ଋଚା ମେହତାଙ୍କ ବଲିଉଡ୍ ଏଣ୍ଟ୍ରି
ସାଉଥ୍ ଏବଂ ବଲିଉଡ୍ ଫିଲ୍ମରେ ନିଜ ଅଭିନୟ ପାଇଁ ପ୍ରଶଂସିତ ହୋଇଥିବା ସୁପରଷ୍ଟାର ଆର୍ ମାଧବାନଙ୍କ ଅଭିନୀତ େୱବସିରିଜ୍ ‘ଡିକପଲ୍ଡ’ ଗତ ବର୍ଷ ଓଟିଟି ପ୍ଲାଟଫର୍ମ (ନେଟ୍ଫ୍ଲିକ୍ସ)ରେ ରିଲିଜ୍ ହୋଇଥିଲା । ଆର୍ ମାଧବାନଙ୍କ ବ୍ୟତୀତ ଏଥିରେ ହେଟ୍ ଷ୍ଟୋରୀ ସୁରବୀନ ଚାୱଲା ଓ ମୁକେଶ ଭଟ୍ଟଙ୍କ ପରି ଜଣାଶୁଣା କଳାକାର ଅଭିନୟ କରିଥିଲେ । ଅଭିନେତ୍ରୀ ଋଚା ମେହତା ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ, ଯାହାକୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ । […]
ସାଉଥ୍ ଏବଂ ବଲିଉଡ୍ ଫିଲ୍ମରେ ନିଜ ଅଭିନୟ ପାଇଁ ପ୍ରଶଂସିତ ହୋଇଥିବା ସୁପରଷ୍ଟାର ଆର୍ ମାଧବାନଙ୍କ ଅଭିନୀତ େୱବସିରିଜ୍ ‘ଡିକପଲ୍ଡ’ ଗତ ବର୍ଷ ଓଟିଟି ପ୍ଲାଟଫର୍ମ (ନେଟ୍ଫ୍ଲିକ୍ସ)ରେ ରିଲିଜ୍ ହୋଇଥିଲା । ଆର୍ ମାଧବାନଙ୍କ ବ୍ୟତୀତ ଏଥିରେ ହେଟ୍ ଷ୍ଟୋରୀ ସୁରବୀନ ଚାୱଲା ଓ ମୁକେଶ ଭଟ୍ଟଙ୍କ ପରି ଜଣାଶୁଣା କଳାକାର ଅଭିନୟ କରିଥିଲେ ।

ଅଭିନେତ୍ରୀ ଋଚା ମେହତା ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ, ଯାହାକୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ । ହେଲେ ଏବେ ଖବର ଆସିଛି ଯେ ଋଚା ମେହତା ଆଉ ଏକ ନୂଆ ବଲିଉଡ୍ ଫିଲ୍ମରୁ ବଡ଼ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ଏପର୍ଯ୍ୟନ୍ତ ଫିଲ୍ମର ନାମ ଘୋଷଣା ହୋଇନାହିଁ । ଋଚା ମେହତା ଜଣେ ଜଣାଶୁଣା ତଥା ପ୍ରତିଷ୍ଠିତ ଅନ୍ତର୍ଜାତୀୟ ମଡେଲ ଏବଂ ଟେଲିଭିଜନ ଅଭିନେତ୍ରୀ ଭାବେ ସାରା ଦେଶରେ ପରିଚିତ । ଏହାଛଡ଼ା ସେ ଅନେକ ଟିଭି ବିଜ୍ଞାପନ, ଡିଜିଟାଲ ବିଜ୍ଞାପନ ଏବଂ ମୁ୍ୟଜିକ ଭିଡିଓରେ କାମ କରିଛନ୍ତି ।

ତାଙ୍କର ରୁଖସତ ନାମକ ମୁ୍ୟଜିକ ଭିଡିଓ ବେଶ୍ ପପୁଲାର ହୋଇଥିଲା । କେବଳ ସେତିକି ନୁହେଁ କେତେକ ଲୋକପ୍ରିୟ ବ୍ରାଣ୍ଡ୍ ପାଇଁ ସେ ମଡେଲିଂ କରିସାରିଛନ୍ତି । ଋଚାଙ୍କ କହିବା ଅନୁଯାୟୀ ସେ ୩୫୦ରୁ ଅଧିକ ବ୍ରାଣ୍ଡ୍ ପାଇଁ ମଡେଲିଂ କରିଛନ୍ତି । ବଲିଉଡ୍ର ଲାଇମଲାଇଟ୍ରେ ଘେରି ରହିବା ସତ୍ତେ୍ୱ ଋଚା ସାମାଜିକ ରୂପେ ମଧ୍ୟ ବହୁତ ସକ୍ରିୟ । ସେ ମହିଳା ଅଧିକାର ଏବଂ ମାନସିକସ୍ୱାସ୍ଥ୍ୟ ପାଇଁ ଲଗାତାର କାମ କରିଆସୁଛନ୍ତି । ଋଚା ମାନସିକ ସ୍ୱାସ୍ଥ୍ୟ ପାଇଁ ଇୟର୍ ଟୁ ହିୟର୍ ନାମକ ଏକ ସଚେତନତା କର୍ମଶାଳା ଆୟୋଜନ କରୁଛନ୍ତି । ସମାଜସେବାରେ ବ୍ୟସ୍ତ ଥିବା ଋଚା ଏବେ ସମୟ ବାହାର କରି ଏକ ବିଗ୍ ବଜେଟ୍ ମଲଫିଷ୍ଟାର ବଲିଉଡ୍ ଫିଲ୍ମର ସୁଟିଂ କରୁଛନ୍ତି ।




