନିଖୁଣ ପାରଦର୍ଶିତାକୁ ପ୍ରମାଣିତ କରିଛନ୍ତି । ନିକଟରେ ରିଲିଜ୍ ହୋଇଥିବା େୱବ୍ ସିରିଜ୍ ‘ଫୋର୍ ମୋର୍ ସଟ୍ସ ପ୍ଲିଜ୍ର’ ତୃତୀୟ ସିଜିନ୍ରେ ତାଙ୍କର ଅଭିନୟ ବେଶ୍ ପ୍ରଶଂସନୀୟ ହୋଇଛି । ସୟାନୀଙ୍କୁ ଶାହାରୁଖ ଖାନଙ୍କ ସହ କାମ କରିବାର ସୁଯୋଗ ଫେସବୁକ୍ ଜରିଆରେ ମିଳିଥିଲା ବୋଲି ଏକ ଇଣ୍ଟରଭୁ୍ୟରେ କହିଥିଲେ ।

ଥରେ ଫେସବୁକ୍ରେ ଅନରିଡ୍ ମେସେଜ୍ ଚେକ୍ କରୁଥିବା ସମୟରେ ଏକ ମେସେଜ ଦେଖିଥିଲେ, ଯାହା ୟଶରାଜ ଫିଲ୍ମର କାଷ୍ଟିଂ ନିର୍ଦ୍ଦେଶକଙ୍କର ଥିଲା । ମେସେଜ୍ରେ ଅଫିସ ଆସିବା ପାଇଁ ଲେଖାଥିଲା । ହେଲେ ସୟାନୀ ଏହାକୁ ବିଳମ୍ବରେ ଦେଖିଥିବାରୁ ଡେଡ୍ଲାଇନ ମଧ୍ୟ ସରିଯାଇଥିଲା । ଏହାପରେ ପୁଣି ଥରେ ତାଙ୍କ ପାଖକୁ ଆଉ ଥରେ ଉକ୍ତ ବ୍ୟକ୍ତିଙ୍କଠାରୁ ମେସେଜ୍ ଆସିଥିଲା ଏବଂ ସାକ୍ଷାତ ପାଇଁ ଡାକିଥିଲେ । ଏହାପରେ ସେ ଅଫିସକୁ ଯାଇ ଅଡିସନ ଦେଇଥିଲେ କିନ୍ତୁ ଜାଣିନଥିଲେ କି ଶାହାରୁଖଙ୍କ ଫିଲ୍ମରେ ସେ କାମ କରିବାକୁ ଯାଉଛନ୍ତି । ଏହିପରି ଭାବେ ଫ୍ୟାନ୍ ଫିଲ୍ମରେ କାମ କରିଥିଲେ ବୋଲି ସୟାନୀ ଇଣ୍ଟରଭୁ୍ୟରେ କହିଥିଲେ ।

ସୟାନୀ ଏହି ଫିଲ୍ମରେ ଆରୟନଙ୍କ ମ୍ୟାନେଜର ଭୂମିକାରେ ନଜର ଆସିଥିଲେ । ସେହିପରି ସୟାନୀଙ୍କୁ ବିବାହ କରିବାକୁ ଭୟ ଲାଗେ ବୋଲି ଏକ ଇଣ୍ଟରଭୁ୍ୟରେ କହିଥିଲେ । ବିବାହରେ ଧୋକା ଖାଇବାକୁ ତାଙ୍କ ଡର ଲାଗୁଛି । ସେଥିପାଇଁ ସେ ବିବାହ କରିବାକୁ ଚାହୁଁନାହାନ୍ତି ବୋଲି ସେ କହିଥିଲେ । ସୟାନୀ ସୋସିଆଲ ମିଡିଆରେ ମଧ୍ୟ ଖୁବ ଆକଫିଭ୍ । ସେ ନିୟମିତ ବ୍ୟବଧାନରେ ତାଙ୍କର ଭିଡିଓ ଓ ଗ୍ଲାମରସ୍ ଫଟୋକୁ ସେୟାର କରିଥାନ୍ତି ।




